ନୂଆଦିଲ୍ଲୀ, ୭।୭: ବିଶ୍ୱ ମଞ୍ଚରେ ଭାରତର ବଢୁଥିବା ସାଖ୍ୟ ଏବଂ କୂଟନୈତିକ ସଫଳତା ପୁଣି ଥରେ ପ୍ରମାଣିତ ହୋଇଛି । ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଥିବା ସୁଦୃଢ଼ ଐତିହାସିକ ଓ ରଣନୀତିକ ସମ୍ପର୍କକୁ ଏକ ନୂଆ ଦିଗ ଦେଇ, ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋବୋ ସୁବିଆନ୍ତୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେହି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ 'ଇଣ୍ଡୋନେସିଆ ଗଣରାଜ୍ୟର ବିଣ୍ଟାଙ୍ଗ ଆଦିପୂର୍ଣ୍ଣ' ପଦକରେ ସମ୍ମାନିତ କରିଛନ୍ତି । ଏହି ଆନ୍ତର୍ଜାତୀୟ ସମ୍ମାନ କେବଳ ପିଏମ ମୋଦୀଙ୍କ ସଶକ୍ତ ନେତୃତ୍ୱକୁ ଦର୍ଶାଉନାହିଁ, ବରଂ ବିଶ୍ୱ ସ୍ତରରେ ଭାରତର ବଢୁଥିବା ପ୍ରଭାବକୁ ମଧ୍ୟ ପ୍ରତିପାଦିତ କରୁଛି । ନିକଟରେ ସେସେଲ୍ସ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ନିଜର ସର୍ବୋଚ୍ଚ ସମ୍ମାନ 'ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହୋରାଇଜନ୍' ପ୍ରଦାନ କରିଥିଲା ।
ଏହା ବି ପଢ଼ନ୍ତୁ... PM Modi Indonesia Visit: ଭାରତ-ଇଣ୍ଡୋନେସିଆ ମଧ୍ୟରେ ବ୍ରହ୍ମୋସ ଚୁକ୍ତି, MoU ସ୍ୱାକ୍ଷର କଲେ ପିଏମ୍ ମୋଦୀ
ପୂର୍ବରୁ ମଧ୍ୟ ମିଳିଛି ଅନେକ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ସମ୍ମାନ:
ଏହା ପ୍ରଥମ ଥର ନୁହେଁ ଯେ କୌଣସି ବିଦେଶୀ ରାଷ୍ଟ୍ର ପିଏମ ମୋଦୀଙ୍କୁ ନିଜର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ କରିଛି । ଗତ କିଛି ବର୍ଷ ମଧ୍ୟରେ ଦୁନିଆର ଅନେକ ପ୍ରମୁଖ ଦେଶ ତାଙ୍କୁ ନିଜର ଶୀର୍ଷ ନାଗରିକ ଏବଂ ସାମରିକ ସମ୍ମାନ ପ୍ରଦାନ କରିଛନ୍ତି । ଏହି ବର୍ଷ ମେ ମାସରେ ମଧ୍ୟ ଜାତିସଂଘର ସଂସ୍ଥା 'ଖାଦ୍ୟ ଏବଂ କୃଷି ସଂଗଠନ' (FAO) ଦ୍ୱାରା ରୋମ୍ଠାରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଷ୍ଠିତ 'ଏଗ୍ରିକୋଲା ମେଡାଲ୍' ପ୍ରଦାନ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା ପ୍ରମୁଖ ଆନ୍ତର୍ଜାତୀୟ ପୁରସ୍କାରର ସମ୍ପୂର୍ଣ୍ଣ ତାଲିକା:
|
ବର୍ଷ |
ପୁରସ୍କାର/ସମ୍ମାନର ନାଁ |
ପ୍ରଦାନକାରୀ ଦେଶ/ସଂସ୍ଥା |
|
୨୦୨୬ |
ବିନ୍ତାଙ୍ଗ ରିପବ୍ଲିକ୍ ଇଣ୍ଡୋନେସିଆ ଆଦିପୂର୍ଣ୍ଣ |
ଇଣ୍ଡୋନେସିଆ |
|
୨୦୨୬ |
ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହୋରାଇଜିନ |
ସେସେଲ୍ସ |
|
୨୦୨୬ |
ଏଗ୍ରିକୋଲା ମେଡାଲ |
ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନ(FAO) |
|
୨୦୨୪ |
ଅର୍ଡର ଅଫ୍ ସେଣ୍ଟ ଆଣ୍ଡ ଦି ଆପୋଷ୍ଟଲ |
ରୁଷ୍ |
|
୨୦୨୪ |
ସର୍ବୋଚ୍ଚ ସମ୍ମାନ ନିଶାନ ଇଜ୍ଜୁଦ୍ଦିନ |
ମାଳଦ୍ୱୀପ |
|
୨୦୨୩ |
ଦି ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନର |
ଗ୍ରୀସ୍ |
|
୨୦୨୩ |
ଅର୍ଡର ଅଫ୍ ଦି ନାଇଲ୍ |
ଇଜିପ୍ଟ |
|
୨୦୨୩ |
ଗ୍ରାଣ୍ଡ କ୍ରସ୍ ଅଫ୍ ଦି ସେଜିଅନ ଅଫ୍ ଅନର |
ଫ୍ରାନ୍ସ |
|
୨୦୨୩ |
ଗ୍ରାଣ୍ଡ କମ୍ପାନିୟନ୍ ଅଫ୍ ଦି ଅର୍ଡର ଅଫ୍ ଲୋଗୋହୁ |
ପାପୁଆ ନିଉଗିନି |
|
୨୦୨୧ |
ଅର୍ଡର ଅଫ୍ ଦି ଡ୍ରୁକ୍ ଗ୍ୟାଲପୋ |
ଭୁଟାନ |
|
୨୦୨୦ |
ଲିଜନ ଅଫ୍ ମେରିଟ୍ |
ଆମେରିକା |
|
୨୦୧୯ |
ଅର୍ଡର ଅଫ୍ ଜାୟେଦ |
ୟୁଏଇ |
|
୨୦୧୯ |
କିଙ୍ଗ୍ ହମାଦ ଅର୍ଡର ଅଫ୍ ଦି ରେନେସାଁ |
ବାହାରିନ |
|
୨୦୧୮ |
ଗ୍ରାଣ୍ଡ କଲାର ଅଫ୍ ଦି ଷ୍ଟେଟ୍ ଅଫ୍ ପାଲେଷ୍ଟାଇନ |
ପାଲେଷ୍ଟାଇନ |
|
୨୦୧୬ |
ଅର୍ଡର ଅଫ୍ ଅବଦୁଲାଜିଜ୍ ଅଲ୍ ସାଉଦ |
ସାଉଦି ଆରବ |
|
୨୦୧୬ |
ଷ୍ଟେଟ୍ ଅର୍ଡର ଅଫ୍ ଗାଜୀ ଅମୀର |
ଆଫଗାନିସ୍ତାନ |