ଭୁବନେଶ୍ୱର, ୨୪/୦୩ : ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଟାଙ୍କି ବନ୍ଦ। ନାହିଁ ନଥିବା ହଇରାଣ ହେଉଛି ଚାଳକ। ନଗଦ ଟଙ୍କା କାରବାର ହେଉନଥିବାରୁ ଆସିପାରୁନି ପେଟ୍ରୋଲ। ଟାଙ୍କିକୁ ତେଲ ଦେଉ ନାହାନ୍ତି କମ୍ପାନୀ। ତେଲ କମ୍ପାନୀଙ୍କ କହିବା ଅନୁଯାୟୀ ତେଲ ଟାଙ୍କି ମାଲିକମାନେ ନଗଦ ଟଙ୍କା ଦେଇ କମ୍ପାନୀଠୁ ତେଲ କିଣିବେ। ଏବେ ବାକି କାରବାର ବନ୍ଦ ହୋଇ ଥିବାରୁ ନଗଦ ନଦେଲେ ଟାଙ୍କିରେ ତେଲ ଦିଆଯାଉ ନାହିଁ। ଫଳରେ ଗ୍ରାହକ ହଇରାଣ ହେଉଛନ୍ତି।
ଗତକାଲି ଭୁବନେଶ୍ଵରର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସାମନ୍ତରାପୁରରେ ଥିବା ଏକ ପେଟ୍ରୋଲ ପମ୍ପ ସାମନାରେ ଗାଡ଼ି ଧାଡ଼ି କରି ଠିଆ ହୋଇଥିଲେ। ଆଜିଠୁ ପେଟ୍ରୋଲ ସଙ୍କଟ ହେବା ଭୟରେ ଲୋକେ ତେଲ ପକାଇବାକୁ ଲାଇନ୍ ଲଗାଇଥିଲେ । ଠେଲାପେଲା ବି ହୋଇଥିଲା । ରାଜଧାନୀର ଅନ୍ୟ ଟାଙ୍କି ଗୁଡ଼ିକରେ ମଧ୍ୟ ସେମିତି ଭିଡ଼ ଦେଖିବାକୁ ମିଳିଥିଲା। ପେଟ୍ରୋଲ ଡିଲର୍ସ ସଂଘର ସଭାପତି ସଂଜୟ ଲାଠ୍ କହିଛନ୍ତି, ଶନିବାର, ରବିବାର ବ୍ୟାଙ୍କ ଛୁଟି ଥିଲା । ଏଥିପାଇଁ ଟଙ୍କା ଡିପୋଜିଟ୍ ହୋଇ ପାରିନଥିଲା । ତେଣୁ ତୈଳ କମ୍ପାନି ତେଲ ଦେଇନଥିଲେ। ଯାହା ଫଳରେ ସୋମବାର ପେଟ୍ରୋଲ ଗାଡ଼ି ବିଳମ୍ବରେ ପହଞ୍ଚିଥିଲା । ତେଣୁ ଭୁବନେଶ୍ୱରେ ୩ ଟାଙ୍କି ସକାଳୁ ଅଚଳ ଥିଲା । ପରେ ସ୍ୱଭାବିକ ହୋଇଥିଲା । ତେବେ ଲୋକେ ଅତଙ୍କିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି।
ଏହି ଖବରଟିକୁ ପଢନ୍ତୁ- ସାଇବର ଥାନାରେ ବଢୁଛି ମାମଲା, ଅଦୃଶ୍ୟ ଜଗତରୁ ଠକଙ୍କୁ ଧରିବାକୁ ନାହାଁନ୍ତି ପର୍ଯ୍ୟାପ୍ତ ପୁଲିସ