ନୂଆଦିଲ୍ଲୀ,୧୧/୦୧: ଗୁଜରାଟ ସୋମନାଥ ମନ୍ଦିର ଆକ୍ରମଣକୁ ହଜାରେ ବର୍ଷ ପୂରିଛି । ଏହି ଅବସରରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ ହୋଇଛି । ମନ୍ତ୍ର-ଧ୍ୱନିରେ କମ୍ପୁଛି ମନ୍ଦିର ପରିବେଶ । ସବୁଠି ଅଦ୍ଭୂତ ଭବ୍ୟତା-ଦିବ୍ୟତାର ମାହୋଲ ଦେଖିବାକୁ ମିଳିଛି । ଏହି ଅବସରରେ ସୋମନାଥ ମନ୍ଦିର ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୌର୍ଯ୍ୟ ଯାତ୍ରାରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଏହାପରେ ସୋମନାଥଙ୍କୁ ଜଳଲାଗି କରିବା ସହିତ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
#WATCH | Gujarat | PM Narendra Modi offers prayers at Somnath Temple.
— ANI (@ANI) January 11, 2026
Source: DD pic.twitter.com/lkFvl7zuar
ଶୌର୍ଯ୍ୟ ଯାତ୍ରାରେ ୧୦୮ ଘୋଡ଼ା- ସୋମନାଥ ମନ୍ଦିର ଅନୁଷ୍ଠିତ ଶୌର୍ଯ୍ୟ ଯାତ୍ରାରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଯାତ୍ରା ମନ୍ଦିରର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ବୀର ଯୋଦ୍ଧାଙ୍କୁ ସମର୍ପିତ ହୋଇଛି । ଶୌର୍ଯ୍ୟ ଯାତ୍ରାରେ ୧୦୮ ଘୋଡ଼ା ସାମିଲ ହୋଇଛନ୍ତି । ଯାହାଙ୍କୁ ବଳିଦାନର ପ୍ରତୀକ ବୋଲି ବିବେଚନା କରାଯାଏ । ପ୍ରାୟ ୨ କିଲୋମିଟର ଲମ୍ବା ଏହି ଯାତ୍ରାରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ । ସୋମନାଥଙ୍କ ସଦ୍ଭାବନା ମଇଦାନରେ ଯାତ୍ରାର ସମାପନ ହୋଇଛି । ଏହାପରେ ମୋଦି ସୋମନାଥ ମନ୍ଦିରରେ ଦର୍ଶନ, ଜଳାଭିଷେକ ଏବଂ ପୂଜାର୍ଚ୍ଚନା କରିଛନ୍ତି । ପୂର୍ବାହ୍ନ ୧୧ଟାରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ମୋଦି ସାମିଲ ହୋଇଛନ୍ତି । ସଦ୍ଭାବନା ମଇଦାନରେ ଜନସଭାକୁ ସମ୍ବୋଧନ କରିଛନ୍ତି । ମୋଦି ୩ ଦିନ ପାଇଁ ଗୁଜରାଟ ଗସ୍ତ କରିଛନ୍ତି ।
ସ୍ୱାଭିମାନ ପର୍ବ ସାମାପନ ପରେ ପ୍ରଧାନମନ୍ତ୍ରୀ ରାଜକୋଟ ଗସ୍ତ କରିବେ । ସେଠାରେ ମାରୱାଡ଼ି ୟୁନିଭର୍ସିଟି, ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ବାଣିଜ୍ୟ ପ୍ରଦର୍ଶନୀର ଉଦଘାଟନ କରିବେ । ସେଠାରେ ଏକ ସମାବେଶକୁ ସମ୍ବୋଧନ କରିବେ । ଏହି କାର୍ଯ୍ୟକ୍ରମରେ ଗୁଜରାଟ ଶିଳ୍ପ ବିକାଶ ନିଗନ ଦ୍ୱାରା ୧୪ଟି ଗ୍ରୀନଫିଲ୍ଡ ସ୍ମାର୍ଟ ଇଷ୍ଟେଟର ବିକାଶ ଘୋଷଣା କରିବେ । ଏବଂ ରାଜକୋଟରେ ଜିଆଇଡିସି ମେଡିକାଲ ଡିଭାଇସ୍ ପାର୍କର ଉଦଘାଟନ କରିବେ । ସନ୍ଧ୍ୟାରେ ମହାତ୍ମା ମନ୍ଦିର ମୋଟ୍ରୋ ଷ୍ଟେସନରେ ଅହମ୍ମଦାବାଦ ମେଟ୍ରୋ ଫେଜ୍ ୨ର ଅବଶିଷ୍ଟ ଭାଗ ଉଦଘାଟନ କରିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୁଜରାଟ ଗସ୍ତ କରିଛନ୍ତି । ସନ୍ଧ୍ୟାରେ ସେ ରାଜକୋଟରୁ ହେଲିକପ୍ଟର ଯୋଗେ ସୋମନାଥ ପହଞ୍ଚିଥିଲେ । ତାଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ସ୍ୱାଗତ କରିଥିଲେ । ସେଠାରେ ମେଗା ରୋଡ୍ ସୋ’ ପରେ ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିରରେ ପହଞ୍ଚିଥିଲେ । ମନ୍ଦିରରେ ସୋମେଶ୍ୱର ମହାଦେବଙ୍କ ମହାଆରତି କରିଥିଲେ । ଏହାପରେ ୭୨ ଘଣ୍ଟା ଧରି ଚାଲିଥିବା ‘ଓମ୍ ଜପ’ରେ ସାମିଲ ହୋଇଥିଲେ ।