ନୂଆଦିଲ୍ଲୀ : ଦଶହରା ଉତ୍ସବ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ଦିଲ୍ଲୀରେ ଇନ୍ଦ୍ରପ୍ରସ୍ଥ ଏକ୍ସଟେନସନ ରାମଲୀଳାରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ତାଙ୍କର କାର୍ଯ୍ୟକ୍ରମ ବାତିଲ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହଙ୍କ ପିତାମପୁରାରେ କେଶବ ରାମଲୀଳା ଗସ୍ତ ମଧ୍ୟ ବର୍ଷା ଯୋଗୁଁ ବାତିଲ ହୋଇଛି।

ଦିଲ୍ଲୀ-ଏନସିଆର ସମେତ ଦେଶର ଅନେକ ସହରରେ ପ୍ରବଳ ବର୍ଷା ଯୋଗୁଁ ରାବଣ ଦହନ ସମାରୋହ ବାତିଲ ହୋଇଛି। ବର୍ଷା ଯୋଗୁଁ ଦିଲ୍ଲୀ, ନୋଏଡା ଏବଂ ପାଟନାରେ ରାବଣର ପ୍ରତିମୂର୍ତ୍ତି ଅଧା ଭାଙ୍ଗି ଯାଇଥିବା ସୂଚନା ଆସିଛି। ରାବଣଙ୍କୁ ଦେଖିବାକୁ ଆସିଥିବା ଅନେକ ଲୋକ ବର୍ଷାରେ ଭିଜି ଘରକୁ ଫେରିଛନ୍ତି ।

ଇନ୍ଦ୍ରପ୍ରସ୍ଥ ରାମଲୀଳା ମୈଦାନରେ ଦଶହରା ଉତ୍ସବ ପ୍ରବଳ ବର୍ଷାରେ ଫିକା ପଡିଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗମନ ପୂର୍ବରୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା, ରାବଣ ପ୍ରତିମୂର୍ତ୍ତି ଓଦା ଯାଇଥିଲା। ଲାଲକିଲ୍ଲାରେ ରାମଲୀଳା କାର୍ଯ୍ୟକ୍ରମରେ, ଆୟୋଜକ ମାନେ ପ୍ରତିମୂର୍ତ୍ତି ଘୋଡାଇ ଦେବାର ବ୍ୟବସ୍ଥା କରିଥିଲେ, ତଥାପି ଏହା ଓଦା ହୋଇଯାଇଥିଲା।