ନୂଆପଡ଼ା,୧୧/୦୯: ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଡୋର୍କାମୁଣ୍ଡା ଗାଁରେ ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏଥିରେ ଜଣେ ମହିଳା ଗୁରୁତର କରିଛନ୍ତି । ମୃତ ଯୁବକ ଜଣକ ଯୁବକ ପର୍ଶୁରାମ ସତନାମୀ(୪୦ ବର୍ଷ)  ଏବଂ ଗୁରୁତର ମହିଳା ଜଣକ ଲୋଭା ସତନାମୀ(୪୫ ବର୍ଷ) ବୋଲି ଜଣପଡ଼ିଛି। ତାଙ୍କ ମୃତଦେହ ଖଡ଼ିଆଳ ଉପ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖା ଯାଇଛି ।

ସୂଚନା ମୁତାବକ, ଗୁରୁବାର ଭୋରୁ ଡୋର୍କାମୁଣ୍ଡା ଗାଁର ପର୍ଶୁରାମ ଓ ସମ୍ପର୍କୀୟ ଲୋଭା ସତନାମୀ ପର୍ଶୁରାମଙ୍କ ଚାଷ ଜମିକୁ ଚାଷକାମ ପାଇଁ ଯାଇଥିଲେ । ସେଠାରେ ଘଡଘଡି ସହ ବର୍ଷା ହେବାରୁ ଗଛ ମୂଳରେ ଆଶ୍ରୟ ନେଇଥିଲେ । ଏହି ସମୟରେ ଘଡଘଡି ହେବାରୁ ପର୍ଶୁରାମ ଓ ଲୋଭା ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ପର୍ଶୁରାମ ଓ ଲୋଭାଙ୍କୁ ଖଡ଼ିଆଳ ଉପ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପର୍ଶୁରାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ଲୋଭାଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । ଅନ୍ୟପକ୍ଷରେ ପର୍ଶୁରାମଙ୍କ ମୃତଦେହ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି ।