ନୂଆଦିଲ୍ଲୀ, ୨୪/୧ : ନିଯୁକ୍ତିପତ୍ର ପାଇବେ ଯୁବକ, ଯୁବତୀ । ୬୧ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ମିଳିବ ଚାକିରି । ଶନିବାର ୧୮ତମ ରୋଜଗାର ମେଳା ଅନୁଷ୍ଠିତ ହେବାକୁ ଯାଉଛି ।ବିଭିନ୍ନ ସରକାରୀ ବିଭାଗରେ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ପ୍ରଦାନକରାଯିବନିଯୁକ୍ତି ପତ୍ର। ଏହି ନିଯୁକ୍ତି ମେଳାଦେଶର ୪୫ଟି ସ୍ଥାନରେ ଅନୁଷ୍ଠିତ ହେବାକୁ ଯାଉଛି । ଭାରତର ବିଭିନ୍ନ ସ୍ଥାନରୁ ମନୋନୀତ ନବନିଯୁକ୍ତ ପ୍ରାର୍ଥୀମାନେ ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଏବଂ ବିଭାଗରେ ଯୋଗଦେବେ। ନବନିଯୁକ୍ତ ଅଧିକାରୀମାନେ ଗୃହ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଇତ୍ୟାଦିରେ କାର୍ଯ୍ୟ କରିବେ ।