ରାଞ୍ଚି: ଝାଡ଼ଖଣ୍ଡରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଲ୍ଲୀ ଫେରିବା ବେଳେ ଖରାପ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ। ଏଥିପାଇଁ ତାଙ୍କର ଦିଲ୍ଲୀ ଫେରିବାରେ ବିଳମ୍ବ ହୋଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଆଜି(୧୫ ନଭେମ୍ବର ୨୦୨୪) ସହିଦ ବିର୍ଶା ମୁଣ୍ଡାଙ୍କ ଜନ୍ମତିଥିରେ ଆୟୋଜିତ ଜନଜାତୀ ଗୌରବ ଦିବସରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ଝାଡ଼ଖଣ୍ଡ ଯାଇଥିଲେ। ସେଠାରେ ଆୟୋଜିତ ଦୁଇଟି ରାଲିକୁ ସମ୍ବୋଧନ କରି ଫେରିବା ବେଳେ ତାଙ୍କ ବିମାନରେ ଯାନ୍ତ୍ରିକ ସମସ୍ୟା ଦେଖା ଦେଇଥିଲା । ସୁରକ୍ଷା ଦୃଷ୍ଟିକୋଣରୁ ବିମାନକୁ ଜରୁରି ଅବତରଣ କରି ଏକ ବୈଷୟିକ ଟିମ୍ ଦେଓଘର ଏୟାରପୋର୍ଟରେ ଏହାର ଯାଞ୍ଚ କରିଥିଲା ।
ସେହିପରି ଅନ୍ୟ ଏକ ଘଟଣାରେ, ଝାଡ଼ଖଣ୍ଡରେ ହେଉଥିବା ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା କଂଗ୍ରେସର ମୁଖ୍ୟ ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଏୟାର ଟ୍ରାଫିକ କଣ୍ଟ୍ରୋଲ(ଏଟିସି)ଠୁ କ୍ଲିୟରାନ୍ସ ନପାଇ ଦୀର୍ଘ ଦୁଇ ଘଣ୍ଟା ଧରି ଛିଡାହୋଇ ରହିଥିଲା । ଯାହାକୁ ନେଇ ମଧ୍ୟ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି ।