ନୂଆଦିଲ୍ଲୀ,୦୫/୦୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୭ ତାରିଖରେ ଦୁଇଦିନିଆ ମାଲେସିଆ ଗସ୍ତରେ ଯିବେ । ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍‌ଙ୍କ  ନିମନ୍ତ୍ରଣରେ ମୋଦି ଏହି ଗସ୍ତ କରିବେ । ୭ ଓ ୮ ତାରିଖରେ କୁଆଲାଲମ୍ପୁରରେ ରହିବେ । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ ଏହା କୁହାଯାଇଛି । ମୋଦିଙ୍କର ଏହା ତୃତୀୟ ମାଲେସିଆ ଗସ୍ତ ହେବ । ସେ ୧୦ମ ଭାରତ-ମାଲେସିଆ ସିଇଓ ଫୋରମ୍ରେ ସାମିଲ ହେବେ । ଅନୱର ଇବ୍ରାହିମଙ୍କ ସହ ଦ୍ୱିପାକ୍ଷିକ ବୈଠକ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ।

ଏହାଛଡ଼ା ପ୍ରଧାନମନ୍ତ୍ରୀ ମାଲେସିଆରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ଚର୍ଚ୍ଚା କରିବେ । ଶିଳ୍ପପତି ଓ ବ୍ୟବସାୟୀ ପ୍ରତିନିଧିଙ୍କ ସହ ମୋଦି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ମାଲେସିଆରେ ପ୍ରାୟ ୨୯ ଲକ୍ଷ ଭାରତୀୟ ରହୁଛନ୍ତି । ଉଭୟ ଦେଶ ମଧ୍ୟରେ କେବଳ ଭଲ ରାଜନୈତିକ ସମ୍ପର୍କ ନାହିଁ, ବରଂ ଐତିହାସିକ ଓ ସାଂସ୍କୃତିକ ଐତିହ୍ୟକୁ ନେଇ ମଧ୍ୟ ଉତ୍ତମ ଭାଗୀଦାରି ରହିଛି ।

ଆହୁରି ପଢ଼ନ୍ତୁ:- ଉତ୍ତରପ୍ରଦେଶରେ ଚାଇନିଜ୍ ମାଞ୍ଜା ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର, କାହାର ମୃତ୍ୟୁ ହେଲେ ରୁଜୁ ହେବ ହତ୍ୟା ମାମଲା