ଭୁବନେଶ୍ବର, ୧୩/୩ : ରାଜ୍ୟସଭା ନିର୍ବାଚନକୁ ନେଇ ଆରମ୍ଭ ବଢ଼ିବାରେ ଲାଗିଛି ରାଜନୈତିକ ବୟାନବାଜି । ଘୋଡ଼ା ବେପାରକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବାବେଳେ ନବୀନ ନିବାସରେ ଆରମ୍ଭ ହୋଇଛି ମାନସ ମନ୍ଥନ । ରାଜ୍ୟସଭା ରଣନୀତି ନେଇ ହେବ ଆଳୋଚନା । ବିଜେଡି ବିଧାୟକ ଏବଂ ସାଂସଦମାନେ ନବୀନ ନିବାସରେ ପହଞ୍ଚୁଛନ୍ତି । ଏବେ ବିଧାୟକମାନେ ନବୀନ ନିବାସରେ ପହଞ୍ଚୁଛନ୍ତି । ଦୁଇ ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ଏବଂ ଦତ୍ତେଶ୍ବର ହୋତା ଏବେ ନବୀନ ନିବାସରେ ଉପସ୍ଥିତ ରହିଛନ୍ତି । ତେବେ ପୂର୍ବରୁ ବିଧାୟକଙ୍କ ପାଇଁ ହୁଇପ୍ ଜାରି କରିସାରିଛି ବିଜେଡି । ବିଧାୟକଙ୍କୁ ଭୁବନେଶ୍ବର ନଛାଡ଼ିବାକୁ କୁହାଯାଇଛି ।
ସେପଟେ କଂଗ୍ରେସ ବିଧାୟକଙ୍କ ଧରି ବାଙ୍ଗାଲୋର ଯାଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ରାଜ୍ୟସଭା ଭୋଟିଂ ଦିନ ସେମାନେ ଆସିବେ ବୋଲି କୁହାଯାଉଛି । କ୍ରସ୍ ଭୋଟିଂକୁ ନେଇ ଏବେ ଭୟ ଦେଖା ଦେଇଛି । ରାଜ୍ୟସଭା ନିର୍ବାଚନ ଘୋଡ଼ା ବେପାର ହେବାର ଭୟ ରହିଛି । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଛି ।
ନବୀନ ନିବାସରେ ପହଁଞ୍ଚିଲେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ପୁରୀ ବିଧାୟକ ସୁନୀଲ ମହାନ୍ତି ଓ ଜଟଣି ବିଧାୟକ ବିଭୂତି ବଳବନ୍ତରାୟ , ରାଜ୍ୟ ସଭା ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାଶ , ବେଗୁନିଆ ବିଧାୟକ ପ୍ରଦୀପ ସାହୁ ପ୍ରମୁଖ ପହଂଚିଛନ୍ତି।। ଏହା ସହ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ବଦ୍ରୀ ପାତ୍ର, ଅଭିମନ୍ୟୁ ସେଠୀ, ସାରଦା ଜେନା ପ୍ରମୁଖ ପହଞ୍ଚ ଚାନ୍ତି
ଏହାସହ ପଢ଼ନ୍ତୁ : ଅବରାରଙ୍କୁ କାବ୍ୟା କିଣିବା ପ୍ରସଙ୍ଗ : ପ୍ରଥମ ପ୍ରତିକ୍ରିୟା ରଖିଲା ବିସିସିଆଇ