ନୂଆଦିଲ୍ଲୀ, ୦୭/୦୨: ପୁଣି ଆଉ ଏକ ବିମାନ ଦୁର୍ଘଟଣା । ସାଉଥ୍ ଫିଲିପିନ୍ସରେ ଆମେରିକାର ଏକ ସୈନ୍ୟ ବିମାନ କ୍ରାସ୍ ହୋଇଛି । ଫଳରେ ସେନା ଅଧିକାରୀଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି।  ଯାହାର ଭିଡି଼ଓ ସାମ୍ନାକୁ ଆସିଛି ।  

ସୂଚନା ମୁତାବକ, ମାଗୁଇଡ଼ାନାଓ ଡ଼େଲ ପ୍ରାନ୍ତରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏନେଇ ପ୍ରାନ୍ତର ସୁରକ୍ଷା ଅଧିକାରୀ କହିଛନ୍ତି ଯେ ଏହି ବିମାନ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମିଲିଟ୍ରି ବିମାନଟି ରେକି ଓ ସର୍ଚ୍ଚ ଅପରେସନରେ ଥିବା ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । ତେବେ ଏହି ଦୁର୍ଘଟଣା କିପରି ଘଟିଲା ଏନେଇ କୌଣସି ସୂଚନା ନ ଥିବା ବେଳେ ଇଣ୍ଡୋ ପେସିଫିକ୍ କମାଣ୍ଡ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।  ଏପିର ରିପୋର୍ଟ ଅନୁସାରେ, ସ୍ଥାନୀୟ ଲୋକମାନେ ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି ଯେ, ବୋମା ବିସ୍ପୋରଣ ଭଳି ଶବ୍ଦ ଶୁଣି ସେମାନେ ଭୟଭୀତ ହୋଇଯାଇଥିଲେ । ଫାର୍ମହାଉସର ଏକ କିଲୋମିଟର ଦୂରରେ ପ୍ଲେନ କ୍ରାସ ହୋଇ ତଳେ ପଡିଥିଲା । ଯାହାପରେ ବିସ୍ପୋରଣ ହୋଇ ସେଥିରେ ନିଆଂ ଲାଗିଯାଇଥିଲା ।



ସେପଟେ ଘଟଣାର ଖବର ପାଇ ପୋଲିସ ଓ ଉଦ୍ଧାକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଥିଲେ।  ପ୍ରକାଶ ଥାଉକି, ଗତକାଲି ଆମେରିକାର ଓ୍ବାସିଂଟନର ଏୟାରପୋର୍ଟ ନିକଟରେ ୨ଟି ବିମାନ ପରସ୍ପର ସହ ଧକ୍କା ହୋଇଥିଲା । ଯେଉଁଥିରେ ୧୪୨ ଜଣ ଯାତ୍ରା କରୁଥିଲେ ।