ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସାବଜୀ ଢୋଲକିଆଙ୍କ ପୁଅ ବାହାଘରରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ମୋଦି , ବର-କନ୍ୟାଙ୍କୁ କଲେ ଆଶୀର୍ବାଦ

Published By : Prameya | November 1, 2024 9:41 PM

ସୁରତ : ପ୍ରସିଦ୍ଧା ହୀରା ବ୍ୟବସାୟୀଙ୍କ ପୁଅ ବାହାଘରରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ। ୨୮ ଅକ୍ଟୋବରରେ ଗୁଜରାଟର ସୁରତରେ ହୀରା ବ୍ୟବସାୟୀ ସାବଜୀ ଢୋଲକିଆଙ୍କ ପୁଅ ଦ୍ରବ୍ୟ ଢୋଲକିଆଙ୍କ ବିବାହ ଉତ୍ସବରେ ସାମିଲ ହୋଇଛନ୍ତି ପିଏମ ନରେନ୍ଦ୍ର ମୋଦି। ସୁରତର ସବୁଠୁ ଧନୀ ବ୍ୟବସାୟୀଙ୍କ ଏଠାରେ ଆୟୋଜିତ ବିବାହ ସମାରୋହରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ହେଲିକପ୍ଟରରେ ପହଞ୍ଚି ଥିଲେ। ଦ୍ରବ୍ୟ ଢୋଲକିଆ ଓ ଜାହ୍ନବୀଙ୍କର ବାହାଘର ଗୁଜରାଟର ଦୁଧାଲା ସ୍ଥିତ ହେତ ନୀ ହବେଲିରେ ହୋଇଛି। ପରିବାର ଦ୍ୱାରା ସେୟାର କରାଯାଇ ଥିବା ଫଟୋରେ ପିଏମ୍‌ ମୋଦି ନବବିବାହିତ ଯୋଡ଼ିଙ୍କୁ ଆଶୀର୍ବାଦ ଦେଉ ଥିବାର ଦେଖିବାକୁ ମିଳୁଛି।  

ଆଜତକ୍‌ରେ ପ୍ରକାଶିତ ସୂଚନା ଆଧାରରେ, ଢୋଲକିଆଙ୍କର ଏକମାତ୍ର ପୁଅ ଦ୍ରବ୍ୟ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ ଭରତ ଚାଲୁଦିଆଙ୍କ ପୁଅ ଜାହ୍ନବୀଙ୍କୁ ବିବାହ କରିଛନ୍ତି। ହରି କୃଷ୍ଣା ଗ୍ରୁପର ଫାଉଣ୍ଡର ଓ ପ୍ରେସିଡେଣ୍ଟ ସାବଜୀ ଢୋଲକିଆ କହିଛନ୍ତି କି, ସେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ତାଙ୍କୁ ବିବାହକୁ ଆସିବା ପାଇଁ ନିମନ୍ତ୍ରଣ ଦେଇଥିଲେ। ଇନଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟରେ ହୀରା ବ୍ୟବସାୟୀ ଲେଖିଛନ୍ତି , ଆଜି ଦ୍ରବ୍ୟ ଓ ଜାହ୍ନବୀ ସେମାନଙ୍କ ଜୀବନର ନୂଆ ଯାତ୍ରା ଆରମ୍ଭ କରୁଛନ୍ତି, ଆମେ ନିଜକୁ ଖୁବ୍‌ ଭାଗ୍ୟଶାଳୀ ଅନୁଭବ କରୁଛୁ କି, ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଖୁସି କ୍ଷଣରେ ଆମ ସାଥିରେ ଉପସ୍ଥିତ ରହିଛନ୍ତି। 


ସାବଜୀ ଢୋଲକିଆ ଆହୁରି କହିଛନ୍ତି , ପ୍ରଧାନମନ୍ତ୍ରୀଙ୍କର ଉପସ୍ଥିତି ଓ ନବବିବାହିତ ଯୋଡ଼ିଙ୍କ ପାଇଁ ତାଙ୍କର ଆଶୀର୍ବାଦ ଆମ ପରିବାରକୁ କୃତଜ୍ଞତା ଓ ଗର୍ବରେ ଭରି ଦେଇଛି। ଏହା ଏକ ଏମିତି ଦିନ , ଯାହାକୁ ଆମେ ସର୍ବଦା ମନେରଖିବୁ। ଏହା ସେହି ମୂଲ୍ୟକୁ ମନେପକାଏ  , ଯାହାକୁ ଆମେ   ଶ୍ରଦ୍ଧା , ଏକତା ଓ ପରମ୍ପରା ଭାବେ ଜାଣି ଥାଉ। ୭ ବର୍ଷର ଅପେକ୍ଷା ପରେ ଆଜି ଏହି ବିବାହ ସଂପନ୍ନ ହୋଇଛି। ଯେବେ ମୁଁ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲି , ତ ମୁଁ ତାଙ୍କୁ ଦୁଇ ଅବସରରେ ଆମନ୍ତ୍ରିତ କରିଥିଲି – ଗୋଟିଏ ଦୁଧଲା ଗାଁରେ ଭାରତମାତା ସରୋବରର ଉଦ୍‌ଘାଟନ କରିବା ପାଇଁ  ଓ ଦ୍ୱିତୀୟଟି ଏହି ବିବାହ ପାଇଁ । 

ଉଲ୍ଲେଖନୀୟ ଯେ, ସାବଜୀ ଢୋଲକିଆ ସେହି ହୀରା ବ୍ୟବସାୟୀ, ଯିଏ ନିଜର କର୍ମଚାରୀଙ୍କୁ ଦୀପାବଳି ଅବସରରେ ଲକଜରୀ କାର , ଧନ ଓ ଫିକ୍ସ୍‌ ଡିପୋଜିଟ୍‌ ସହ ଅନ୍ୟ ଅସାଧାରଣ ଉପହାର ଦେବାରେ ବିଶ୍ୱ ବିଖ୍ୟାତ। ସେ ୨୦୧୭ରେ ଦୀପାବଳୀରେ ନିଜ କର୍ମଚାରୀଙ୍କୁ ୧,୨୦୦ୟୁନିଟ୍ ଡେଟସନ କାରର ଉପହାର ଦେଇଥିଲେ। ସେପଟେ ୨୦୧୬ରେ ସେ ନିଜ କର୍ମଚାରୀଙ୍କୁ ୫୧ କୋଟି ଟଙ୍କାର ଦୀପାବଳି ବୋନସ ଦେଇଥିଲେ ଏବଂ ତାଙ୍କୁ ୪୦୦ ଫ୍ଲାଟ୍ସ ସହ ୧,୨୬୦ଟି କାର ଗିଫ୍ଟ କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.