ମେଷ : ଶ୍ରୀଚନ୍ଦ୍ର ବା ଜନ୍ମଚନ୍ଦ୍ର (ଘାତଚନ୍ଦ୍ର) ଯୋଗୁ ଶରୀର ସୁସ୍ଥ ରହିବ, ମାନସିକ ଶାନ୍ତି, ସ୍ୱାସ୍ଥ୍ୟ ପ୍ରତି ଟିକେ ସତର୍କ ହେବେ । ନୂତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ । ବାଦବିବାଦ ହେବାର ସମ୍ଭାବନା ଅଛି, ବ୍ୟବସାୟରେ କ୍ଷତି, କର୍ମ କ୍ଷେତ୍ରରେ ବାଧା ଘଟିପାରେ । ଦୂର ଯାତ୍ରା କରିବେ ନାହିଁ, ପରିବାରରେ ମନାନ୍ତର ହୋଇପାରେ, ବନ୍ଧୁଙ୍କ ସହ ମନାନ୍ତର ହୋଇପାରେ, ସେଥିପାଇଁ ସତର୍କତା ଅବଲମ୍ବନ କରିବେ ଓ ଧୈର୍ଯ୍ୟ ରଖିବେ ।

ଶୁଭ ରଙ୍ଗ : ଲାଲ ଓ ହଳଦିଆ ।

ବୃଷ : ଦ୍ୱାଦଶ ଚନ୍ଦ୍ର ଯୋଗୁ ପାରିବାରିକ କଳହ, ଅନାବଶ୍ୟକ ଖର୍ଚ୍ଚ ଯୋଗ, ଆୟଠାରୁ ବ୍ୟୟ ଅଧିକ ହୋଇପାରେ । ମାନସିକ ଅସ୍ଥିରତା, ଶରୀର ପ୍ରତି ଟିକେ ସତର୍କ ରହିବେ । ଆଖିରେ କଷ୍ଟ ବା ଆଳସ୍ୟ ଦେଖାଦେଇପାରେ । ଧାର୍ମିକ କର୍ମରେ ଯୋଗଦାନ କରିବେ ଏବଂ ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ ନାହିଁ । କର୍ମ କ୍ଷେତ୍ରରେ ବାଧା ଉପୁଜିବ, ବନ୍ଧୁ ମିଳନ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସାମାନ୍ୟ ସଫଳତା ପାଇବେ ।

ମିଥୁନ : ଏକାଦଶ ଚନ୍ଦ୍ର ଯୋଗୁ ନୂତନ ବସ୍ତ୍ର କ୍ରୟ କରିବେ, ଅଟକି ଥିବା କାର୍ଯ୍ୟକୁ ସଫଳତାର ସହ ସମ୍ପୂର୍ଣ୍ଣ କରିବେ । ଧନ ପ୍ରାପ୍ତି ଯୋଗ, ଆୟ ଅଧିକ ରହିବ, ରାଜନୀତି କ୍ଷେତ୍ରରେ ଉନ୍ନତି କରିବେ । ବନ୍ଧୁ ମିଳନ, କାର୍ଯ୍ୟ କ୍ଷେତ୍ରରେ ସନ୍ତୁଷ୍ଟି ମିଳିବ ନାହିଁ, ଗୃହେ ଆନନ୍ଦ, ବ୍ୟବସାୟ କ୍ଷେତ୍ରରେ ଉନ୍ନତି, ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ ।

ଶୁଭ ରଙ୍ଗ : ଇଷତ୍ ଧଳା ଓ ସବୁଜ ।

କର୍କଟ : ଦଶମ ଚନ୍ଦ୍ର ଯୋଗୁ ଜମିଜମା କ୍ରୟ କରିପାରିବେ, ନୂତନ ବସ୍ତ୍ର କ୍ରୟ କରିବେ । ଆର୍ଥିକ ଉନ୍ନତି, ମାନସିକ ଶାନ୍ତି, ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତି, ନୂତନ ଦ୍ରବ୍ୟ ଲାଭ, ଗୃହେ ଆନନ୍ଦ, ଚାକିରୀ କ୍ଷେତ୍ରରେ ଉନ୍ନତି, ରାଜନୀତି କ୍ଷେତ୍ରରେ ପ୍ରଗତି, ସମ୍ମାନ ପ୍ରାପ୍ତି, ଧାର୍ମିକ କାର୍ଯ୍ୟରେ ମନ ଦେବେ । ନୂତନ କାର୍ଯ୍ୟ ଆରମ୍ଭ କରିବା ଶୁଭ, କଥାବାର୍ତ୍ତା ବେଳେ ସତର୍କତା ଅବଲମ୍ବନ କରିବେ । ବିଦ୍ୟାର୍ଥୀମାନେ ଉପକୃତ ହେବେ ।

