ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାବରିମାଳା ମନ୍ଦିରରେ ସୁନା ଚୋରୀକୁ ନେଇ କେରଳର ଲୋକଙ୍କୁ ଦେଇଛନ୍ତି ବଡ଼ ପ୍ରତିଶ୍ରୁତି। ଶୁକ୍ରବାର ସେ କହିଥିଲେ , ଯଦି ବିଜେପି ରାଜ୍ୟରେ କ୍ଷମତାକୁ ଆସେ , ତ ସାବରିମାଳା ସୁନା ମାମଲାର ଯାଞ୍ଚ କରାଯିବ ଏବଂ ଦୋଷୀଙ୍କୁ ଜେଲ୍ ପଠାଯିବ। ସେ କହିଥିଲେ ଯେ, ଏହା ମୋଦିଙ୍କ ଗ୍ୟାରେଣ୍ଟି। ପିଏମ୍ ମୋଦି ଏହି ଟିପ୍ପଣୀ କେରଳର ରାଜଧାନୀ ତିରୁଅନନ୍ତପୁରମରେ ଦେଇଛନ୍ତି, ଯେଉଁଠି ସେ ବିଭିନ୍ନ ବିକାଶ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ଏବଂ ନୂଆ ଟ୍ରେନ୍ ସେବାକୁ ସବୁଜ ପତାକା ଦେଖାଇ ଥିଲେ।

ଏହାସହ ମଧ୍ୟ ପଢନ୍ତୁ : ବ୍ଲାକ୍ ଆଉଟ୍ ହେବ ଉତ୍ତର ପ୍ରଦେଶ ! ୧୦ ମିନିଟ୍ ପାଇଁ ଘନ ଅନ୍ଧାରରେ ରହିବେ ଲୋକେ, ବାଜିବ ସାଇରନ୍

ପିଏମ୍ ମୋଦି କହିଥିଲେ – ପୂରା ଦେଶରେ ଆମ ସମସ୍ତଙ୍କ ଭଗବାନ ଅୟପ୍ପାଙ୍କ ଠାରେ ଅତୁଟ ବିଶ୍ୱାସ ରହିଛି। ହେଲେ, ଏଲଡିଏଫ୍ ସରକାର ସାବରିମାଳା ମନ୍ଦିରର ପରମ୍ପରାକୁ କ୍ଷତି କରିବାରେ କୌଣସି ସୁଯୋଗ ଛାଡ଼ି ନାହାନ୍ତି। ଏବେ ଏଠାରୁ ସୁନା ଚୋରି ଖବର ସାମ୍ନାକୁ ଆସୁଛି। ମନ୍ଦିରରୁ , ଭଗବାନଙ୍କ ଠିକ୍ ନିକଟରେ ସୁନା ଚୋରି ହେବାର ରିପୋର୍ଟ ଅଛି। ମୁଁ ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଯେମିତି ହିଁ ଏଠାରେ ବିଜେପିର ସରକାର ଗଠନ ହେବ , ଏହି ଅଭିଯୋଗର ଗହନ ଯାଞ୍ଚ ହେବ ଏବଂ ଦୋଷୀଙ୍କ ସ୍ଥାନ ଜେଲ୍ରେ ହେବ।

ପ୍ରଧାନମନ୍ତ୍ରୀଙ୍କ ଏହି ଟିପ୍ପଣୀ ସାବରିମାଳା ସୁନା ଚୋରି ମାମଲାର ବିବାଦ ମଧ୍ୟରେ ଆସିଛି, ଯାହା ରାଜନୀତିକ ଝଡ଼ରେ ପରିବର୍ତ୍ତନ ହୋଇ ପାରେ। ଏହି ମାମଲା ମନ୍ଦିରର ଗର୍ଭଗୃହର ଦ୍ୱାରର ଫ୍ରେମ୍ ଓ ରକ୍ଷକ ମୂର୍ତ୍ତି ଗୁଡ଼ିକୁ ଘୋଡ଼ାଇ ରଖିଥିବା ପ୍ଲେଟ୍ ସହ ଜଡ଼ିତ। ଏହାର ଯାଞ୍ଚ ବର୍ତ୍ତମାନ କେରଳ ପୁଲିସର ବିଶେଷ ଯାଞ୍ଚ ଟିମ୍ (ଏସଆଇଟି) ପକ୍ଷରୁ କରାଯାଉଛି, ଯାହା ରାଜ୍ୟର ହାଇକୋର୍ଟଙ୍କ ଆଦେଶରେ କାମ କରୁଛି।

ପିଏମ୍ ମୋଦି ଦାବି କରିଛନ୍ତି ଯେ, ଅନେକ ଦଶକରୁ ଏଲଡିଏଫ୍ ଓ ୟୁଡିଏଫ୍ ଉଭୟ ତିରୁଅନନ୍ତପୁରମ୍ର ଉପେକ୍ଷା କରିଛନ୍ତି , ଯେଉଁଥିରେ ଏହି ସହର ମୌଳିକ ସୁବିଧା ଓ ଭିତ୍ତିଭୂମିରୁ ବଞ୍ଚିତ ହୋଇଛି। ସେ କହିଥିଲେ – ବାମପନ୍ଥୀ ଓ କଂଗ୍ରେସ ବାରମ୍ୱାର ଆମର ଲୋକଙ୍କ ଆବଶ୍ୟକତାକୁ ପୂରା କରିବାରେ ବିଫଳ ରହିଛନ୍ତି। ହେଲେ , ଆମର ବିଜେପି ଟିମ୍ ତିରୁଅନନ୍ତପୁରମ୍ର ବିକାଶ ଦିଗରେ କାମ କରିବା ଆରମ୍ଭ କରି ଦେଇଛି। ସହରର ଲୋକଙ୍କୁ ମୁଁ କହିବାକୁ ଚାହୁଁଛି – ବିଶ୍ୱାସ ରଖ , ଯେଉଁ ପରିବର୍ତ୍ତନର ଦୀର୍ଘ ସମୟରୁ ପ୍ରତୀକ୍ଷା ଥିଲା ,ସେ ଶେଷରେ ଆସିବାକୁ ଯାଉଛି।