ପ୍ରମୂଖ ଖବର
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ହ୍ଵାଇଟ୍ ହାଉସ୍ ଲଢେଇରେ ଟ୍ରମ୍ପଙ୍କ ବାଜିମାତ୍, ହୃଦୟରୁ ଶୁଭେଚ୍ଛା ଜଣାଇଲେ ମୋଦି

Published By : Rasmita Pradhan | November 6, 2024 2:33 PM

ନୂଆଦିଲ୍ଲୀ,୦୬/୧୧: ୪ ବର୍ଷ ପରେ କମବ୍ୟାକ୍ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ସେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । କମଳା ହାରିସଙ୍କୁ ପଛରେ ପକାଇ ବାଜି ମାରି ଆମେରିକାର ବସ୍ ହୋଇଛନ୍ତି ଟ୍ରମ୍ପ । ଏହା ପରେ ଟ୍ରମ୍ପଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ୍ସ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ରମ୍ପଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।

ଏକ୍ସରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ ସମୟର ଫଟୋ ସେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି, ନିର୍ବାଚନରେ ତୁମର ଐତିହାସିକ ବିଜୟ ପାଇଁ ହୃଦୟରୁ ଧନ୍ୟବାଦ ମୋର ବନ୍ଧୁ । ପୂର୍ବରୁ ତୁମ କାର୍ଯ୍ୟାଳୟରେ ଭାରତ-ୟୁଏସ ସମ୍ପର୍କ ନେଇ ଆମେ ଅନେକ ସମୟରେ ଆଲୋଚନା କରିଛୁ । ଆଗକୁ ମଧ୍ୟ ଏହା ଜାରି ରହିବ । ଲୋକଙ୍କ ପାଇଁ ବିଶ୍ବ ଶାନ୍ତି ପାଇଁ ଏକାଠି କାମ କରିବା ।''

ପ୍ରକାଶ ଥାଉ କି, ଆମେରିକାର ୪୭ତମ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଡେମୋକ୍ରାଟିକ ପାର୍ଟିର କମଳା ହାରିସଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି । ହ୍ବାଇଟ ହାଉସ ହାତେଇବାକୁ ଲୋଡା ଥିବା ମ୍ୟାଜିକ ନମ୍ବର ୨୭୦କୁ ଟପି ୨୭୭ ଭୋଟ ହାତେଇ ଆମେରିକା ବସ୍ ହୋଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.