ସୁନ୍ଦରଗଡ଼,୦୫/୦୪: ଯୁକ୍ତ ୨ ପରୀକ୍ଷା ଖାତାର ମୂଲ୍ୟାଙ୍କନ ଆରମ୍ଭ ହୋଇଛି । ପରୀକ୍ଷା ଖାତାର ମାର୍କ ବଢ଼ିବା ଲାଗି ଛାତ୍ରଛାତ୍ରୀଙ୍କ ପାଖକୁ ଆସୁଛି ଫୋନ । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ କାହାକୁ ଅଭିଯୋଗ କିଛି ବୁଝିପାରୁ ନାହାନ୍ତି ।

ସୁନ୍ଦରଗଡ଼ରେ ଯୁକ୍ତ ୨ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ନିକଟକୁ ୮୯୨୬୨୪୭୮୩୫ ନମ୍ବର ବିଶିଷ୍ଟ ମୋବାଇଲରୁ ଆସୁଛି ଫୋନ । କାହାକୁ କୁହାଯାଉଛି ତୁମର ଫିଜିକ୍ସରେ କମ୍ ମାର୍କ ଅଛି, ୫ ହଜାର ଟଙ୍କା ଦେଲେ ମାର୍କ ବଢ଼ାଇବି ଦିଆଯିବ ବୋଲି ଫୋନ କରିଥିବା ବ୍ୟକ୍ତି ଜଣକ କହୁଛନ୍ତି । ଯଦି ୫ ହଜାର ଟଙ୍କା ଅଧିକ ହେଉଛି ତା’ ହେଲେ ୩ ହଜାର ଟଙ୍କା ୯୧୧୪୬୩୬୩୮୯ ଫୋନ୍ ପେ’ରେ ପଠାଇବାକୁ କୁହାଯାଉଛି । ବର୍ତ୍ତମାନ ପରୀକ୍ଷା ଖାତାର ନମ୍ବର ବଢ଼ାଇ ଦେବା ଲାଗି ଠକ୍‌ ମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଏହାକୁ ନେଇ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଅଧିକ ପଢ଼ନ୍ତୁ :-  ନକ୍ସଲଙ୍କୁ ନେଇ ପୂର୍ବତନ ବିଧାୟକଙ୍କ ବଡ଼ ଖୁଲାସ; ସ୍ବିଜର୍ଲ୍ୟାଣ୍ଡରୁ ଆଣୁଥିଲେ ସୁନା, ତ୍ରିରଙ୍ଗା ପ୍ରତି ନଥିଲା ସମ୍ମାନ