ନୂଆଦିଲ୍ଲୀ, ୧୫/୦୫: UAE ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ଉର୍ଜା ଓ ବିନିର୍ମାଣ ଆଦି ବିଭାଗରେ ଚୁକ୍ତି ସ୍ବାକ୍ଷର ହୋଇଛି । ଏ ସବୁ ଆରବ ଡଲାରରେ ନିବେଶ ହେବା ନେଇ ଘୋଷଣା ମଧ୍ୟ ହୋଇଛି । ପିଏମ୍ ମୋଦିଙ୍କ ଏହି ଗସ୍ତ ବୈଦେଶିକ ନୀତି କୂଟନୈତିକ ଦୃଷ୍ଟିରୁ ଭାରତକୁ ବଡ଼ ଫାଇଦା ମିଳିବାକୁ ଯାଉଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅବୁଧାବି ଗସ୍ତ ଏଭଳି ସମୟରେ ହୋଇଛି, ଯେତେବେଳେ ମଧ୍ୟପ୍ରଚ୍ୟ ଯୁଦ୍ଧ ନିଆଁରେ ଜଳୁଛି । ସାରା ବିଶ୍ୱରେ ଉର୍ଜା ବଜାରରେ ଅନିଶ୍ଚିତତା ଦେଖାଦେଇଛି। ତେବେ କ୍ଷେତ୍ରୀୟ ସଂଘର୍ଷ ଏବଂ ଷ୍ଟ୍ରେଟ୍ ଅଫ୍ ହର୍ମୁଜ ପରି ଗୁରୁତ୍ବପୂର୍ଣ୍ଣ ସମୁଦ୍ର ମାର୍ଗରେ ଉତ୍ତେଜନା ଜାରି ରହିଥିବା ବେଳେ ଭାରତ ଏବଂ ୟୁଏଇ ମଧ୍ୟରେ ସ୍ଥିରତା, ଯୋଗଯୋଗ ଓ ଆର୍ଥିକ ସ୍ଥିତିକୁ ମଜବୁଦ୍ କରିବା ଉପରେ ଜୋର୍ ଦେଇଛନ୍ତି ।

ପ୍ରତିରକ୍ଷା ସହଭାଗିତାରେ ଚୁକ୍ତି:

ପିଏମ୍ ମୋଦିଙ୍କ ୨.୫ ଘଣ୍ଟିଆ ଏହି ଗସ୍ତରେ ଭାରତ ଓ UAE ମଧ୍ୟରେ “ଷ୍ଟ୍ରାଟେଜିକ୍ ଡିଫେନ୍ସ ପାର୍ଟନରସିପ” ଫ୍ରେମୱର୍କ ଉପରେ ଚୁକ୍ତି ସ୍ବାକ୍ଷର । ଏହା କେବଳ ସେନା ଅଭ୍ୟାସ ଯାଏଁ ସୀମିତ ରହିବ ନାହିଁ, ବରଂ ଆଧୁନିକ ପ୍ରତିରକ୍ଷା ପ୍ରଯୁକ୍ତିର ସଂଯୁକ୍ତ ବିକାଶ, ଗୁଇନ୍ଧା ସୂଚନା ଆଦାନ-ପ୍ରଦାନ ଓ ଆତଙ୍କବାଦ ବିରୋଧୀ ସହଯୋଗକୁ ଆହୁରି ମଜବୁତ କରିବ ।

ପେଟ୍ରୋଲିୟମ ଭଣ୍ଡାର MoU:

ଉର୍ଜା କ୍ଷେତ୍ରରେ ଦୁଇ ଦେଶ “ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ” ସମ୍ପର୍କିତ ଏକ MoU ସ୍ୱାକ୍ଷର ହୋଇଛି । ଏହାର ଲକ୍ଷ୍ୟ ହେଉଛି ବିଶ୍ୱ ଅଶୋଧିତ ତୈଳ ବଜାରର ଅସ୍ଥିରତା ଓ କ୍ଷେତ୍ରୀୟ ଉତ୍ତେଜନା ଯୋଗୁଁ ଯଦି ଆମଦାନୀ ଓ ରପ୍ତାନୀ ବାଧାପ୍ରାପ୍ତ ହୁଏ, ତେବେ ଭାରତର ଉର୍ଜା ସୁରକ୍ଷାକୁ ଏହା ମଜବୁଦ୍ କରିବ । ଅବୁଧାବୀ ନ୍ୟାସନାଲ ଓଏଲ କମ୍ପାନୀ (ADNOC) ଏବେବି ଭାରତର ଭୂଗର୍ଭ ତେଲ ଭଣ୍ଡାରରେ ତୈଳ ସଂରକ୍ଷିତ ରଖୁଥିବା ଏକମାତ୍ର ବିଦେଶୀ କମ୍ପାନୀ । ତେବେ ନୂଆ ଚୁକ୍ତି ଦୁଇ ଦେଶର ରଣନୀତିକ ସହଯୋଗକୁ ଆହୁରି ସୁଦୃଢ଼ କରିବ ବୋଲି କୁହାଯାଉଛି ।

