ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆମେରିକୀୟ ପୋଡକାଷ୍ଟରଙ୍କ ସହ ପିଲା ଦିନର କଷ୍ଟ ସେୟାର କଲେ ପିଏମ ମୋଦୀ, କହିଲେ ୧୪୦ କୋଟି ଭାରତୀୟ ମୋର ଶକ୍ତି…

Published By : Ladu Kishor | March 16, 2025 6:42 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରସିଦ୍ଧ ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡ୍ମ୍ୟାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି।ଏହି ପୋଡକାଷ୍ଟରେ, ତାଙ୍କ ପିଲାଦିନ, ହିମାଳୟରେ ବିତାଇଥିବା ସମୟ ଏବଂ ସାର୍ବଜନୀନ ଜୀବନରେ ତାଙ୍କ ଯାତ୍ରା ସମେତ ଅନେକ ବିଷୟ ଉପରେ ଆଲୋଚନା କରିଛନ୍ତି। ପୋଡକାଷ୍ଟରେ ମୋଦି କହିଛନ୍ତି, "ଯେତେବେଳେ ଆମେ ଶାନ୍ତି ବିଷୟରେ କଥା ହେଉ, ବିଶ୍ୱ ଆମ କଥା ଶୁଣେ, କାରଣ ଭାରତ ଗୌତମ ବୁଦ୍ଧ ଏବଂ ମହାତ୍ମା ଗାନ୍ଧୀଙ୍କ ଭୂମି"।

ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନାରେ ଭାରତର ସଂସ୍କୃତି, ଶାନ୍ତି ଏବଂ ବିଶ୍ୱ କୂଟନୀତି ଉପରେ ଗୁରୁତ୍ୱାରୋପ କରି କହିଛନ୍ତି କି, ଯେତେବେଳେ ମୁଁ ବିଶ୍ୱ ନେତା ମାନଙ୍କ ସହ ହାତ ମିଳାଏ, ସେତେବେଳେ ମୋଦି ନୁହେଁ ବରଂ ୧୪୦ କୋଟି ଭାରତୀୟ ଏପରି କରନ୍ତି। ମୋର ଶକ୍ତି ମୋ ନାମରେ ନୁହେଁ ବରଂ ଭାରତର କାଳଜୟୀ ସଂସ୍କୃତି ଏବଂ ଐତିହ୍ୟରେ ରହିଛି।" ନିଜ ପିଲାଦିନର କଷ୍ଟ ବଖାଣି ସେ କହିଛନ୍ତି କି, "ଭଲ ଜୋତା ପିନ୍ଧିବାରେ ଅଭ୍ୟସ୍ତ ବ୍ୟକ୍ତି ତାର ଅନୁପସ୍ଥିତିକୁ ଅନୁଭବ କରନ୍ତି, କିନ୍ତୁ ଆମେ କେବେ ଜୋତା ପିନ୍ଧିନାହୁଁ, ତେଣୁ ଆମେ ତାର ଗୁରୁତ୍ୱ ଜାଣି ନଥିଲୁ। ଏହା ଥିଲା ଆମର ଜୀବନ।"

ତାଙ୍କ ପିତାମାତାଙ୍କ କଠିନ ପରିଶ୍ରମ ଏବଂ ଶୃଙ୍ଖଳାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି, ମୋ ମାଆ ବହୁତ କଠିନ ପରିଶ୍ରମ କରୁଥିଲେ। ମୋ ପିତା ମଧ୍ୟ ବହୁତ ଶୃଙ୍ଖଳାବଦ୍ଧ ଥିଲେ। ସେ ପ୍ରତିଦିନ ସକାଳେ ୪ଟା କିମ୍ବା ୪:୩୦ ରେ ଘରୁ ବାହାରି ଯାଉଥିଲେ, ମନ୍ଦିର ପରିଦର୍ଶନ କରୁଥିଲେ ଏବଂ ତା'ପରେ ତାଙ୍କ ଦୋକାନକୁ କାମ କରିବାକୁ ଯାଉଥିଲେ।"

ପ୍ରଧାନମନ୍ତ୍ରୀ ତାଙ୍କ ପିତାଙ୍କ ଦୈନନ୍ଦିନ କାର୍ଯ୍ୟ ଏବଂ ଜୋତା ବିଷୟରେ ଏକ ଆକର୍ଷଣୀୟ କାହାଣୀ କହିଛନ୍ତି । "ସେ ପାରମ୍ପରିକ ଚମଡା ଜୋତା ପିନ୍ଧୁଥିଲେ, ଯାହା ଗାଁରେ ହାତ ତିଆରି ହେଉଥିଲା। ଯେତେବେଳେ ସେ ଚାଲୁଥିଲେ, ତାଙ୍କ ଜୋତାରେ 'ଟୁକ୍, ଟୁକ୍, ଟୁକ୍' ଶବ୍ଦ ହେଉଥିଲା। ଗାଁ ଲୋକେ ତାଙ୍କ ପାଦ ଶବ୍ଦ ଶୁଣି ସମୟ କହିପାରୁଥିଲେ ଏବଂ କହୁଥିଲେ, 'ହଁ, ଶ୍ରୀ ଦାମୋଦର ଆସୁଛନ୍ତି।'"

ମୋଦି କହିଛନ୍ତି ଯେ ଅସୁବିଧା ସତ୍ତ୍ୱେ, ତାଙ୍କ ପରିବାର ତାଙ୍କୁ କେବେ ସଂଘର୍ଷ କରିବାକୁ ଦେଇ ନଥିଲେ। "ମୋ ମାଆ ନିଶ୍ଚିତ କରିଥିଲେ ଯେ ଆମେ କେବେବି କଷ୍ଟକର ପରିସ୍ଥିତିର ପ୍ରଭାବ ଅନୁଭବ ନ କରୁ। ସ୍କୁଲରେ, ଜୋତା ପିନ୍ଧିବାର ଚିନ୍ତା ମୋ ମନକୁ କେବେ ଆସିନଥିଲା । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.