ନୂଆଦିଲ୍ଲୀ, ୨୬/୦୩: ସାଇବର ଠକେଇର ନୂଆ ମାମଲା । ଲୁଟ୍ ଶିକାର ହେଲେ ୭୮ ବର୍ଷୀୟା ବୃଦ୍ଧା । ପ୍ରାୟ ୨୫ ଲକ୍ଷ ଟଙ୍କାର ଠକେଇ ହୋଇଛି । ଡିଜିଟାଲ୍ ଆରେଷ୍ଟ ପୀଡ଼ିତ ବୃଦ୍ଧା ଥାନାରେ ଏତଲା ଦେବା ପରେ ସାମ୍ନାକୁ ଆସିଲା ଘଟଣା । ମୁମ୍ବାଇ ପୁଲିସର ସୂଚନା ମୁତାବକ, ୧୩ ଟଙ୍କା ପାଇଁ ବୃଦ୍ଧା ଜଣଙ୍କ ୨୫ ଲକ୍ଷ ଟଙ୍କା ହରାଇଛନ୍ତି । ସାଇବର ଠକ ମାନେ ବୃଦ୍ଧାଙ୍କୁ ଲୁଟର ଜାଲରେ ଛନ୍ଦିବା ପାଇଁ ହ୍ବାଟ୍ସଆପ ଅପ୍ଲିକେସନକୁ ବ୍ୟବହାର କରିଥିଲେ । ମେସେଜରେ ପ୍ରଥମେ ଏକ ଫାଇଲ୍ ପଠାଇଥିଲେ । ପରେ ଅତି ଚାଲାକରେ ଆପକୁ ଡାଉନଲୋଡ୍ କରିବାକୁ କହିଥିଲେ  । ଆପ୍ଲିକେସନ ଡାଉନଲୋଡ୍ ପରେ ୧୩ ଟଙ୍କା ପେମେଣ୍ଟ କରିବାକୁ କହିଥିଲେ । ପେମେଣ୍ଟ ଜରିଆରେ ଫୋନର ଡିଟେଲ୍ସ ଆକ୍ସେସ୍ କରିଥିଲେ । ପରେ ଫୋନକୁ ହାଇଜ୍ୟାକ୍ କରି ବୃଦ୍ଧାଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ ।

ପୁଲିସର ସୂଚନା ମୁତାବକ, ବୃଦ୍ଧା ଜଣଙ୍କ ମାର୍ଚ୍ଚ ଆରମ୍ଭରୁ କେରଳ ବୁଲିବାକୁ ଯାଇଥିଲେ । ଏହି ସମୟରେ ଜଣେ ଅଜଣା ଲୋକଙ୍କ କଲ୍ ଆସିଥିଲା ଏବଂ ସେ ବିଦ୍ୟୁତ୍ ବିଭାଗକୁ କହୁଛନ୍ତି ବୋଲି କହିଥିଲେ । ବିଜୁଳି ବିଭାଗରେ ଉପଭୋକ୍ତାଙ୍କର ନାମ ପଞ୍ଜୀକରଣ ଏବଂ ଅପଡେଟ୍ ଚାଲିଛି ୧୩ ଟଙ୍କା ଅନଲାଇନରେ ପଇଠ କରିବାକୁ କହିଥିଲେ ।

APK ଫାଇଲ୍ ପଠାଇ KYC କରିବାକୁ କହିଥିଲେ:

ସାଇବର ଠକମାନେ ବୃଦ୍ଧାଙ୍କ ମୋବାଇକୁ ଏକ ଫାଇଲ୍ ପଠାଇଥିଲେ ଏବଂ ଏହାକୁ ଡାଉନଲୋଡ୍ କରିବାକୁ କହିଥିଲେ । ଏହା ସହିତ ଆପ୍ଲିକେସନରେ KYC ଅପଡେଟ୍ କରିବାକୁ କହିଥିଲେ । ପୀଡ଼ିତ ବୃଦ୍ଧା ସାଇବର ଠକଙ୍କ କଥାରେ ଭାସିଯାଇ ଆପକୁ ଡାଉନଲୋଡ କରିବା ପରେ ସ୍କାମର୍ସ ମାନେ ତୁରନ୍ତ ତାଙ୍କ ଫୋନକୁ ହ୍ୟାକ୍ କରିଦେଇଥିଲେ ।

ବ୍ୟାଙ୍କ ଖାତାକୁ ଉଡ଼ିଗଲା ୨୫ ଲକ୍ଷ ଟଙ୍କା:

ଆପ୍ଲିକେସନରେ KYC ଅପଡେଟ ପରେ ସ୍କାମର୍ସ ମାନେ ବୃଦ୍ଧାଙ୍କୁ କ୍ରେଡିଟ୍ କାର୍ଟ ଡିଟେଲ୍ସ ଭରିବାକୁ କହିଥିଲେ । ଏହା ପରେ ବ୍ୟାଙ୍କ ଖାତାର ବିବରଣୀ ମାଗିଥିଲେ । ବୃଦ୍ଧା ଜଣଙ୍କ ସବୁ ଭରି ସାରିବା ପରେ ଏଣ୍ଟର ବଟନ ମାରିଥିଲେ । ଏହାର ତୁରନ୍ତ ପରେ ବ୍ୟାଙ୍କ ଖାତାରୁ ୨୫ ଲକ୍ଷ ଟଙ୍କା ଉଡ଼ିଯାଇଥିଲା ।  ମୋବାଇଲକୁ ମେସେଜ ଆସିବା ପରେ ବୃଦ୍ଧାଜଣଙ୍କ ଜାଣିବାକୁ ପାଇଥିଲେ ସେ ସାଇବର ଠକେଇର ଶିକାର ହୋଇଛନ୍ତି । ତେବେ ମାର୍ଚ୍ଚ ୨୧ ତାରିଖ ମୁମ୍ବାଇ ଫେରି ଥାନାରେ ସାଇବର ଠକେଇର ଏତଲା ଦେଇଥିଲେ  ।

ଅଧିକ ପଢ଼ନ୍ତୁ-ପାକିସ୍ତାନକୁ ଭିଡିଓ ସେୟାର ମାମଲା : ୨୧ ସନ୍ଦିଗ୍ଧ ଜାସୁସ ଅଟକ, ଶତ୍ରୁକୁ ଦେଉଥିଲେ ସମ୍ଵେଦନଶୀଳ ତଥ୍ୟ, ଅମ୍ଵାଲା ଷ୍ଟେସନରେ ଲଗାଇଥାନ୍ତେ ସିସିଟିଭି