ହେମଗିରି ,୧୧/୫(ଆପ୍ର): ଗୋରୁ ବୋଝେଇ ପିକଅପ୍ ଗାଡ଼ି ଜବତ କଲା ହେମଗିରି ପୋଲିସ । ଉଦ୍ଧାର ହେଲେ ୮ ଗୋରୁ । ବନ୍ଧା ହେଲେ ୩ ଜଣ ଗୋଚାଲାଣକାରୀ । ଗିରଫ ଅଭିଯୁକ୍ତ ହେଲେ ପିକଅପ୍ ଗାଡ଼ିର ଚାଳକ ଦୁର୍ବାସା ଚୌହାନ, କୈଳାଶ ତିର୍କି ଏବଂ ସୁଖ ସାଇ ତନ୍ତୀ ବୋଲି ଜଣାପଡ଼ିଛି । ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ମୁତାବକ, ରବିବାର ଭୋର ସମୟରେ ଟାଙ୍ଗରଡିହି ଯୁବକମାନେ ଗୋରୁ ବୋଝେଇ ପିକଅପ୍ ଗାଡ଼ିକୁ ଅଟକ ରଖିଥିଲେ । ଏନେଇ ଖବର ପାଇବା ପରେ ହେମଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚାଲାଣକାରୀଙ୍କୁ ଗିରଫ କରିଛି । ଏହା ସହ ସମସ୍ତ ଗୋରୁଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି । ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।