ସୋରଡା, ୧୨।୩ : ସୋରଡ଼ା ଅଂଚଳରେ ପେଟ୍ରୋଲର ଘୋର ଅଭାବ ଦେଖାଦେଇଛି । ୩ ଦିନ ହେଲା ଏଠାରେ ଟାଙ୍କି ରେ ପେଟ୍ରୋଲ ଓ ଡିଜେଲ ନଥିବାରୁ ଜନସାଧାରଣ ବହୁ ସମସ୍ୟା ଭୋଗୁଛନ୍ତି । ଅନ୍ୟପଟେ ଆସ୍କା, ଭଞ୍ଜନଗର ଅଂଚଳରୁ ପେଟ୍ରୋଲ ଆଣି ଖୁଚୁରା ବ୍ୟବସାୟୀ ମାନେ ଚଢା ଦରରେ ଲିଟର ପିଛା ୧୪୦ ଟଙ୍କାରେ ବିକ୍ରି କରୁଛନ୍ତି ।

ବରାଡି, ସୋରଡ଼ା,ବଡ଼ଗଡ଼,ନାକିଟି, ନୁଆଁ ଗ୍ରାମ ରେ ପେଟ୍ରୋଲ ମିଳୁନଥିବା ଜଣାପଡିଛି । ଫଳରେ ସୋରଡ଼ା ସମେତ ବ୍ଲକର ୨୦୦ ରୁ ଉର୍ଦ୍ଧ୍ୱ ଗ୍ରାମରେ ସମସ୍ୟା ଆରମ୍ଭ ହୋଇଛି । ଅଟୋ ଚଳାଚଳ, ବାଇକ ଉପରେ ପ୍ରଭାବ ପଡିଛି । ପଡୋଶୀ ଦାରିଙ୍ଗବାଡି ରୁ ପେଟ୍ରୋଲ ଆଣି ଲୋକେ ଏଠାରେ ଗଛିତ ରଖିଲେଣି । ବହୁ ଲୋକ, ବ୍ୟବସାୟୀ, ଗାଡି ଵାଲା ବଡ଼ ବଡ଼ ଜାର ମାନଙ୍କ ରେ ବାହାରୁ ପେଟ୍ରୋଲ ଆଣି ରଖୁଛନ୍ତି । ବିଶେଷ କରି ବାଇକ ଚାଳକମାନେ ବେଶୀ ହଇରାଣ ହେଉଛନ୍ତି। ସେମାନେ ଲିଟର ୧୪୦ ଟଙ୍କା ଦେଇ ବାହାର ବ୍ୟବସାୟୀ ଙ୍କ ଠାରୁ କିଣିବାକୁ ବାଧ୍ୟ ହେଉଛନ୍ତି ।