ନୋଏଡା – ଗ୍ରେଟର ନୋଏଡା ୱେଷ୍ଟରେ ପୁଣି ଥରେ ସୁଉଚ୍ଚ ବିଲ୍ଡିଂରୁ ପ୍ଲାଷ୍ଟରର ଅଂଶ ଖସିବା ମାମଲା ସାମ୍ନାକୁ ଆସିଛି। ଜୋରରେ ପବନ ବହିବା କାରଣରୁ ୨୦ତମ କୋଠାରୁ ପ୍ଲାଷ୍ଟରର କିଛି ଅଂଶ ତଳେ ଠିଆ ହୋଇଥିବା ଗାଡ଼ି ଉପରେ ଖସି ପଡ଼ି ଥିଲା। ଯେଉଁଥିରେ କାରଟି କ୍ଷତିଗ୍ରସ୍ତ ହୋଇଛି। ସୌଭାଗ୍ୟର କଥା ଏହା ଯେ, ସେହି ଦିନ ରାତିରେ ସେଠାରେ କୌଣସି ବ୍ୟକ୍ତି ନଥିଲେ , ନୁହେଁତ ବଡ଼ ଦୁର୍ଘଟଣା ଘଟିଥାନ୍ତା।

ଉଲ୍ଲେଖନୀୟ ଯେ, ଏହି ପୂରା ମାମଲା ବିସରଖ ଥାନା ଅଞ୍ଚଳର ଇକୋ ଭିଲେଜ ୱାନ ସୋସାଇଟିର, ଯେଉଁଠି ଇ-ଟାୱାରର ପଛରେ ଖୋଲା ପାର୍କିଂରେ ଅଙ୍କୁର ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କ ଅର୍ଟିଗା କାର ପାର୍କ ହୋଇ ଥିଲା। ରାତିରେ ଖୁବ୍ ଜୋରରେ ପବନ ବହିବାରୁ ୨୦ତମ କୋଠାରୁ ଏକ ପ୍ଲାଷ୍ଟରର ବଡ଼ ଅଂଶ ଖସି ଗାଡ଼ି ଉପରେ ପଡ଼ିଥିଲା । ଯେଉଁଥିରେ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା।

ଗାଡ଼ି ମାଲିକ ଅଙ୍କୁର ସକାଳେ ଜାଣିବାକୁ ପାଇଲେ ଯେ, ତାଙ୍କ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ଏବଂ ତା ଉପରେ ପ୍ଲାଷ୍ଟର ପଡ଼ି ରହିଛି। ଗାଡ଼ିର ଉପର ଭାଗଟି ଭାଙ୍ଗି ଯାଇଛି।ଉକ୍ତ ଘଟଣା ପରେ ସୋସାଇଟିର ଲୋକେ ଖୁବ୍ ଉତ୍ତେଜିତ ହୋଇଥିଲେ। ତାଙ୍କର କହିବାନୁସାରେ , ତାଙ୍କ ଠାରୁ ମୋଟା ଅଙ୍କର ମେଣ୍ଟେନାନ୍ସ ଚାର୍ଜ ଆଦାୟ କରାଯାଉଛି , କିନ୍ତୁ ଏହା ସତ୍ତ୍ୱେ ତାଙ୍କର ଜୀବନ ବିପଦରେ। ଏବେ ଷ୍ଟ୍ରକଚର ଅଡିଟ୍ କରିବାର ଦାବି କରାଯାଇଛି ଏବଂ କୁହାଯାଇଛି ଯେ, ବିଲ୍ଡିଂର କ୍ୱାଲିଟି ଯାଞ୍ଚ କରିବା ଉଚିତ୍ ଏବଂ ଖୁବ୍ ଶୀଘ୍ର ରିପେୟାରିଂ ମଧ୍ୟ କରାଇବା ଉଚିତ୍।

ଏହା ମଧ୍ୟ ପଢନ୍ତୁ - କଏଦୀର ଶେଷ ଇଚ୍ଛା କରାଗଲା ପୂରଣ : ଫାଶୀ ପାଇବା ପୂର୍ବରୁ ଶୁଣିଲେ ମହମ୍ମଦ ରଫିଙ୍କ ସେହି କାଳଜୟୀ ଗୀତ