ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଖରାବର୍ଷାରୁ ରକ୍ଷା କରୁଛି ସ୍ଥାୟୀ ସେଡ୍‌: ଏଜି ଛକରେ ନିର୍ମାଣ ସରିଛି, ଆଗକୁ ୧୨ଟି ସ୍ଥାନରେ ହେବ ନିର୍ମାଣ

Published By : Harapriya Sethi | May 4, 2025 8:58 AM

ଭୁବନେଶ୍ୱର,୦୪/୦୫: ଖରା ହେଉ କି ବର୍ଷା । ଏଣିକି ରାଜଧାନୀର ଟ୍ରାଫିକ୍‌ ପୋଷ୍ଟରେ ଅଟକିବା ବେଳେ ଆଉ ହଇରାଣ ହେବାକୁ ପଡି଼ବନି । ପ୍ରଚଣ୍ଡ ଖରା ମାଡ଼ ସହିବାବୁ ପଡି଼ବନି କି ବର୍ଷାରେ ଭିଜିବନି । କାହିଁକି ନା, କିଛି ବଛା ବଛା ଟ୍ରାଫିକ୍‌ ପୋଷ୍ଟରେ ନିର୍ମାଣ ଚାଲିଛି ସ୍ଥାୟୀ ସେଡ୍‌ । ଏଜି ଛକରେ ପରୀକ୍ଷାମୂଳକ ଭାବେ ଲୁହା ଖୁଣ୍ଟ ଲଗାଇ ସେଡ୍‌ ନିର୍ମାଣ ସରିଛି । ଆଗକୁ ଆହୁରି ୧୨ଟି ଟ୍ରାଫିକ୍‌ ପୋଷ୍ଟରେ ସ୍ଥାୟୀ ସେଡ୍‌ ନିର୍ମାଣ ପାଇଁ ବିଏମ୍‌ସି ଲକ୍ଷ୍ୟ ରଖିଛି ।  

ମୁଣ୍ଡ ଫଟା ଖରାରୁ ଲୋକଙ୍କୁ ମୁକ୍ତି ଦେବା ପାଇଁ ଟ୍ରାଫିକ ପୋଷ୍ଟରେ ସେଡ୍‌ ଲଗାଯାଇଛି । କ୍ୟାପିଟାଲ ହସ୍ପିଟାଲ-ଏଜି ଛକ ରାସ୍ତାରେ ନିର୍ମିତ ଏହି ସେଡ୍‌ର ଉଚ୍ଚତା ୨୪ ଫୁଟ୍‌ ଥିବା ବେଳେ ଲମ୍ବା ୫୨ ଫୁଟ୍‌ ରହିଛି । ୧୦ଟି ଲୁହା ଢାଞ୍ଚା ଉପରେ ଫାବ୍ରିକ କଭର ଦିଆହୋଇଛି । ଏକାବେଳକେ ୪୦-୫୦ ଦୁଇଚକିଆ ଯାନ ଅଟକିବା ଭଳି ବ୍ୟବସ୍ଥା ହୋଇଛି । ଏହି ସେଡ୍‌ ଉଦୁଉଦିଆ ଖରା ବେଳେ ବାଇକ୍‌ ଅରୋହୀମାନଙ୍କୁ ରକ୍ଷା ଦେଉଛି ।  ବିଭିନ୍ନ ଟ୍ରାଫିକ୍‌ ପୋଷ୍ଟରେ ନିର୍ମିତ ହୋଇଥିବା ଅସ୍ଥୀୟ ସେଡ୍‌କୁ କାଳବୈଶାଖୀ କାଳ ସାଜୁଥିଲା । ବାଉଁଶ ଖୁଣ୍ଟ ଓ ପ୍ଲାଷ୍ଟିକ୍‌ ଜରି ଉଡ଼ି ଯାଇ ଛିନ୍ନଛତ୍ର ହୋଇଯାଉଛି । 

