ତିଗିରିଆ ୧୯/୫- କିଛି ଦିନର ବ୍ୟବଧାନ ପରେ ନମ୍ବର ବିହୀନ ବୋଲେରୋ ପିକ୍ ଅପ୍ ଭ୍ଯାନ ରେ ବେଆଇନ ଗୋ ଚାଲାଣ ହେଉଥିବା ବେଳେ କାବୁ କରିଛି ତିଗିରିଆ ପୋଲିସ | ପିକଅପ ଭ୍ୟାନରୁ ୭ ଗୋରୁ ଜବତ କରିବା ସହ ପୋଲିସ ୨ ଜଣଙ୍କୁ ଗିରଫ କରିଛି।
ତିଗିରିଆ ଥାନା ଅନ୍ତର୍ଗତ ଶାସନ ଛକରେ ଗୋଟିଏ ନମ୍ବର ବିହୀନ ବୋଲେରୋ ପିକ୍ ଅପ୍ ଭ୍ଯାନ ରେ ଗୋଟିଏ ବଳଦ ସହିତ ୭ ଟି ଗୋରୁ ନିଆଯାଉଥିଲା। ତିଗିରିଆ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଗାଡିକୁ ପିଛା କରି ଧରିଥିଲା। ଏଥିସହ ଗୋରୁ ମାନଙ୍କୁ ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ଗିରଫ ଅଭିଯୁକ୍ତ ହେଲେ ଅନୁଗୁଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ତଳମୂଳ ଗ୍ରାମର ରାକେଶ ସାହୁ ଓ ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ପାନଘୁଡୁଘୁଡା ଗ୍ରାମର ସାମନ୍ତ ବିଶ୍ଵାଳ l
ତିଗିରିଆ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ଦୁଇ ଗୋ ଚାଲାଣ କାରୀଙ୍କୁ ଗିରଫ୍ କରାଯାଇ କୋର୍ଟ ଚାଲାଣ କରାଯାଇଛି। ବୋଲେରୋ ପିକ୍ ଅପ୍ ଭ୍ଯାନ କୁ ଜବତ କରାଯାଇଛି ବୋଲି ତିଗିରିଆ ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟ ସୂଚନା ଦେଇଛନ୍ତି।