ନୂଆଦିଲ୍ଲୀ,୩୦/୦୩:ନାଗପୁର ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତରେ ସେ ଆରଏସ୍ଏସ୍ ମୁଖ୍ୟାଳୟରେ ପହଞ୍ଚି ସ୍ମୃତି ମନ୍ଦିରରେ ସଂଘର ପ୍ରତିଷ୍ଠାତା ଡକ୍ଟର କେ ବି ହେଡ୍ଗେୱାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ମୋଦି ହେଡ୍ଗେୱାରଙ୍କ ସହିତ ମାଧବ ସଦାଶିବ ଗୋଲୱାଲକରଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସମୟରେ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଥିଲେ।
ଏହା ମଧ୍ୟ ପଢନ୍ତୁ- ଧାର୍ମିକ ସ୍ଥଳ ନିକଟରେ ମାଂସ ବିକ୍ରୟ ଉପରେ ରୋକ,ଚୈତ୍ର ନବରାତ୍ରିରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଡ଼ା ନିଷ୍ପତ୍ତି
ତେବେ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଆରଏସ୍ଏସ୍ ମୁଖ୍ୟାଳୟ ଗସ୍ତ କରିଛନ୍ତି। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ସଂଘ ମୁଖ୍ୟାଳୟ ମଧ୍ୟ ଯାଇଥିଲେ। ଆରଏସ୍ଏସ୍ ଏହାର ଶତବାର୍ଷିକୀ ବର୍ଷ ପାଳନ କରୁଛି।ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂଘର ରେଶିମବାଗରେ ଥିବା ଡାକ୍ତର ହେଡ୍ଗେୱାର ସ୍ମୃତି ମନ୍ଦିରରେ ପହଞ୍ଚିବା ସମଗ୍ର ଦେଶରେ ଆଲୋଚନାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ଭାବରେ ମୋଦି ପ୍ରଥମ ଥର ପାଇଁ ଆରଏସ୍ଏସ୍ ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଏହି ସମୟରେ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଏବଂ ପ୍ରଧାନମନ୍ତ୍ରୀ ଗୋଟିଏ ମଞ୍ଚରେ ଏକାଠି ରହିବେ। ଏହା ପୂର୍ବରୁ ଉଭୟ ଅଯୋଧ୍ୟାରେ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ଏକାଠି ଉପସ୍ଥିତ ଥିଲେ। ଆରଏସ୍ଏସ୍ ସ୍ମୃତି ମନ୍ଦିରରେ କିଛି ସମୟ ବିତାଇବା ପରେ ପ୍ରଧାନମନ୍ତ୍ରୀ ଦୀକ୍ଷାଭୂମି ଯାତ୍ରା କରି ସେଠାରେ ସେ ୧୫ ମିନିଟ ପାଇଁ ରହିଥିଲେ। ଦୀକ୍ଷାଭୂମି ହେଉଛି ସେହି ସ୍ଥାନ ଯେଉଁଠାରେ ଡକ୍ଟର ବାବାସାହେବ ଆମ୍ବେଦକର ୧୯୫୬ ମସିହାରେ ବୌଦ୍ଧ ଧର୍ମରେ ଦୀକ୍ଷା ନେଇଥିଲେ।