ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

୨୯ରେ ଯୋଗ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିବେ ମୋଦି, ଟ୍ୱିଟ୍‌ କରି ଜଣାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

Published By : Prameya | October 21, 2024 1:40 PM

ଭୁବନେଶ୍ୱର,୨୧/୧୦: ଜଟଣୀ ଠାରେ  ପ୍ରସ୍ତାବିତ ସେଣ୍ଟ୍ରାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌  ଯୋଗ ଆଣ୍ଡ ନେଚରପାଥି (ସିଆରଆଇୱାଇଏନ୍‌)ର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି । ଆସନ୍ତା ୨୯ ତାରିଖରେ ଭିଡିଓ କନଫରେନ୍ସି ଜରିଆରେ ଶିଳାନ୍ୟାସ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ରାଉରକେଲା ଗସ୍ତ ଅବସରରେ ସେ  ଏହାକୁ ଶିଳାନ୍ୟାସ କରିବା ନେଇ ସୂଚନା ମିଳିଛି ।   




୨୦୧୪ ଜୁନ୍‌ରେ ଜଟଣୀ ତହସିଲ ଅନ୍ତର୍ଗତ  ବିଞ୍ଝାରଗିରିଠାରେ ପୂର୍ବ ରାଜ୍ୟ ସରକାର ସେଣ୍ଟ୍ରାଲ  ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଯୋଗ ଆଣ୍ଡ ନେଚରପାଥି  ପ୍ରତିଷ୍ଠା କରିବାକୁ ଆୟୁଷ ମନ୍ତ୍ରଣାଳୟକୁ ଜମି ଦେବାକୁ  ଚୁକ୍ତି ହୋଇଥିଲା । ଏଥିପାଇଁ ୯୪ କୋଟି ଟଙ୍କା  ଅନୁମୋଦନ ବି ହେଲା । ମୋଟ ୨୦ ଏକର ଜମିରେ  ଏହା ଠିଆ ହୋଇଥାନ୍ତା । ହେଲେ ଏହି କାର୍ଯ୍ୟ  ଆଗେଇପାରିଲା ନାହିଁ । ପୂର୍ବ ସରକାର ପରବର୍ତ୍ତୀ ମୁହୂର୍ତ୍ତରେ ଜମି ଦେଲେନାହିଁ । ତେଣୁ ଏହି ପ୍ରତିଷ୍ଠାନ  କାମ ଆଗେଇ ପାରିଲା ନାହିଁ ।   ଏନେଇ ସାଂସଦ ଅପରାଜିତା ଗତ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ  ବିଭାଗୀୟ କେନ୍ଦ୍ରମନ୍ତ୍ରୀ ପ୍ରତାପ ରାଓ ଗଣପତିଙ୍କୁ ଚିଠି  ଲେଖି ଅବଗତ କରାଇଥିଲେ । ତାଙ୍କ ହସ୍ତକ୍ଷେପ  ପରେ ଏହା ଆଗେଇବାକୁ ଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.