ମାନିଲା,୩।୫: ଫିଲିପାଇନ୍ସର ଆଲବେରେ ଏକ ଅତ୍ୟନ୍ତ ବିପଜ୍ଜନକ ପ୍ରାକୃତିକ ଘଟଣା ସାମନାକୁ ଆସିଛି। ରବିବାର ମାୟୋନ୍ ଆଗ୍ନେୟଗିରି ଉଦଗୀରଣ ହୋଇଛି। ଅର୍ଥାତ୍ ଏହା ପୁଣି ସକ୍ରିୟ ହୋଇ ଉଠିଛି। ଏହାର ବିପଦକୁ ଦୃଷ୍ଟିରେ ରଖି ସମଗ୍ର ଅଞ୍ଚଳରୁ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। କର୍ତ୍ତୃପକ୍ଷ ଲାଭା ଏବଂ ଭୂସ୍ଖଳନର ଚେତାବନୀ ଜାରି କରିଛନ୍ତି। ମାନିଲାର ଦକ୍ଷିଣ-ପୂର୍ବରେ ଥିବା ଆଲବେ ପ୍ରଦେଶରେ ମାୟୋନ୍ ଜ୍ୱାଳାମୁଖୀର କାର୍ଯ୍ୟକଳାପ ପୁଣି ବଢ଼ିବା ପରେ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି ସମୟରେ ଆକାଶକୁ ପାଉଁଶର ଏକ ଗୁଣ୍ଡ ଉଠି ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ ଗ୍ରାସ କରିଥିଲା।

ଅନ୍ୟପକ୍ଷେ ଆଗ୍ନେୟଗିରି ଉଦଗୀରଣ ପରେ ୫ଟି ଲେବଲ୍ରେ ପାରାମିଟରକୁ ବଢାଇ ୩ ପର୍ଯ୍ୟନ୍ତ କରି ଦିଆଯାଇଛି। ଏହା ସହ ନିବାସୀଙ୍କୁ ଲାଭା, ଭୂସ୍ଖଳନ ଓ ଆଗକୁ ଉଦଗୀରଣ ବିପଦକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରାଯାଇଛି। ଏହି ଅଞ୍ଚଳର ୬ କିଲୋମିଟର ପରିସର ଯିବାକୁ ମନା କରାଯାଇଛି। ପ୍ରାୟ ୨୪୬୨ ମିଟର ଉଚ୍ଚ ଏବଂ ଏହାର ଛୋଟ ଆକାର ପାଇଁ ଜଣାଶୁଣା` ଏହି ଜ୍ୱାଳାମୁଖୀ ଷ୍ଟ୍ରୋମ୍ବୋଲିଆନ ଉଦଗୀରଣ ଅନୁଭବ କରେ। ତଥାପି, ଏହି ଉଦଗୀରଣଗୁଡ଼ିକ ମଧ୍ୟମ ଧରଣର, ମଝିରେ ମଝିରେ ଲାଭା, ଗ୍ୟାସ ଏବଂ ଜ୍ୱାଳାମୁଖୀ ଭଗ୍ନାବଶେଷ ନିର୍ଗତ କରେ।

ଅଧିକାରୀମାନେ କହିଛନ୍ତି ଯେ ଜ୍ୱାଳାମୁଖୀରେ ଷ୍ଟ୍ରୋମ୍ବୋଲିଆନ୍ ଗତିବିଧି ଦେଖିବାକୁ ମିଳିଛି। ଲାଭା, ଗ୍ୟାସ ଏବଂ ଜ୍ୱାଳାମୁଖୀ ଭଗ୍ନାବଶେଷର ମଝିରେ ମଝିରେ ଉଦଗୀରଣ ହେଉଛି। ଏହା ଫିଲିପାଇନ୍ସର ସବୁଠାରୁ ସକ୍ରିୟ ଜ୍ୱାଳାମୁଖୀ ଏବଂ ଏକ ପର୍ଯ୍ୟଟନ ସ୍ଥଳ। ତଥାପି, ପରିସ୍ଥିତି ଅସ୍ଥିର ରହିଛି। ଉଲ୍ଲେଖନୀୟ ଯେ, ମାୟୋନ୍ ଆଗ୍ନେୟଗିରି ଫିଲିପାଇନ୍ସର ସବୁଠାରୁ ସକ୍ରିୟ ଆଗ୍ନେୟଗିରି ମଧ୍ୟରୁ ଅନ୍ୟତମ ମାୟୋନ୍ ଗତ ୪୦୦ ବର୍ଷ ମଧ୍ୟରେ ୫୦ ରୁ ଅଧିକ ଥର ଉଦଗୀରଣ ହୋଇଛି। ଏହା ବହୁତ ବିପଜ୍ଜନକ ଏବଂ ଏଠାରୁ ଲାଭା ଓ ପାଉଁଶ ବାହାରି ଥାଏ।