LPG ସପ୍ଲାଏ ଉପରେ ଚୁକ୍ତି ସ୍ବାକ୍ଷର:

ଭାରତ ଓ UAE ମଧ୍ୟରେ ଲିକ୍ୱିଫାଇଡ୍ ପେଟ୍ରୋଲିୟମ ଗ୍ୟାସ୍ (LPG) ସପ୍ଲାଏ ନେଇ ମଧ୍ୟ ଚୁକ୍ତି ହୋଇଛି। ଏହାର ଲକ୍ଷ୍ୟ ଭାରତକୁ ସ୍ଥିର ଓ ଦୀର୍ଘକାଳୀନ ଉର୍ଜା ସପ୍ଲାଏକୁ ସୁନିଶ୍ଚିତ କରିବ । ଯାହା ଫଳରେ ବିଶ୍ୱ ବଜାରରେ LPG ଦରରେ ଅସ୍ଥିରତାର ଆସିଲେ ବି ଏହାର ପ୍ରଭାବ ଘରୋଇ ଉପଭୋକ୍ତାଙ୍କ ଉପରେ କମ୍ ପଡ଼ିବ। ଏହି ଚୁକ୍ତି ଇଣ୍ଡିଆନ ଓଏଲ କର୍ପୋରେସନ୍ (IOCL) ଓ ADNOC ମଧ୍ୟରେ ହୋଇଛି। ଏହା ଚୁକ୍ତି UAE ଭାରତକୁ ଦୀର୍ଘକାଳୀନ ଓ ପ୍ରାଥମିକତା ଭିତ୍ତିକ ଇନ୍ଧନ ସପ୍ଲାଏ ଜାରି ରଖିବ  । ବର୍ତ୍ତମାନ UAE ଭାରତର ମୋଟ୍ LPG ଆବଶ୍ୟକତାର ପ୍ରାୟ ୪୦ ପ୍ରତିଶତ ପୂରଣ କରୁଛି ।

ଗୁଜରାଟର ବାଡିନାରରେ ସିପ୍ ମତାମତି କ୍ଲଷ୍ଟର:

ଦୁଇ ଦେଶ ମଧ୍ୟରେ ଗୁଜରାଟର ବାଡିନାରରେ “ସିପ୍ ମରାମତି କ୍ଲଷ୍ଟର” ସ୍ଥାପନା ପାଇଁ ମଧ୍ୟ MoU ସ୍ୱାକ୍ଷର ହୋଇଛି। ଏହା ଭାରତର ସମୁଦ୍ର କ୍ଷେତ୍ରରେ ଉପସ୍ଥିତିକୁ ମଜବୁତ କରିବ । ଏହାଛଡ଼ା ଏହି କ୍ଲଷ୍ଟର ଦେଶରେ ସବୁଠୁ ବଡ଼ ଜାହାଜ ମରାମତି ଓ ରକ୍ଷଣାବେକ୍ଷଣ କେନ୍ଦ୍ର ଭାବେ ଉଭା ହେବ ।

୫ ଆରବ ଡଲାର ନିବେଶ:

UAE-ଭାରତରେ ୫ ଅରବ ଡଲାର ନିବେଶ ନେଇ ଘୋଷଣା ହୋଇଛି । ଏହି ନିବେଶ ଭାରତୀୟ ବିନିର୍ମାଣ ପ୍ରକଳ୍ପ, RBL ବ୍ୟାଙ୍କର କ୍ରେଡିଟ୍ କ୍ଷମତା ବୃଦ୍ଧି ସହିତ ହାଉସିଂ ଫାଇନାନ୍ସ କମ୍ପାନୀର ସମାନ ଆକାରରେ ତରଳତାକୁ ବଢ଼ାଇବା ପାଇଁ ବ୍ୟୟ କରାଯିବ। ତେବେ ଏହି ସମସ୍ତ ଚୁକ୍ତି ଭାରତ-UAE ସମ୍ପର୍କ ଏବଂ ପାରମ୍ପରିକ ବ୍ୟାପାର ଓ ଉର୍ଜା ସହଯୋଗର ସୀମାକୁ ଛାଡ଼ି ପ୍ରତିରକ୍ଷା, ଲଜିଷ୍ଟିକ୍ସ, ଇନଫ୍ରାଷ୍ଟ୍ରକ୍ଚର ଓ ଆର୍ଥିକ କ୍ଷେତ୍ରକୁ ବିସ୍ତାରିତ କରିବ ବୋଲି କୁହାଯାଉଛି।

ଅଧିକ ପଢନ୍ତୁ- Hormuz Tension: ଭାରତ ଗସ୍ତରେ ଆସି ଖୁସି ଖବର ଦେଲେ ଇରାନ ବୈଦେଶିକ ମନ୍ତ୍ରୀ, କହିଲେ ଖୁବଶୀଘ୍ର ହର୍ମୁଜ ଦେଇ ପାର୍ ହେବ ସମସ୍ତ ଜାହାଜ...​​​​​​​