- ଇରାନରେ ଭୀଷଣ ଜନ-ଆକ୍ରୋଶ
- ଦରଦାମ୍ ବୃଦ୍ଧି ଓ ସରକାରୀ କଟକଣା କରିଛି ବ୍ୟତିବ୍ୟସ୍ତ
- ଖାମନେଇଙ୍କୁ ‘କ୍ଷମତା ଚ୍ୟୁତ’ କରିବାକୁ ଆନ୍ଦୋଳନ
- ୨୧ ରାଜ୍ୟରେ ପହଁଞ୍ଚିଲା ‘ଡେଥ୍ ଟୁ ଡିଟାକ୍ଟର’ ନାରା
- ବିବାଦ ବଢିବା ପରେ ଇଣ୍ଟରନଟେ୍ ଉପରେ କଟକଣା
ନୂଆଦିଲ୍ଲୀ,୧।୧: ଇରାନରେ ନୂଆ ବର୍ଷ ୨୦୨୬ର ଆରମ୍ଭରୁ ଭୀଷଣ ଜନ-ଆକ୍ରୋଶରୁ ଆରମ୍ଭ ହୋଇଛି। ଦେଶର ହ୍ରାସ ପାଉଥିବା ଅର୍ଥବ୍ୟବସ୍ଥା, ରେକର୍ଡ ସ୍ତରରେ ପହଁଞ୍ଚିଛି। ଦରଦାମ୍ ବୃଦ୍ଧି ଓ କଡା ସରକାରୀ କଟକଣା ସାଧାରଣ ଜନତାଙ୍କ ଅପେକ୍ଷାର ଧର୍ଯ୍ୟକୁ ଭାଙ୍ଗି ଦେଇଛି। ତେହରାନର ବଜାରରୁ ଆରମ୍ଭ ହୋଇଥିବା ଏହି ବିରୋଧ ଏବେ ଦେଶର ୨୧ ଟି ପ୍ରଦେଶରେ ବ୍ୟାପି ସାରିଛି। ପ୍ରଦର୍ଶନକାରୀ କେବଳ ଆର୍ଥିକ ସୁଧାରର ଦାବି କରୁଛନ୍ତି ତାହା ନୁହେଁ, ଏବେ ସିଧା ଭାବରେ ‘ଡେଥ୍ ଟୁ ଡିଟାକ୍ଟର’ ଓ ଶାସନ ପରିବର୍ତ୍ତନର ନାରା ଲାଗୁଛି। ସରକାର ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବହୁ ରାଜ୍ୟରେ ଛୁଟି ଘୋଷଣା କରିଛି। ଏହା ସହ ଇଣ୍ଟରନଟେ୍ରେ କଟକଣା ଲଗାଇ ଦେଇଛନ୍ତି, କିନ୍ତୁ ଜନତାଙ୍କ ରାଗ ଥମିବାର ନାଁ ନେଉନି।
ଇରାନର ଏହି ନୂଆ ବିଦ୍ରୋହର ଆରମ୍ଭ ତେହରାନର ଗ୍ରାଣ୍ଡ ବଜାରରୁ ହୋଇଥିଲା। ସେଠାରେ ଦୋକାନୀ ଇରାନ ରିୟାଲର ଭାରି ହ୍ରାସ ଓ ଆକାଶ ଛୁଆଁ ଦାମ୍ ବିରୋଧରେ ନିଜର ଦୋକାନ ବନ୍ଦ କରିଛନ୍ତି। ରିୟାଲର ମୂଲ୍ୟ ଡଲାର ତୁଳନାରେ ନିଜର ଐତିହାସିକ ନିମ୍ନ ସ୍ତରରେ ପହଁଞ୍ଚିଛି। ଯାହାଫଳରେ ଆମଦାନୀ ହେଉଥିବା ବସ୍ତୁର ଦାମ୍ ଦୁଇଗୁଣ ବଢିଯାଇଛି। ବାଣିଜ୍ୟର ଏହି ଅଶାନ୍ତି ଖୁବ୍ ଶୀଘ୍ର ସାଧାରଣ ଜନତା ଓ ଛାତ୍ରଙ୍କ ଭିତରେ ବ୍ୟାପି ଯାଇଛି। ତେହରାନ, ଇସ୍ତଫହାନ, ଶିରାଜ ଓ ମଶହଦ ଭଳି ପ୍ରମୁଖ ସହରରେ ରାଲି ବାହାର କରାଯାଉଛି, ଯାହାକି ଏବେ ସମ୍ପୂର୍ଣ୍ଣ ଭାବରେ ସରକାର ବିରୋଧି ଆନ୍ଦୋଳନରେ ପରିଣିତ ହୋଇ ସାରିଛି।
ପ୍ରଦର୍ଶନ ବେଳେ ସବୁଠାରୁ ଅଧିକ ଚକିତ କଲା ଭଳି କଥା ନାରାବାଜିର ତୀବ୍ରତା ରହିଛି। ପ୍ରଦର୍ଶନକାରୀ ସିଧାସଳଖ ଭାବରେ ସର୍ବୋଚ୍ଚ ନେତା ଅଲ୍ଲୀ ଖାମନେଇଙ୍କୁ ଟାର୍ଗେଟ କରୁଛନ୍ତି। ସଡକରେ ‘ତାନାଶାହା ମୁର୍ଦ୍ଦାବାଦ’ ଓ ‘ଆମକୁ ଗାଜା କିମ୍ବା ଲେବାନନ୍ ନୁହେଁ, ନିଜ ଦେଶ ଦରକାର’ ଭଳି ନାରା ଶୁଣିବାକୁ ମିଳିଥିଲା। ଲୋକଙ୍କ ଅଭିଯୋଗ ଯେ, ସରକାର ଦେଶର ଟଙ୍କାକୁ ଆଞ୍ଚଳିକ ସଂଘର୍ଷ ଓ ବିଦେଶୀ ଗୋଷ୍ଠୀର ସାହାଯ୍ୟରେ ନଷ୍ଟ କରୁଛନ୍ତି, ସେଭଳି ଦେଶର ଜନତା ଖାଇବାକୁ ପାଉନାହାଁନ୍ତି। କେବଳ ବ୍ୟବସାୟୀ ନୁହଁନ୍ତି, ବଂର ଇରାନର ଯୁବପୀଢି ଓ ଛାତ୍ର ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ତେହରାନର ୬ ପ୍ରମୁଖ ବିଶ୍ବବିଦ୍ୟାଳୟ ଓ ଇସ୍ତଫହାନ ଶିକ୍ଷା ସଂସ୍ଥାନରେ ଛାତ୍ରମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ‘ଡରୋ ମତ୍, ହମ୍ ସବ୍ ସାଥ୍ ହୈ’ ନାରା ସହ ଛାତ୍ରମାନେ ସଡକୁ ଓହ୍ଲାଇଥିଲେ। ଏହାପରେ ସୁରକ୍ଷା ବଳ ଓ ଛାତ୍ରଙ୍କ ଭିତରେ ହିଂସାତ୍ମକ ସଂଘର୍ଷ ହୋଇଥିଲା।
ଆହୁରି ପଢନ୍ତୁ :ନୂଆ ବର୍ଷରେ ବି ନିଜର ଘୃଣ୍ୟ କାର୍ଯ୍ୟକଳାପକୁ ଛାଡି ପାରିଲାନି ପାକିସ୍ତାନ, ଭାରତକୁ ଡ୍ରୋନ୍ରେ ପଠାଇଲା ଗୋଳା-ବାରୁଦ