ନୂଆଦିଲ୍ଲୀ,୧୩/୦୪; ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ନାରୀ ଶକ୍ତି ବନ୍ଦେ ସମ୍ମେଳନ ଅନୁଷ୍ଠିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି, "ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାର ମଧ୍ୟ ଆମ ଗହଣରେ ଅଛନ୍ତି । ଦେଶର ବିକାଶ ଯାତ୍ରାରେ, ଭାରତ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି । ୨୧ ଶତାଦ୍ଦୀର ସବୁଠାରୁ ବଡ ନିଷ୍ପତ୍ତି ମଧ୍ୟରେ ଗୋଟିଏ ନାରୀ ଶକ୍ତି ଅଧିନିୟମ । ଦଶକରୁ ଏହି ବିଲକୁ ଅପେକ୍ଷା ଥିଲା । ପଞ୍ଚାୟରୁ ପାର୍ଲାମେଣ୍ଟ ଯାଏ ମହିଳାଙ୍କ ଚମକ ଦେଖିବାକୁ ମିଳିଛି । ନାରୀଙ୍କ ନିର୍ଣ୍ଣୟ, ସଶକ୍ତ ଭାରତର ପ୍ରସ୍ତତି । ମୁଁ ଭାରତର ସମସ୍ତ ମହିଳାଙ୍କୁ ଏକ ନୂତନ ଯୁଗର ଆଗମନ ପାଇଁ ଅଭିନନ୍ଦନ ଜଣାଉଛି । ଦଶନ୍ଧି ଧରି ସମସ୍ତେ ଗଣତାନ୍ତ୍ରିକ ଢାଞ୍ଚାରେ ମହିଳାଙ୍କ ପାଇଁ ସଂରକ୍ଷଣର ଆବଶ୍ୟକତା ଅନୁଭବ କରିଛନ୍ତି । ୨୦୨୩ ମସିହାରେ ନାରୀ ଶକ୍ତି ବନ୍ଦନ ଆଇନ ପ୍ରଚଳନ କରାଯାଇଥିଲା, ସମସ୍ତ ଦଳ ଏହାକୁ ସର୍ବସମ୍ମତିକ୍ରମେ ପାସ୍ କରିଥିଲେ । ଏହି ନିଷ୍ପତ୍ତି ମହିଳା ଶକ୍ତି ପାଇଁ ଉତ୍ସର୍ଗୀକୃତ। ''​​​​​​​

ପ୍ରଧାନମନ୍ତ୍ରୀ ସମ୍ମେଳନରେ କହିଛନ୍ତି, "ଅସଂଖ୍ୟ ଅଧ୍ୟୟନରୁ ଜଣାପଡିଛି ଯେତେବେଳେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳାମାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଏ, ଏହା ବ୍ୟବସ୍ଥାରେ ଅଧିକ ସମ୍ବେଦନଶୀଳତା ମଧ୍ୟ ସୃଷ୍ଟି କରେ । ମୁଁ ବିଶ୍ୱାସ କରେ ଯେ ଜଳ ଜୀବନ ମିଶନର ସଫଳତାର ସବୁଠାରୁ ବଡ଼ କାରଣ ହେଉଛି ପଞ୍ଚାୟତ ସ୍ତରରେ ମହିଳାମାନଙ୍କର ଅଂଶଗ୍ରହଣର ଉଲ୍ଲେଖନୀୟ ବୃଦ୍ଧି । ଏତେ ବର୍ଷ ଧରି ଆମର ସ୍ଥାନୀୟ ସଂସ୍ଥା ଏବଂ ପ୍ରତିଷ୍ଠାନଗୁଡ଼ିକରେ କାମ କରୁଥିବା ଏବଂ ନେତୃତ୍ୱ ନେଉଥିବା ଲକ୍ଷ ଲକ୍ଷ ମହିଳାମାନଙ୍କର ତୃଣମୂଳ ସ୍ତରରେ ବ୍ୟାପକ ଏବଂ ସମୃଦ୍ଧ ଅଭିଜ୍ଞତା ଅଛି । ସେମାନେ ଏବେ ଆହୁରି ବଡ଼ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ଏବଂ ଇଚ୍ଛୁକ। ମୁଁ ଦେଖିଛି ଯେ ଗତ କିଛି ଦିନ ଧରି, ଦେଶବ୍ୟାପୀ ମହିଳାମାନେ ଏହି ବିଷୟରେ କହୁଛନ୍ତି । ବିଧାନସଭା ଏବଂ ଲୋକସଭାରେ ପହଞ୍ଚିବା ସେମାନଙ୍କ ସ୍ୱପ୍ନକୁ ଉଡାଣ ଭରିବାରେ ସହାୟକ ହେବ। ସ୍ୱାଧୀନତା ସଂଗ୍ରାମରୁ ସମ୍ବିଧାନ ସଭାର ନିଷ୍ପତ୍ତି ପର୍ଯ୍ୟନ୍ତ, ଭାରତୀୟ ମହିଳାମାନେ ସ୍ୱାଧୀନ ଭାରତର ମୂଳଦୁଆ ସ୍ଥାପନ କରିବାରେ ଅପାର ଅବଦାନ ଦେଇଛନ୍ତି ।''

