ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ନରଣପୁରରେ ହତ୍ୟାକାଣ୍ଡ, ମୁଣ୍ଡକୁ ଇଟାରେ ଛେଚି ହତ୍ୟା କଲେ ବସ୍ତିବାସିନ୍ଦା

Published By : Harapriya Sethi | December 11, 2024 12:35 PM

ବାରଙ୍ଗ,୧୧/୧୨: ନରଣପୁରରେ ଟେକାମରାକୁ ନେଇ ହତ୍ୟାକାଣ୍ଡ । ପୁଅ ଆଗରେ ବାପାକୁ ଇଟାରେ ଛେଚି ହତ୍ୟା କଲେ ବସ୍ତିବାସିନ୍ଦା । ମୃତକ କଣ୍ଟ୍ରାକ୍ଟର ତୋଫାନ ସାମଲ ବୋଲି ଜଣା ପଡ଼ିଛି । କଟକ ଜିଲ୍ଲା ବାରଙ୍ଗ ସ୍ଥିତ ନରଣପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, କିଛି ବସ୍ତିବାସିନ୍ଦା ଆଜବେଷ୍ଟ ଟିଣରେ ଟେକା ପକାଉଥିଲେ । ଏହାକୁ ତୋଫାନ ପ୍ରତିବାଦ କରିବାରୁ ଘଟିଗଲା ଏହି ହତ୍ୟାକାଣ୍ଡ । ଉତ୍ୟକ୍ତ ହୋଇ ବସ୍ତିବାସିନ୍ଦା ତୋଫାନଙ୍କ ମୁଣ୍ଡକୁ ଇଟାରେ ଛେଚିଥିଲେ । ଏଥିରେ ସେ ଗୁରୁତର ହୋଇ ଜନ୍ତ୍ରଣାରେ ଚିତ୍କାର କରିଥିଲେ । ଏହା ଦେଖି ଦୁର୍ବୃତ୍ତମାନେ ଫେରାର ହେଇଥିଲେ । ବାପାଙ୍କ ଚିତ୍କାର ଶୁଣି ପୁଅ ସ୍ଥାନୀୟଲୋକଙ୍କୁ ସାହାଯ୍ୟ ପାଇଁ ଡାକି ଆଣିଥିଲା । ଏହି ଘଟଣା ବିଷୟରେ ଜଣି ଲୋକେ ତୁରନ୍ତ ପୋଲିସକୁ ଖବର ଦେଇ ଏକ ଆମ୍ୱୁଲାନ୍ସ ଯୋଗେ ତୋଫାନଙ୍କୁ ଡାକ୍ତରଖାନାକୁ ନେଇଥିଲେ । ହେଲେ ମେଡିକାଲ ଯିବା ବାଟରେ ହିଁ ଚାଲିଗଲା ତୋଫାନଙ୍କ ଜୀବନ । ଖବର ପାଇ ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି । ଏହା ସହ ଘଟଣାର ତଦନ୍ତ ଚଳାଇଛି ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.