ନୂଆଦିଲ୍ଲୀ, ୧୩/୩ : ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୌହାଟୀରେ ଅନୁଷ୍ଠିତ ବିଶାଳ ସମାବେଶରେ ସମ୍ବୋଧନ କରିଛନ୍ତି । ଏହି ସମାବେଶରୁ କଂଗ୍ରେସ ଉପରେ ବର୍ଷିଛନ୍ତି । ସେ କହିଥିଲେ ଯେ କଂଗ୍ରେସ ହେଉଛି ମିଥ୍ୟା ପ୍ରତିଶ୍ରୁତିର ଏକ ଦୋକାନ। କଂଗ୍ରେସ ଚାରୋଟି ସୁପର ମିଛ ଉପହାର ଦେଇଛି । କଂଗ୍ରେସ ତାର ପ୍ରତିଶ୍ରୁତି ପୂରଣ କରୁନାହିଁ। ଯେତେବେଳେ କି ଆମେ ଆମର ସବୁ ପ୍ରତିଶୃତିକୁ ପୂରଣ କରିଛୁ । ଏହାସହ ଯେତେବେଳେ ଡବଲ-ଇଞ୍ଜିନ୍ ସରକାର ଆସାମରେ ବିକାଶ ଆଣୁଛି । କଂଗ୍ରେସ ଲୋକଙ୍କୁ ବିଭାଜିତ କରିବା ପାଇଁ କାମ କରୁଛି ବୋଲି ମଧ୍ୟ ମୋଦି କହିଛନ୍ତି ।
Kokrajhar is closely associated with the glorious Bodo culture. Addressing a programme via video conferencing during the launch of development projects aimed at boosting the region’s growth.
— Narendra Modi (@narendramodi) March 13, 2026
https://t.co/bPn06JBhwj
ଏନଡିଏର ଡବଲ-ଇଞ୍ଜିନ୍ ସରକାର ଆସାମର ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ଏହାର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛି । ଯେଉଁ କାରଣରୁ ଆଜି, ଆସାମ ଶାନ୍ତି ଏବଂ ପ୍ରଗତିରେ ଏକ ନୂତନ ଅଧ୍ୟାୟ ଲେଖୁଛି । "ଆପଣଙ୍କ ପ୍ରେମ ମୋ ପାଇଁ ଏକ ଋଣ ପରି, ଏବଂ ମୋର ଲକ୍ଷ୍ୟ ସର୍ବଦା ଆପଣଙ୍କ ସେବା କରିବା ଏବଂ ଏହି ଅଞ୍ଚଳର ବିକାଶ ପାଇଁ କାମ କରି ଏହି ଋଣ ପରିଶୋଧ କରିବା। କିଛି ସପ୍ତାହ ପୂର୍ବେ, ମୋତେ ଗୌହାଟୀରେ ସମୃଦ୍ଧ ବୋଡୋ ସଂସ୍କୃତି ଦେଖିବାର ସୁଯୋଗ ମିଳିଥିଲା। ବୋଡୋ ସମ୍ପ୍ରଦାୟ କିପରି ଏହାର ଭାଷା ଏବଂ ସଂସ୍କୃତିକୁ ସଂରକ୍ଷଣ କରିଛି ତାହା ଦେଖି ମୁଁ ଗର୍ବିତ।" କଂଗ୍ରେସ ଦଳ ନିଜର ସ୍ୱାର୍ଥପର ରାଜନୈତିକ ଉଦ୍ଦେଶ୍ୟ ପାଇଁ ସମ୍ପ୍ରଦାୟଗୁଡ଼ିକୁ ବିଭାଜିତ କରୁଥିଲା, କିନ୍ତୁ ବିଜେପି ସ୍ଥାୟୀ ଶାନ୍ତି ପାଇଁ କାମ କରୁଥିଲା ।
ଏହାସହ ପଢ଼ନ୍ତୁ : ନବୀନ ନିବାସରେ ଚାଲିଛି ବିଜେଡିର ରାଜ୍ୟସଭା ରଣନୀତି