ନୂଆଦିଲ୍ଲୀ,୦୩/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ ଦିନିଆ ବିଦେଶ ଗସ୍ତ ଅଛନ୍ତି । ସେ ମୋଟ ୫ଟି ଦେଶ ଯାତ୍ରା କରିବେ । ବୁଧବାର ଆଫ୍ରିକୀୟ ଦେଶ ଘାନାରୁ ଗସ୍ତ ଆରମ୍ଭ କରିଛନ୍ତି । ମୋଦି ଘାନାରେ ପହଞ୍ଚିବା ପରେ ତାଙ୍କୁ ସେଠାକାର ରାଷ୍ଟ୍ରପତି ଜନ୍ ମହାମା ରାଜଧାନୀ ଆକ୍ରାସ୍ଥିତ ବିମାନବନ୍ଦରରେ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସେଠାରେ ୨୧ ତୋପ ସଲାମୀ ସହ ଗାର୍ଡ ଅଫ ଅନର୍ ଦିଆଯାଇଛି । ଏହା ସହିତ ପ୍ରଧାନମନ୍ତ୍ରୀଙ୍କୁ ଘାନାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି । ଏହା ସହିତ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ୪ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
'ଦ ଅଫିସର୍ ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର୍ ଅଫ୍ ଘାନା' ସମ୍ମାନରେ ସମ୍ମାନିତ କରାଯାଇଛି । ପିଏମ୍ ମୋଦିଙ୍କୁ ଘାନା ରାଷ୍ଟ୍ରପତି ଜନ୍ ଦ୍ରାମାନି ମହାମା ସମ୍ମାନିତ କରିଛନ୍ତି । ମୋତେ ଏହି ସମ୍ମାନ ପ୍ରଦାନ କରିଥିବାକୁ ଘାନାର ଜନତା ଏବଂ ସରକାରଙ୍କୁ ଧନ୍ୟବାଦ ଜଣାଉଛି । ଏହି ସମ୍ମାନ ଆମର ଯୁବପିଢିଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ସେମାନଙ୍କ ଆକାଂକ୍ଷା, ଆମର ସମୃଦ୍ଧ ସାସ୍କୃତିକ ବିବିଧତା ଏବଂ ଭାରତ ଏବଂ ଘାନା ମଧ୍ୟରେ ଐତିହାସିକ ସମ୍ପର୍କ ପାଇଁ ଉତ୍ସର୍ଗୀକୃତ । ଏହି ସମ୍ମାନ ଏକ ଦାୟିତ୍ୱ । ଭାରତ-ଘାନା ବନ୍ଧୁତାକୁ ଆହୁରି ମଜବୁତ କରିବ । ଏହା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ବୋଲି ସମ୍ମାନ ପରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
I thank the people and Government of Ghana for conferring ‘The Officer of the Order of the Star of Ghana’ upon me. This honour is dedicated to the bright future of our youth, their aspirations, our rich cultural diversity and the historical ties between India and Ghana.
— Narendra Modi (@narendramodi) July 2, 2025
This… pic.twitter.com/coqwU04RZi
ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା- ଭାରତ ଓ ଘାନା ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ୪ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇଛି । ଘାନା ନେଇ ଆଇଟିଇସି ଓ ଆଇସିସିଆର ସ୍କଲାରସିପ୍କୁ ଦୁଇଗୁଣା ବଢାଇବାକୁ ନିର୍ଣ୍ଣୟ ହୋଇଛି । ଧନ୍ଦାମୂଳକ ଶିକ୍ଷା ନେଇ ଏକ ଦକ୍ଷତା ବିକାଶ ସେଣ୍ଟର ସ୍ଥାପନା ନେଇ କାମ ହେବ । କୃଷି କ୍ଷେତ୍ରରେ ରାଷ୍ଟ୍ରପତି ମହାମା ଜୀଙ୍କ 'ଫିଡ୍ ଘାନା' ପ୍ରୋଗ୍ରାମରେ ସହଯୋଗ କରିବା ନେଇ ଖୁସି ବ୍ୟକ୍ତ କରୁଛି ।
ଗତକାଲି (ବୁଧବାର) ପ୍ରଧାନମନ୍ତ୍ରୀ ମୋଦି ଘାନାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଆକ୍ରାରେ ଏକ ହୋଟେଲ ବାହାରେ ପିଲାମାନେ ଭାରତୀୟ ବେଶଭୂଷାରେ ପହଞ୍ଚିଥିଲେ । ସେମାନେ ମୋଦିଙ୍କ ଲାଗି ସଂସ୍କୃତରେ ଶ୍ଳୋକ ପଢ଼ିଥିଲେ । ୩୦ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଘାନା ଗସ୍ତ । ପ୍ରଧାନମନ୍ତ୍ରୀ ମୋଦି ଜୁଲାଇ ୨ରୁ ୮ ଦିନ ପାଇଁ ୫ ଦେଶକୁ ଯାତ୍ରାରେ ଅଛନ୍ତି । ଏହା ପୂର୍ବରୁ ୧୯୫୭ରେ ଜବାହରଲାଲ ନେହରୁ ଏବଂ ୧୯୯୫ରେ ନରସିହ୍ମା ରାଓ ପ୍ରଧାନମନ୍ତ୍ରୀ ଭାବେ ଘାନା ଗସ୍ତ କରିଥିଲେ । ଘାନା ଗସ୍ତ ଶେଷ କରିବା ପରେ ତ୍ରିନିଦାଦ ଓ ଟବାଗୋ ସମେତ ଆର୍ଜେଣ୍ଟିନା, ବ୍ରାଜିଲ ଓ ନାମିବ୍ୟା ଯିବେ ପ୍ରଧାନମନ୍ତ୍ରୀ । ବ୍ରାଜିଲରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।