ଶୁଭ ରଙ୍ଗ : ପାଉଁସିଆ ଓ ନାଲି ।

ସିଂହ : ନବମ ଚନ୍ଦ୍ର ଯୋଗୁ କାର୍ଯ୍ୟ କ୍ଷେତ୍ରରେ ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରିପାରନ୍ତି, ପରିବାରରେ ମନୋମାଳିନ୍ୟ ଘଟିପାରେ । ଧାର୍ମିକ କର୍ମରେ ଯୋଗଦାନ, ପିତାମାତାଙ୍କ ସେବା କରିବେ, ଦୂର ଯାତ୍ରା କରିପାରନ୍ତି, ଦେବ ଦର୍ଶନ, ଧନପ୍ରାପ୍ତି, ମାନସିକ ଶାନ୍ତି, ଶରୀର ସୁସ୍ଥ ରହିବ । ପେଟଜନିତ ସମସ୍ୟା ଦେଖାଦେଇପାରେ ।

ଶୁଭ ରଙ୍ଗ : ସୁନେଲି ଓ କମଳା ।

କନ୍ୟା : ଅଷ୍ଟମ ଚନ୍ଦ୍ର ଯୋଗୁ ଶରୀର ପ୍ରତି ସତର୍କ ରହିବେ, ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଇପାରେ । ଯାତ୍ରା ନିଷେଧ, ଯାନବାହନ ଚଳାଚଳ ବେଳେ ସତର୍କତା ଅବଲମ୍ବନ କରିବେ । କାର୍ଯ୍ୟରେ ବାଧାବିଘ୍ନ ଘଟିପାରେ । ଅଯଥା ଖର୍ଚ୍ଚ ଯୋଗ, ଟଙ୍କା ଦେବାନେବା ବେଳେ ସତର୍କତା ଅବଲମ୍ବନ କରିବେ । ବାଦବିବାଦ ହୋଇପାରେ, ପାରିବାରିକ ଅଶାନ୍ତି, ଶତ୍ରୁମାନେ ବୃଦ୍ଧି ପାଇବେ । ରାଜନୀତି କ୍ଷେତ୍ରରେ ସାମାନ୍ୟ ଅସଫଳତା ଦେଖାଦେବ ।

ଶୁଭ ରଙ୍ଗ : ସବୁଜ, ଖଇରିଆ ।

ତୁଳା : ସପ୍ତମ ଚନ୍ଦ୍ର ଯୋଗୁ ଧନପ୍ରାପ୍ତି, ନୂତନ ଦ୍ରବ୍ୟ ଲାଭ, କାର୍ଯ୍ୟ କ୍ଷେତ୍ରରେ ଉନ୍ନତି, ସମାଜରେ ସମ୍ମାନ ପ୍ରାପ୍ତି, ରାଜନୀତି କ୍ଷେତ୍ରରେ ଉନ୍ନତି, ମାନସିକ ଶାନ୍ତି, ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସାହାଯ୍ୟ ପ୍ରାପ୍ତି, ଦୂର ଯାତ୍ରା କରିପାରିବେ, ବ୍ୟବସାୟରେ ଉନ୍ନତି, କୋଟ୍ କଚେରୀ ମାମଲାରେ ଜୟଯୁକ୍ତ ହେବେ । ବିଦ୍ୟାର୍ଥୀମାନେ ଉପକୃତ ହେବେ ଏବଂ ଗୃହେ ଆନନ୍ଦ ଲାଗି ରହିବ ।

ବିଛା : ଷଷ୍ଠ ଚନ୍ଦ୍ର ଯୋଗୁ ଅଟକିଥିବା କାର୍ଯ୍ୟକୁ ସଫଳତା ସହ ସମ୍ପାଦନ କରିବେ । ଧନପ୍ରାପ୍ତି ଯୋଗ, ଗୃହେ ଆନନ୍ଦ, ଚାକିରୀ କ୍ଷେତ୍ରରେ ଉନ୍ନତି, ବ୍ୟବସାୟୀମାନେ ଉପକୃତ ହେବେ । ଯାନବାହନ କ୍ରୟ କରିବେ, ଶରୀର ସୁସ୍ଥ ରହିବ, ବାଦବିବାଦରୁ ଦୂରେଇ ରହିବେ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ ।

