ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ପ୍ଲାଷ୍ଟିକ୍‌ ମୁକ୍ତ ବାଲିଯାତ୍ରା ଅଭିଯାନ: ପାଣି ବୋତଲ ଦେଲେ ମିଳିବ ଚକୋଲେଟ୍, ଉପର ଓ ତଳ ପଡିଆରେ ହେବ ୬ ଷ୍ଟଲ୍

Published By : Prameya | November 14, 2024 11:21 AM

କଟକ ୧୪/୧୧: ଚଳିତ ବର୍ଷ ପ୍ଲାଷ୍ଟିକ୍‌ ମୁକ୍ତ ବାଲିଯାତ୍ରା ଆୟୋଜନ କରିବାକୁ ନେଇ  ବିଶେଷ କିଛି ଯୋଜନା ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଇବା ପରେ  କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସିଏମ୍‌ସି ସାନିଟେସନ୍‌ ବିଭାଗ ଦ୍ୱାରା ଏଥିପାଇଁ ଜିଲ୍ଲା  ପ୍ରଶାସନ ଦ୍ୱାରା ଆଲୋଚନା କରାଯାଇ ଏକ ନିଆରା ଉଦ୍ୟମ  କରାଯିବ । ଏଥିରେ କୌଣସି ଲୋକ ପାଣି ବୋତଲ ଏଣେତେଣେ ନ ଫୋପାଡି ପ୍ଲାଷ୍ଟିକ୍‌ ବୋତଲ ସଂଗ୍ରହ କେନ୍ଦ୍ରରେ ପୈଠ କରିଲେ  ସେମାନଙ୍କୁ ତାହା ବଦଳରେ କାଡ୍‌ବେରି କମ୍ପାନୀର ଚକୋଲେଟ୍‌  ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଯାହାଦ୍ୱାରା ବାଲିଯାତ୍ରାରେ ପ୍ଲାଷ୍ଟିକ୍‌ ଆବର୍ଜନାକୁ ସହଜରେ ସଂଗ୍ରହ କରାଯାଇପାରିବ ବୋଲି  କର୍ତ୍ତୃପକ୍ଷ ଆଶା ବ୍ୟକ୍ତ  କରିଛନ୍ତି ।  

ଗତ ଦୁଇ ବର୍ଷ ହେବ ମେଳା  ସମୟରେ ପଡିଆକୁ  ପ୍ଲାଷ୍ଟିକ୍‌ ଆବର୍ଜନା ମୁକ୍ତ କରିବାକୁ ପ୍ରୟାସ ଜାରି ରହିଛି । ପ୍ରଥମେ  ୨୦୨୨ମସିହାରେ କ୍ୟୁଆର୍‌ କୋଡ୍‌ ବ୍ୟବସ୍ଥା ଥିଲାବେଳେ ତାହା ଫେଲ୍‌ ମାରିଥିଲା । ଏହାପରେ ୨୦୨୩ମସିହାରେ ପୁଣି କେବଳ ସଂଗ୍ରହ  ଷ୍ଟଲ୍‌ ଖୋଲାଯାଇଥିଲା କିନ୍ତୁ ଲୋକମାନେ ଆଗ୍ରହ ପ୍ରକାଶ କରି ନ  ଥିଲେ । ଏ ବର୍ଷ ମଧ୍ୟ ପୂର୍ବରୁ କୌଣସି ଯୋଜନା ନ ଥିଲାବେଳେ  ଜରି ଗୋଟାଳିଙ୍କ ଉପରେ ଭରସା କରିବାକୁ ନେଇ ଅସନ୍ତୋଷ  ପ୍ରକାଶ ପାଇଥିଲା । ଏହାପରେ ଏବେ ସିଏମ୍‌ସି ପକ୍ଷରୁ ନୂଆ  ଉଦ୍ୟମ କରାଯିବାକୁ ନିଷ୍ପତ୍ତି ହୋଇଛି । ଏଥିରେ ସିଏମ୍‌ସି ଦ୍ୱାରା  ଉପର ଓ ତଳ ପଡିଆରେ ୬ଟି ଷ୍ଟଲ୍‌ କରାଯିବ । ସିଏମ୍‌ସି ଓ ଓଡିଶା ଡେଭେଲପ୍‌ମେଣ୍ଟ୍‌ ନାମକ ସଂସ୍ଥାର ମିଳିତ ଉଦ୍ୟମରେ ପ୍ଲାଷ୍ଟିକ୍‌  ସଂଗ୍ରହ କେନ୍ଦ୍ର ଖୋଲିବ । ଏଥିରେ ପ୍ରତି ପାଣି ବୋତଲ ବଦଲରେ  ଏକ ଚକୋଲେଟ୍‌ ଦିଆଯିବ । ଏହାବାଦ୍‌ ଲୋକଙ୍କୁ ଏ ଦିଗରେ  ସଚେତନ କରିବା ପାଇଁ ମାଇକ୍‌ ପ୍ରଚାର ସହ କିଛି କର୍ମଚାରୀମାନେ  ସ୍ୱତନ୍ତ୍ର ପୋଷାକ ପରିଧାନ କରି ମେଳାରେ ବୁଲିବେ । ଏହାସହ  ଲୋକଙ୍କୁ ପ୍ଲାଷ୍ଟିକ୍‌ ବୋତଲ ନ ଫୋପାଡିବାକୁ ସଚେତନ କରାଇବେ  ବୋଲି ଯୁଗ୍ମ କମିସନର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.