ଇମ୍ଫାଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁରର ଚୁରାଚାନ୍ଦପୁରରେ ପହଞ୍ଚି ସେଠାରେ ହିଂସା ଦ୍ୱାରା ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି । ସେ ରାଜ୍ୟରେ ଶାନ୍ତି, ବିକାଶ ଏବଂ ବିଶ୍ୱାସର ବାର୍ତ୍ତା ଦେଇଛନ୍ତି । ମଣିପୁରର ସାମାଜିକ ଏବଂ ଆର୍ଥିକ ବିକାଶ ପାଇଁ ଭାରତ ସରକାରଙ୍କ ଦ୍ୱାରା କରାଯାଉଥିବା ପ୍ରୟାସ ଉପରେ ମଧ୍ୟ ଆଲୋକପାତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏବେ ମଣିପୁରର ପ୍ରତ୍ୟେକ ନାଗରିକ ବିକାଶ ପଥରେ ଆଗକୁ ବଢ଼ୁଛନ୍ତି ଏବଂ ଏହି ରାଜ୍ୟ ଆଶାର ଏକ ନୂତନ ଉଦାହରଣ ହେବାକୁ ଯାଉଛି। ଚୁରାଚାନ୍ଦପୁରରେ, ପ୍ରଧାନମନ୍ତ୍ରୀ ମଣିପୁରର ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ, ସରକାରଙ୍କ ପ୍ରୟାସ ହେଉଛି ମଣିପୁରର ପ୍ରତ୍ୟେକ ନାଗରିକ ବିକାଶର ଲାଭ ପାଆନ୍ତୁ । ମଣିପୁରର ନାମରେ 'ମଣି' ରହିଛି, ଯାହା ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳର ଉଜ୍ଜ୍ୱଳତା ବୃଦ୍ଧି କରିବ ବୋଲି କହିଛନ୍ତି ମୋଦୀ

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ହିଂସା ମଣିପୁରକୁ ପ୍ରଭାବିତ କରିଛି କିନ୍ତୁ ଏବେ ସମସ୍ତ ସମ୍ପ୍ରଦାୟ ଶାନ୍ତି ପଥରେ ଆଗକୁ ବଢ଼ୁଛନ୍ତି । ସମସ୍ତ ସଂଗଠନ ଏବଂ ଗୋଷ୍ଠୀକୁ ସାମାଜିକ ସଦଭାବନା ପାରଷ୍ପରିକ ବୁଝାମଣା ସହିତ ଆଗକୁ ବଢ଼ିବାକୁ ଆହ୍ୱାନ କରିଛନ୍ତି । ଅନେକ ଗୋଷ୍ଠୀ ମଧ୍ୟରେ ଚୁକ୍ତିନାମା ମଧ୍ୟ ହୋଇଛି । ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ, ଭାରତ ସରକାର ଏବଂ ମଣିପୁର ସରକାର ବିସ୍ଥାପିତ ଲୋକଙ୍କୁ ଉପଯୁକ୍ତ ସ୍ଥାନରେ ବସତି ସ୍ଥାପନ କରିବା ପାଇଁ ଏକାଠି କାମ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଣିପୁରର ଲୋକମାନଙ୍କୁ ୮,୫୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଉପହାର ସ୍ୱରୂପ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି

ପ୍ରଧାନମନ୍ତ୍ରୀ ମୋଦୀ ମଣିପୁରରେ ମେଡିକାଲ କଲେଜର ଅଭାବ, ପର୍ଯ୍ୟାପ୍ତ ବିଦ୍ୟୁତ୍, ରାସ୍ତା ଏବଂ ରେଳପଥ ଭଳି ସମସ୍ୟା ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ, ମଣିପୁର ଦ୍ରୁତ ଗତିରେ ବିକାଶ କରୁଛି ଏବଂ ରାଜ୍ୟର ପ୍ରତ୍ୟେକ କୋଣରେ ବିକାଶ କାର୍ଯ୍ୟ କରାଯାଉଛି। ବିଭିନ୍ନ ସଂଗଠନ ସହିତ ଚୁକ୍ତି ପାଇଁ ଆଲୋଚନା ହୋଇଛି। ଏହା ଭାରତ ସରକାରଙ୍କ ପ୍ରୟାସର ଏକ ଅଂଶ, ଯେଉଁଥିରେ ଆଲୋଚନା, ସମ୍ମାନ ଏବଂ ପାରଷ୍ପରିକ ବୁଝାମଣାକୁ ଗୁରୁତ୍ୱ ଦେଇ ଶାନ୍ତି ପ୍ରତିଷ୍ଠା ପାଇଁ କାର୍ଯ୍ୟ କରାଯାଉଛି। ଏହା ସହ ମୋଦୀ ସମସ୍ତ ସଂଗଠନକୁ ଶାନ୍ତି ପଥରେ ଆଗକୁ ବଢ଼ିବା ଏବଂ ସେମାନଙ୍କର ସ୍ୱପ୍ନ ପୂରଣ କରିବାକୁ ନିବେଦନ କରିଛନ୍ତି ସେ ମଣିପୁରବାସୀଙ୍କୁ କହିଛନ୍ତି, ‘ମୁଁ ଆପଣଙ୍କ ସହିତ ଅଛି ଭାରତ ସରକାର ମଣିପୁରର ଲୋକଙ୍କ ସହିତ ଅଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଇମ୍ଫାଲର ନୂଆ ବିମାନବନ୍ଦର ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ମଣିପୁରରେ ରେଳ ନେଟୱାର୍କ ବିକଶିତ ହେଉଛି। ଏହା ସହିତ ଗ୍ରାମଗୁଡ଼ିକୁ ରାସ୍ତା ବିସ୍ତାର କରାଯାଉଛି ହା ଦ୍ୱାରା ପ୍ରତ୍ୟେକ ନାଗରିକ ସହଜରେ ଯାତାୟତ କରିପାରିବେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସଡ଼କ ପଥରେ ଯାତ୍ରା କରିବା ସମୟରେ ସେ ଲୋକଙ୍କ ପ୍ରେମ ଏବଂ ସ୍ନେହ ଅନୁଭବ କରିଛନ୍ତି। ମଣିପୁରର ଲୋକମାନଙ୍କୁ ସମ୍ମାନ କରନ୍ତି ଏବଂ ସର୍ବଦା ସେମାନଙ୍କ ସହିତ ଠିଆ ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