ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳରେ ବୁଧବାର ଇରାନ-ଆମେରିକା ଯୁଦ୍ଧକୁ ନେଇ କଂଗ୍ରେସ ଉପରେ କରିଛନ୍ତି ଟାର୍ଗେଟ୍। ପିଏମ୍ ମୋଦି କହିଛନ୍ତି ଯେ, ଏହି ସମୟରେ ଗଲ୍ଫ ଦେଶ ଗୁଡ଼ିକର ସରକାର ଭାରତୀୟ ନାଗରିକଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି, କିନ୍ତୁ ଏମିତି ସମୟ ସମୟରେ କଂଗ୍ରେସ ରାଜନୀତି କରୁଛି। ସେ କହିଛନ୍ତି - ମୁଁ ଏହି କଥାର ମଧ୍ୟ କୃତଜ୍ଞ ଯେ, ଉପସାଗରୀୟ (ଗଲ୍ଫ) ଦେଶଗୁଡ଼ିକର ସରକାର ଆମ ନାଗରିକଙ୍କୁ ସୁରକ୍ଷା ଦେଉଛନ୍ତି। ଆମ ଭାରତୀୟ ରାଷ୍ଟ୍ରଦୂତ ୨୪ ଘଣ୍ଟା ସେମାନଙ୍କର ସାହାଯ୍ୟରେ ଲାଗିଛନ୍ତି। ତାହା ଖାଦ୍ୟ ହେଉ କି ମେଡିକାଲ କିମ୍ୱା ଆଇନଗତ ସାହାଯ୍ୟ, ସବୁ କିଛି ଦିଆ ଯାଉଛି। କିନ୍ତୁ ଦୁଃଖର କଥା ଯେ, ଏମିତି ଗ୍ଲୋବାଲ ସଙ୍କଟରେ ମଧ୍ୟ କଂର୍ଗେସ ରାଜନୀତି କରୁଛି ଏବଂ ଏମିତି ବିବୃତ୍ତି ଦେଉଛନ୍ତି, ଯେଉଁଥିରେ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ। ଲୋକେ ମୁସ୍କିଲରେ ପଡ଼ି ଶେଷରେ ମୋଦିଙ୍କ ଉପରେ ଦୋଷ ଲଦିବେ।

ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ଓ ତାଙ୍କ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରି ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଦେଶରେ ହେଉଥିବା ଡେଭଲପମେଣ୍ଟ ବିଷୟରେ ଜଣା ନାହିଁ। କୋଚ୍ଚିରେ ଏନଡିଏର ରାଲିକୁ ସମ୍ୱୋଧିତ କରି ପିଏମ୍ ମୋଦି କହିଛନ୍ତି ଯେ, ରାଜ୍ୟର ଫାଇଦା ପାଇଁ କେରଳରେ ଏଲଡିଏଫ୍ ଓ ୟୁଡିଏଫ୍ ସରକାରଙ୍କ ମଧ୍ୟରେ ବାରମ୍ୱାର ଆସୁଥିବା ପାଟର୍ନ ବନ୍ଦ ହେବା ଉଚିତ। ସେ କେରଳର ଲୋକଙ୍କୁ ଅପିଲ କରିଛନ୍ତି ଯେ, ସେ ବିଜେପିର ପରିଚାଳନାରେ ଏନଡିଏକୁ ଆଗାମୀ ପାଞ୍ଚ ବର୍ଷ ଯାଏ ତାଙ୍କର ସେବା କରିବାର ସୁଯୋଗ ଦିଅନ୍ତୁ, କାରଣ ଏହା ମୋଦିଙ୍କ ଗ୍ୟାରେଣ୍ଟି ସହ ଅଛି।

ଆହୁରି ମଧ୍ୟ ପଢନ୍ତୁ : LPG ପାଇଁ ସଙ୍କଟରେ ଭାରତ ? ବିଶେଷଜ୍ଞ କହିଲେ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜର ବିକଳ୍ପ

ପିଏମ୍ କହିଛନ୍ତି , ଲୋକେ ଏଲଡିଏଫ୍-ୟୁଡିଏଫର ପଲିଟିକ୍ସ ଠାରୁ ଦୂରେଇ ଯିବା ପାଇଁ ପ୍ରସ୍ତୁତ ଏବଂ କହିଛନ୍ତି ଏହା ହେଉଛି ୨୦୨୪ ରେ ତ୍ରିଶୂର ଲୋକସଭା ସିଟ୍ରେ ବିଜେପିର ବିଜୟ ଏବଂ ନିକଟରେ ତିରୁଅନନ୍ତପୁରମ୍ କର୍ପୋରେସନରେ ମଧ୍ୟ ବିଜେପିର ବିଜୟର ପ୍ରଭାବ ପୂରା କେରଳରେ ଦେଖିବାକୁ ମିଳିବ। ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ମୋଦି ଦାବି କରିଥିଲେ ଯେ , କଂଗ୍ରେସର ଯୁବରାଜ (ରାଜକୁମାର)ଙ୍କୁ ଦେଶରେ ହେଉଥିବା ଡେଭଲପମେଣ୍ଟ ବିଷୟରେ ଜଣା ନାହିଁ , କାରଣ ସେ ଏ ବିଷୟରେ ଅବଗତ ନୁହନ୍ତି ଯେ, କେରଳ ସମେତ ଭାରତର ଯୁବବର୍ଗ ଓ ଅନେକ କମ୍ପାନୀମାନେ ଡ୍ରୋନ୍ ତିଆରି କରିବାର କାମ କରୁଛନ୍ତି। ମୋଦି ନିଜର ଭାଷଣରେ ଏହା ମଧ୍ୟ କହିଛନ୍ତି ଯେ, ବିଜେପି କେରଳରେ ଏଆଇ ଓ ଭବିଷ୍ୟତର ଟେକ୍ନୋଲଜିର ହବ୍ କରିବା ପାଇଁ କାମ କରିବେ।

ୱେଷ୍ଟ ଏସିଆ ସଙ୍କଟର ଉଲ୍ଲେଖ କରି ସେ ଦାବି କରିଥିଲେ ଯେ, ଆଜିର ଭାରତ ନିଜର ନାଗରିକଙ୍କୁ କେଉଁଠି ଫସିବାକୁ ଦେବ ନାହିଁ ଏବଂ କେନ୍ଦ୍ର ସରକାର ଏହା ସ୍ପଷ୍ଟ କରିବା ପାଇଁ ଗଲ୍ଫ ଦେଶରେ ଫସି ଥିବା ଭାରତୀୟଙ୍କୁ ସବୁ ପ୍ରକାରର ସାହାଯ୍ୟ କରୁଛନ୍ତି। ସେ ୱେଷ୍ଟ ଏସିଆ ସଙ୍କଟ ମାମଲାରେ କଂଗ୍ରେସ ଉପରେ ମଧ୍ୟ ହମଲା କରିଥିଲେ ଏବଂ ଦାବି କରିଥିଲେ ଯେ, ବିରୋଧୀ ପାର୍ଟି ଏହି ପ୍ରସଙ୍ଗରେ ରାଜନୀତି କରୁଛନ୍ତି।