ଲୋକଙ୍କ ସୁରକ୍ଷା ଲାଗି ଅସ୍ଥାୟୀ ସେଡ୍‌ ହଟାଉଛି ବିଏମସି । ଆଗକୁ ରୁପାଲି ଛକରେ ଏଭଳି ସ୍ଥାୟୀ ସେଡ୍‌ ନିର୍ମାଣ କରାଯିବ । ଓରେଡା ପକ୍ଷରୁ ଏହି ସେଡ୍‌ରେ ସୋଲାର ପ୍ୟାନେଲ ଖଞ୍ଜାଯିବ । ସୌରଶକ୍ତିରୁ ପାଖାପାଖି ୭୦୦ ୟୁନିଟ ବିଦ୍ୟୁତ ଉତ୍ପାଦନ ହେବ । ରାତିରେ ରଙ୍ଗିନ ଲାଇଟ୍‌ ବି ଝଲସିବ ।  ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ବର୍ଷା ଦିନେ ବି ସେଡ୍‌ କାମ ଦେବ । କାଳବୈଶାଖୀ ଓ ବାତ୍ୟା ପ୍ରତିରୋଧ କରିବା କ୍ଷମତା ରହିଛି । ଘଣ୍ଟା ପ୍ରତି ୧୮୦ ବେଗରେ ପବନ ବୋହିଲେ ବି ସେଡ୍‌ର କୌଣସି କ୍ଷତି କରିପାରିବନି । ଡବଲ ଡେକର ବସର ଉଚ୍ଚତାକୁ ମଧ୍ୟ ଦୃଷ୍ଟିରେ ରଖାଯାଉଛି । 

ଏଜି ଛକର ସ୍ଥାୟୀ ସେଡ୍‌ ନିର୍ମାଣରେ ପାଖାପାଖି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଓରେଡ଼ା ପକ୍ଷରୁ ଏହି ସେଡ୍‌ରେ ସୋଲାର ଖଞ୍ଜାଯିବ । ଏଥିରେ ୫-୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଯେଉଁ ଟ୍ରାଫିକ୍‌ ପୋଷ୍ଟରେ ଅସ୍ଥାୟୀ ହୋଇଛି, ସେଠାରେ ସ୍ଥାୟୀ ସେଡ୍‌ ନିର୍ମାଣ କରାଯିବ । ପ୍ରାଥମିକ ପ୍ରର୍ଯ୍ୟାୟରେ ରୁପାଲି ଛକ, ନାଲକୋ ଛକ, କଳିଙ୍ଗ ଷ୍ଟାଡିୟମ, କଳିଙ୍ଗ ଷ୍ଟୁଡିଓ ଭଳି ୧୨ଟି ଛକରେ ସ୍ଥାୟୀ ସେଡ୍‌ ନିର୍ମାଣ ହେବ ।  କିନ୍ତୁ ଏହି ବ୍ୟବସ୍ଥା ଗାଡି଼ ଚାଳକଙ୍କ ଦ୍ୱାରା ଆଦୃତ ହେଉଛି କି ନାହିଁ ତାହା ନିରୀକ୍ଷଣ କରାଯାଉଛି । ଯେହେତୁ ସହରର ବିଭିନ୍ନ ସ୍ଥାନରେ ଥିବା ଫୁଟ୍‌ ଓଭରବ୍ରିଜ୍‌ ଅଧିକାଂଶ ସମୟ ଫାଙ୍କା ପଡୁଛି । ବିଶେଷ କାମରେ ଲାଗୁନାହିଁ । ସେଦିଗକୁ ଧ୍ୟାନ ଦିଆଯାଉଛି । ଏନେଇ ଟ୍ରାଫିକ ପୁଲିସ ଓ ଅନ୍ୟାନ୍ୟ ବିଭାଗ ସହ ଆଲୋଚନା ଚାଲିଛି । ଏଜି ଛକ ସେଡ୍‌ର ସଫଳ ରୂପାୟନ ପରେ ଅନ୍ୟ ପ୍ରକଳ୍ପ ଆଗେଇବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.