ଆମ ଦେଶରେ ରାଷ୍ଟ୍ରପତିଙ୍କଠାରୁ ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ, ମହିଳାମାନେ ଯେଉଁଠାରେ ବି ପଦବୀରେ ଅଛନ୍ତି, ସେମାନେ ନିଜର ଅନନ୍ୟ ଐତିହ୍ୟ ସୃଷ୍ଟି କରିଛନ୍ତି। ଆଜି ମଧ୍ୟ, ମହିଳାମାନେ ରାଷ୍ଟ୍ରପତିଙ୍କଠାରୁ ଅର୍ଥମନ୍ତ୍ରୀ ପର୍ଯ୍ୟନ୍ତ ପ୍ରମୁଖ ପଦବୀରେ ଅଛନ୍ତି । ସେମାନେ ଦେଶର ଗରିମା ଏବଂ ଗର୍ବ ଉଭୟକୁ ବୃଦ୍ଧି କରିଛନ୍ତି। ଆଜି, ଭାରତରେ ସ୍ଥାନୀୟ ସରକାରୀ ସଂସ୍ଥାଗୁଡ଼ିକରେ ୧୪ ଲକ୍ଷ ମହିଳା ସଫଳତାର ସହିତ ସେବା ପ୍ରଦାନ କରୁଛନ୍ତି । ପ୍ରାୟ ୨୧ଟି ରାଜ୍ୟରେ, ପଞ୍ଚାୟତରେ ସେମାନଙ୍କର ଅଂଶଗ୍ରହଣ ପ୍ରାୟ ୫୦ ପ୍ରତିଶତରେ ପହଞ୍ଚିଛି । ଯେତେବେଳେ ମୁଁ ବିଦେଶୀ ଅତିଥିମାନଙ୍କ ସହିତ ଏହି ବିଷୟ ଉପରେ ଆଲୋଚନା କରେ, ସେମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏହା କୌଣସି ସାଧାରଣ କଥା ନୁହେଁ। ରାଜନୀତି ଏବଂ ସାମାଜିକ ଜୀବନରେ ଲକ୍ଷ ଲକ୍ଷ ମହିଳାଙ୍କ ଏହି ସକ୍ରିୟ ଅଂଶଗ୍ରହଣ ବିଶ୍ୱର ପ୍ରମୁଖ ନେତା ଏବଂ ରାଜନୈତିକ ବିଶେଷଜ୍ଞମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରୁଛି, ଏବଂ ଏହା ଭାରତ ପାଇଁ ଅତ୍ୟନ୍ତ ଗର୍ବ ଆଣିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । "

ଏହା ବି ପଢନ୍ତୁ...ସାଲେରୀ ବଢାଇବାକୁ ସଂଗ୍ରାମ ! ପୁଲିସ୍-ଶ୍ରମିକ ମୁହାଁମୁହିଁ, ଭଙ୍ଗାରୁଜା-ପୋଡ଼ାଜଳା ସହ ହିଂସାତ୍ମକ ପ୍ରତିବାଦ

#WATCH | Delhi: At the 'Nari Shakti Vandan Sammelan', Prime Minister Narendra Modi says, "This decision is dedicated to women's power. It is dedicated to the veneration of women's power. Our country's Parliament is close to creating a new history. A new history that will realise… pic.twitter.com/0iSjIXj6VT