ମୁମ୍ବାଇ,୧୧।୭: ଫିଲ୍ମମେକର ବୋନି କପୁରଙ୍କ ଝିଅ ଅଂଶୁଳା କପୁର ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅଶୁଂଳା ୬ ଜୁଲାଇରେ ନିଜ ବୟଫ୍ରେଣ୍ଡ ରୋହନ ଠକ୍କରଙ୍କୁ ବିବାହ କରିଚନ୍ତି। ଏହି ବିଶେଷ ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବ ଦମ୍ପତ୍ତିଙ୍କୁ ଶୁଭକାମନା ଜଣାଇଥିଲେ। ପିଏମ୍ ମୋଦି କପୁର ପରିବାର ନାଁରେ ଏକ ଚିଠି ଲେଖିଥିଲେ, ଯେଉଁଥିରେ ସେ ନବବିବାହିତ ଯୋଡିଙ୍କୁ ଖୁସିରେ ଜୀବନ ବିତାଇବାର କାମନା କରିଥିଲେ। ସୋସିଆଲ ମିଡିଆରେ ପିଏମ୍ ମୋଦିଙ୍କ ବାର୍ତ୍ତା ସେୟାର କରି ବୋନି କପୁର କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଶୁଭକାମନାର ପରିବାର ପ୍ରତି ଖୁବ୍ ମହତ୍ବ ରହିଛି। ଏହି ଖୁସିର ସମୟକୁ ପିଏମ୍ ମୋଦିଙ୍କ ଏହି ବାର୍ତ୍ତା ଖାସ୍ କରିଦେଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ପତ୍ରରେ ବୋନି କପୁରଙ୍କୁ ସମ୍ବୋଧିତ କରି କହିଛନ୍ତି, ଅଂଶୁଳା ଓ ରୋହନଙ୍କୁ ବିବାହର ଶୁଭେଚ୍ଛା। ଏହି ପତ୍ର ୩ ଜୁଲାଇରେ ଲେଖାଯାଇଥିଲା। ପିଏମ୍ ମୋଦି ଲେଖିଛନ୍ତି, ଅଂଶୁଳା ଓ ରୋହନ ନିଜ ଜୀବନରେ ବିଶ୍ବାସ, ପ୍ରେମ ସହିତ ନୂଆ ଯାତ୍ରାର ଆରମ୍ଭ କରିଛନ୍ତି। ଏହି ଶୁଭ ଅବସରରେ ତାଙ୍କୁ ମୋର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା। ବିବାହ ସମାରୋହନରେ ନିମନ୍ତ୍ରଣ କରିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ମୁଁ କାମନା କରୁଛି ଦୁହେଁ ଜୀବନ ଯାତ୍ରାରେ ପରସ୍ପରର ସଚ୍ଚା ସାଥୀ ହୁଅନ୍ତୁ, ପରସ୍ପରର ତ୍ରୁଟିକୁ ସ୍ବୀକାର ଏକାଠି ବଢିଚାଲନ୍ତୁ।’
ପ୍ରଧାନମନ୍ତ୍ରୀଙ୍କ ଏହି ପତ୍ରକୁ ବୋନି କପୁର ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି ଓ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କ୍ୟାପସନ୍ରେ ଲେଖିଛନ୍ତି, ଆମର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧନ୍ୟବାଦ। ଅଂଶୁଳା ଓ ରୋହନଙ୍କୁ ବିବାହର ଶୁଭକାମନା ଓ ଆର୍ଶୀବାଦ ଦେଇଥିବା କାରଣରୁ ଆମେ ଆପଣଙ୍କ ପାଖରେ କୃତଜ୍ଞ।’