ନୂଆଦିଲ୍ଲୀ,୧୩/୦୯: ନେପାଳରେ ଯାହା ଘଟୁଛି ତାହା ସମସ୍ତେ ଜାଣିଛନ୍ତି । ନେପାଳରେ ସରକାର ବିରୋଧରେ ଦୀର୍ଘଦିନ ଧରି ଅସନ୍ତୋଷ ହିଂସାତ୍ମକ ଏବଂ ହିଂସାକାଣ୍ଡ ଯୋଗୁଁ ଅରାଜକତା ସୃଷ୍ଟି ହେଲା । ଶେଷରେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବାକୁ ବାଧ୍ୟ ହେଲେ । ଭାରତରେ ମଧ୍ୟ ଏପରି ସ୍ଥିତି ସୃଷ୍ଟି ହୋଇପାରେ । 'ଭୋଟ ଚୋରି' ଭଳି ଘଟଣା ବନ୍ଦ ନ ହେଲେ ନେପାଳ ପରି ପରିସ୍ଥିତି ସୃଷ୍ଟି ହେବ । ରାଜରାସ୍ତାକୁ ଓହ୍ଲାଇବେ ଲୋକ ବୋଲି କହି ଚେତାବନୀ ଦେଇଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ।

ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଭାରତରେ ନେପାଳ ଭଳି ପରିସ୍ଥିତି ଉପୁଜିବ । ସରକାର ଏବଂ ନିର୍ବାଚନ କମିଶନଙ୍କୁ ଭୋଟ ଚୋରିର ଅଭିଯୋଗ ଆଣି ଏମିତି ଚେତବାନୀ ଦେଇଛନ୍ତି । ପଡ଼ୋଶୀ ଦେଶର ଲୋକମାନେ ଯାହା କରୁଥିବା ଦେଖାଯାଉଛି ତାହା ଏଠାରେ ମଧ୍ୟ ଘଟିପାରେ । ଯଦି ଭୋଟ ଚୋରି ଜାରି ରହେ, ତେବେ ଆମର ପଡ଼ୋଶୀ ଦେଶରେ ଯାହା ଘଟୁଛି ତାହା ଏଠାରେ ମଧ୍ୟ ଘଟିପାରେ । ଭାରତର ପଡ଼ୋଶୀ ଦେଶ ଯେପରିକି ଶ୍ରୀଲଙ୍କା, ବାଂଲାଦେଶ ଏବଂ ବର୍ତ୍ତମାନ ନେପାଳରେ ଯେଉଁ ପ୍ରକାରର ପ୍ରତିବାଦ ଘଟିଥିଲା, କ’ଣ ଭାରତରେ ମଧ୍ୟ ଏପରି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଅଖିଳେଶ  ।

କହି ରଖୁଛୁ କି, ୨୬ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକକୁ ବିରୋଧ କରି ଦେଶରେ ଜେନ୍‌-ଜି ବିକ୍ଷୋଭ କରିଥିଲେ । ପୋଡାଜଳା-ଭାଙ୍ଗାରୁଜା କରିଥିଲେ । ୩ ଦିନ ସୋସିଆଲ ମିଡିଆ ନିଆଁରେ ଜଳିଥିଲା ପ୍ରାକୃତି ସୌନ୍ଦର୍ଯ୍ୟଭରା ପଡୋଶୀ ନେପାଳ । ସ୍ଥିତି ଅଣାୟତ ହୋଇଥିଲା । ସେନା କାର୍ଯ୍ୟାନୁଷ୍ଠାନରେ ୫୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ଜାଳି ଦେଇଥିଲେ ଆନ୍ଦୋଳନକାରୀ । ସ୍ଥିତି ଅଣାୟତ ହେବାରୁ ପ୍ରଧାନମନ୍ତ୍ରୀ କେପି ଓଲି ଶର୍ମା ଇସ୍ତଫା ଦେଇଥିଲେ । ଦେଶରେ ଶାନ୍ତି ଫେରାଇ ଆଣିବାକୁ ସେନା ହାତକୁ କ୍ଷମତା ନେଇଥିଲା । ବର୍ତ୍ତମାନ ନେପାଳରେ ଧିରେ ଧିରେ ଶାନ୍ତି ଫେରୁଛି । ଏବେ ବି ଜରୁରୀ ପରିସ୍ଥିତି ଜାରି ରହିଛି । କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିଛି । ସୁଶୀଳା କାର୍କି ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତଥାପି ସେନା ହାତରେ କ୍ଷମତା ରହିଛି ।