ବ୍ରହ୍ମପୁର, ୨୭।୫ : ଅପରାଧୀ ଦମନ ପାଇଁ ବ୍ରହ୍ମପୁର ପୁଲିସର ସ୍ୱତନ୍ତ୍ର ରଣନୀତି । ପ୍ରସ୍ତୁତ କରା ଯାଇଛି ଶତାଧିକ ଅପରାଧୀଙ୍କ ଲମ୍ବା ତାଲିକା। ପରାମର୍ଶ, ନିର୍ଦେଶ ନମାନିଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। ସବୁ ଥାନାକୁ ଦିଆ ଯାଇଛି ନିର୍ଦେଶ ବୋଲି ବ୍ରହ୍ମପୁର ଏସ ପି ଡ଼ା ସ୍ରବଣା ବିବେକ ଏମ କହିଛନ୍ତି।

ସହରରେ ଅପରାଧ ବୃଦ୍ଧିକୁ ନେଇ ବ୍ରହ୍ମପୁର ପୋଲିସର କଡ଼ା ପଦକ୍ଷେପ । ବ୍ରହ୍ମପୁର ପୋଲିସ ଜିଲ୍ଲାର ସବୁ ଥାନା ଅଞ୍ଚଳରେ ଥିବା ଅପରାଧିଙ୍କ ତାଲିକା ପ୍ରସ୍ତୁତ କରୁଛି ପୁଲିସ । ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ଅପରାଧିଙ୍କ ତାଲିକା ପ୍ରସ୍ତୁତ କରିଛି ପୋଲିସ ।ଅପରାଧିଙ୍କ ଚାଲିଚଳନ, ପୁରୁଣା କେସ୍ ଆଦିକୁ ନେଇ ନଜର ରଖୁଛି ପୋଲିସ । ଜେଲରୁ ଫେରିଲେ ଅପରାଧି ମାନେ ଥାନାରେ ହାଜିରା ଦେବେ । କିଏ କେଉଁ ଅପରାଧରେ ସଂଶଳିଷ୍ଠ ଏବଂ କେଉଁ ମାମଲାରେ ଜେଲ ଯାଇଛି ତାହାର ତାଲିକା ପ୍ରସ୍ତୁତ କରା ଯାଉଛି ବୋଲି କହିଛନ୍ତି ବ୍ରହ୍ମପୁର ଏସ. ପି।

ଗୋଟିଏ ପଟେ କ୍ରାଇମ କଣ୍ଟ୍ରୋଲ ଅନ୍ୟପଟେ ଲୋକଙ୍କ ଜନ ଜୀବନ ସୁରକ୍ଷା ପାଇଁ ପୁଲିସ ଗ୍ରହଣ କରିଛି ବଡ଼ ପଦକ୍ଷେପ. ସଞ୍ଜ ନଇଁ ଆସିଲେ ସହରର ବିଭିନ୍ନ ଅଞ୍ଚଳରେ ପୁଲିସ କରୁଛି ଫ୍ଲାଗମାର୍ଚ୍ଚ ଏଥିପାଇଁ ବ୍ରହ୍ମପୁରକୁ ଆସିଛନ୍ତି ୫ ପ୍ଲାଟୁନ ପୋଲିସ ଫୋର୍ସ ।ଏହି ୫ ପ୍ଲାଟୁନ୍ ପୋଲିସ ଫୋର୍ସକୁ ନେଇ ଫ୍ଲାଗ ମାର୍ଚ୍ଚ, ନାକା ବନ୍ଦ ସହ ପେଟ୍ରୋଲିଂ କରାଯାଉଛି । ସହରର ଯେଉଁ ସ୍ଥାନରେ ଅନ୍ଧାର ରହିଛି ସେଠାରେ ଲାଇଟ ବ୍ୟବସ୍ଥା କରିବା ପାଇଁ ବିଇଏମସିକୁ ନିର୍ଦେଶ ଦିଆଯାଇଛି । ଯେଉଁ ମାମଲାରେ ଅପରାଧି ଫେରାର ଅଛନ୍ତି ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ଏବଂ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସପି ଡ଼ା ସ୍ରବଣା ବିବେକ ଏମ କହିଛନ୍ତି ।

ଗତ ୧୬ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ସହରରେ ଘଟିଥିବା ଅପରାଧିକ କାର୍ଯ୍ୟକଳାପ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ସବୁ ଘଟଣାରେ ପୁଲିସ ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କରି କାର୍ଯ୍ୟାନୁଷ୍ଠାନ ତରିକା ବଦଳାଇଛି। ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ୧୦ ଦିନ ଭିତରେ ବିଭିନ୍ନ ଘଟଣାରେ ୧୨ ଅପରାଧୀଙ୍କୁ ଗିରଫ କରିବା ସହ ୫ ଅପରାଧୀଙ୍କୁ ଏନକାଉଣ୍ଟର କରିଛି। ପୁଲିସର ଏଭଳି କାର୍ଯ୍ୟ ଶୈଳୀଙ୍କୁ ସହରବାସୀ, ବୁଦ୍ଧିଜିବୀ ସ୍ୱାଗତ କରିବା ସହ ପ୍ରଶଂସା କରିଛନ୍ତି ।

ଆହୁରି ପଢନ୍ତୁ : ଧାର୍ଯ୍ୟ ଦର ଠାରୁ ଅଧିକ ବସ୍ ଭଡ଼ା ନେଲେ ହେବ କାର୍ଯ୍ୟାନୁଷ୍ଠାନ : ପରିବହନ ମନ୍ତ୍ରୀ