ଶୁଭ ରଙ୍ଗ : ନାରଙ୍ଗୀ ଓ ହଳଦିଆ ।

ଧନୁ : ପଞ୍ଚମ ଚନ୍ଦ୍ର ଯୋଗୁ ସୁସମ୍ବାଦ ମିଳିପାରେ, ଅଟକି ରହିଥିବା କାର୍ଯ୍ୟକୁ ସଫଳତାର ସହ ପୂର୍ଣ୍ଣାଙ୍ଗ କରିବେ । ଋଣ ମୁକ୍ତି, ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ । ବନ୍ଧୁ ମିଳନ, ଅତିଥି ଆଗମନ, ବ୍ୟବସାୟ କ୍ଷେତ୍ରରେ ଉନ୍ନତି, ଚାକିରୀ କ୍ଷେତ୍ରରେ ପଦୋନ୍ନତି, ଗୃହେ ଆନନ୍ଦ, ଆୟ ବୃଦ୍ଧି ପାଇବ । ଅଯଥା ଖର୍ଚ୍ଚ କରିବେ ନାହିଁ, କୋଟ୍ କଚେରୀ ମାମଲାରେ ଜୟଯୁକ୍ତ ହେବେ ଏବଂ ଶରୀରରେ ସାମାନ୍ୟ ପୀଡ଼ା ଦେଖାଦେଇପାରେ ।

ଶୁଭ ରଙ୍ଗ : କଳା ଓ କମଳା ।

ମକର : ଚତୁର୍ଥ ଚନ୍ଦ୍ର ଯୋଗୁ ନୂତନ ଦ୍ରବ୍ୟ ଲାଭ, ଯାନବାହନ କ୍ରୟ କରିପାରନ୍ତି, ମନରେ ଅଶାନ୍ତି ଲାଗି ରହିବ । କାର୍ଯ୍ୟ କ୍ଷେତ୍ରରେ କଠିନ ପରିଶ୍ରମ କରିବେ, ଗୃହେ ଆନନ୍ଦ, ନୂତନ ଦ୍ରବ୍ୟ କିଣିପାରନ୍ତି, ମା’ଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ, ଶରୀର ପ୍ରତି ସତର୍କ ରହିବେ, ଥଣ୍ଡା, କଫଜନିତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ ।

ଶୁଭ ରଙ୍ଗ : ଖଇରିଆ ଓ ଆକାଶିଆ ।

କୁମ୍ଭ : ତୃତୀୟ ଚନ୍ଦ୍ର ଯୋଗୁ କର୍ମ କ୍ଷେତ୍ରରେ ଚାପ ଲାଗି ରହିବ, ଆର୍ଥିକ ଲାଭ, ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବାର ଯୋଗ, ଆୟଠାରୁ ବ୍ୟୟ ଅଧିକ ହୋଇପାରେ । ସମ୍ମାନ ପ୍ରାପ୍ତି, ଗୃହେ ଆନନ୍ଦ, ଅନାବଶ୍ୟକ ଖର୍ଚ୍ଚ ଯୋଗ, ଶରୀରରେ ଥକ୍କାପଣ ଏବଂ ଦୁର୍ବଳତା ଅନୁଭବ କରିବେ ଓ ଆୟ ବୃଦ୍ଧି ପାଇବ ।

ଶୁଭ ରଙ୍ଗ : ନୀଳ, ହଳଦିଆ ଓ କଳା ।

ମୀନ : ଦ୍ୱିତୀୟ ଚନ୍ଦ୍ର ଯୋଗୁ ଧାର୍ମିକ କାର୍ଯ୍ୟରେ ଧନ ବ୍ୟୟ କରିବେ, ହଠାତ୍ ଖର୍ଚ୍ଚ ହେବାର ଯୋଗ ରହିଛି । ବ୍ୟୟ ବୃଦ୍ଧି ପାଇବ, ମାନସିକ ଚିନ୍ତା ଲାଗି ରହିବ । ନୂତନ ବ୍ୟବସାୟ କରିପାରନ୍ତି, ବାଦବିବାଦରୁ ଦୂରେଇ ରୁହନ୍ତୁ । ବୃଥା ଭ୍ରମଣ, ପୁତ୍ର, ଦୁହିତା କୁଳେ ଖର୍ଚ୍ଚ, ଜମିଜମା କ୍ରୟ କରିପାରନ୍ତି ।

ଶୁଭ ରଙ୍ଗ : ଗୋଲାପି, ନାଲି ଓ ଧଳା ।

ଜ୍ୟୋତିର୍ବିଦ୍ : ଅନାମିକା,

ଯୋଗାଯୋଗ : ୯୭୭୭୭୧୧୭୩୩