ନୂଆଦିଲ୍ଲୀ,୧/୨ : ରବିବାର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ବଜେଟ୍ ଉପସ୍ଥାପନ କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି । ମୋଦି କହିଛନ୍ତି କି, ଏହି ବଜେଟ୍ ବର୍ତ୍ତମାନର ସ୍ବପ୍ନକୁ ପୂରଣ କରୁଛି । ଉପସ୍ଥାପିତ ହୋଇଥିବା ବଜେଟ୍ ଐତିହାସିକ । ଆଜି ଭାରତରେ ଗଡ଼ିବାକୁ ଯାଉଛି ରିଫର୍ମ ଏକ୍ସପ୍ରେସ୍ । ଏହି ବଜେଟରେ ବିକଶିତ ଭାରତ ୨୦୪୭ର ଦୃଷ୍ଟିକୋଣ ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିବ। ଭାରତରେ ରିଫର୍ମ ଏକ୍ସପ୍ରେସ ଗଢ଼ିବ । ଯାହାକି ଦେଶର ନୂତନ ଶକ୍ତି ଏବଂ ପ୍ରଗତି ହେବ । ଏହାସହ ଏହି ସବୁ ପଦକ୍ଷେପ ଗୁଡ଼ିକ ଭାରତର ଯୁବପୀଢ଼ୀଙ୍କୁ ଅଧିକ ସାହସୀ, ପ୍ରଭିତାବାନର ପଥ ଦେଖାଇବ । ଏହି ବଜେଟରେ ଆର୍ଥିକ ନିଅଣ୍ଟ ହ୍ରାସ କରିବ, ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଉପରେ ରହିଛି ଏବଂ ଏହା ସହିତ, ବଜେଟରେ ଉଚ୍ଚ ପୁଞ୍ଜିବିନିଯୋଗ ଏବଂ ଉଚ୍ଚ ଅଭିବୃଦ୍ଧିର ମିଶ୍ରଣ ମଧ୍ୟ ରହିଛି।

କ’ଣ କହିଲେ ଯୋଗୀ ?

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଜେଟକୁ ପ୍ରଶଂସା କରି କହିଛନ୍ତି ଯେ ଏହା ଏକ ବିକଶିତ ଭାରତ ଗଠନ ପାଇଁ ଏକ ପ୍ରେରଣାଦାୟକ ପ୍ରତିଶ୍ରୁତି । ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଯୋଗୀ କହିଛନ୍ତି, "ପବିତ୍ର ମାଘ ପୂର୍ଣ୍ଣିମା ଏବଂ ସଦଗୁରୁ ରବିଦାସ ଜୀ ମହାରାଜଙ୍କ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚମତ୍କାର ମାର୍ଗଦର୍ଶନରେ ଆଜି (ରବିବାର) କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ଏକ ବିକଶିତ ଭାରତ ନିର୍ମାଣ ପାଇଁ ଏକ ପ୍ରେରଣାଦାୟକ ପ୍ରତିଶ୍ରୁତି।" ସେ କହିଛନ୍ତି, "ଏହି ବଜେଟ୍ ଯୁବପିଢ଼ିଙ୍କୁ ସୁଯୋଗ, କୃଷକମାନଙ୍କୁ ସୁରକ୍ଷା, ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ, ମଧ୍ୟବିତ୍ତ ବର୍ଗକୁ ଆଶ୍ୱସ୍ତି ଏବଂ ଶ୍ରମିକମାନଙ୍କୁ ସମ୍ମାନ ପ୍ରଦାନ କରିବ।"

ଏହାସହ ପଢ଼ନ୍ତୁ : ପଡ଼ିଲା କି ବଜେଟ୍ ପ୍ରଭାବ ?, ଜାଣନ୍ତୁ କେତେ ଖସିଲା ସୁନା-ରୂପା ଦର