ପ୍ରମୂଖ ଖବର
  • ଭାରତ ସମର୍ଥନରେ ବାହାରିଲା ଚୀନ୍, ଟ୍ରମ୍ପଙ୍କ ଟାରିଫକୁ ନେଇ ଆମେରିକା ଉପରେ ବର୍ଷିଲା
  • ||
  • କୁଜଙ୍ଗ କୋଠିଆସାହି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା , ହାଇଓ୍ବା ମାଡିଯିବାରୁ ବାପା-ଝିଅ ମୃତ
  • ||
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ଟ୍ରମ୍ପଙ୍କ ଟାରିଫ ଗେମ୍ ମଧ୍ୟରେ ପିଏମ ମୋଦୀଙ୍କ ଗୋଟି ଚାଳନା; ଫୋନ ଯୋଗେ କଥା ହେଲେ ବ୍ରାଜିଲ ରାଷ୍ଟ୍ରପତି ଲୁଲା, ଚିନ୍ତାରେ ଆମେରିକା...!

Published By : Bijay Swain | August 8, 2025 12:12 AM

ନୂଆଦିଲ୍ଲୀ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ ହୋଇଥିବା ୫୦% ଟାରିଫ ଚାପ ମଧ୍ୟରେ ଗୁରୁବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭା ଫୋନରେ ଆଲୋଚନା କରିଛନ୍ତି। ଦୁହେଁ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ମୁଦ୍ଦା ଉପରେ ମତ ବିନିମୟ କରିଛନ୍ତି। 

ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, “ରାଷ୍ଟ୍ରପତି ଲୁଲାଙ୍କ ସହ ଏକ ଭଲ ଆଲୋଚନା ହୋଇଛି। ମୋର ବ୍ରାଜିଲ ଗସ୍ତକୁ ସ୍ମରଣୀୟ ଓ ଅର୍ଥପୂର୍ଣ୍ଣ କରିଥିବାରୁ ତାଙ୍କୁ ଧନ୍ୟବାଦ। ଆମେ ବାଣିଜ୍ୟ, ଶକ୍ତି, ପ୍ରଯୁକ୍ତି, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଏବଂ ଜନସାଧାରଣ ମଧ୍ୟରେ ସମ୍ପର୍କ ଆଦି କ୍ଷେତ୍ରରେ ଆମର ରଣନୌତିକ ଭାଗୀଦାରୀକୁ ଗଭୀର କରିବାକୁ ପ୍ରତିବଦ୍ଧ। ଗ୍ଲୋବାଲ ସାଉଥ ଦେଶଗୁଡ଼ିକ ମଧ୍ୟରେ ଏକ ଶକ୍ତିଶାଳୀ, ଜନକେନ୍ଦ୍ରୀ ଭାଗୀଦାରୀ ସମସ୍ତଙ୍କ ପାଇଁ ଲାଭଦାୟକ।”

ଏକ ଆନୁଷ୍ଠାନିକ ବିବୃତି ଅନୁଯାୟୀ, ପିଏମ ମୋଦୀ ଗତ ମାସରେ ବ୍ରାଜିଲ ଗସ୍ତ ସମୟରେ, ଦୁଇ ନେତା ବାଣିଜ୍ୟ, ପ୍ରଯୁକ୍ତି, ଶକ୍ତି, ପ୍ରତିରକ୍ଷା, କୃଷି, ସ୍ୱାସ୍ଥ୍ୟ ଏବଂ ଜନସାଧାରଣ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଏକ ଫ୍ରେମୱାର୍କ ଉପରେ ରାଜି ହୋଇଥିଲେ। ଏହି ଆଲୋଚନାକୁ ଆଗେଇ ନେଇ, ଦୁହେଁ ଭାରତ-ବ୍ରାଜିଲ ରଣନୌତିକ ଭାଗୀଦାରୀକୁ ନୂଆ ଉଚ୍ଚତାକୁ ନେବା ପାଇଁ ନିଜର ପ୍ରତିବଦ୍ଧତା ପୁନର୍ବ୍ୟକ୍ତ କରିଛନ୍ତି।

ଏହି ଆଲୋଚନା ଟ୍ରମ୍ପଙ୍କ ଟାରିଫ ନୀତି ଦ୍ୱାରା ସୃଷ୍ଟ ବାଣିଜ୍ୟ ଚାପ ମଧ୍ୟରେ ହୋଇଛି। ଯେଉଁଥିରେ ଭାରତ ଓ ବ୍ରାଜିଲ ଉପରେ ୫୦% ଟାରିଫ ଲାଗୁ କରାଯାଇଛି। ବ୍ରିକ୍ସ ସଦସ୍ୟ ଦେଶ ଭାବେ, ଭାରତ ଓ ବ୍ରାଜିଲ ଏହି ଚାପର ମୁକାବିଲା କରିବା ପାଇଁ ଏକଜୁଟ ହେବାର ସମ୍ଭାବନା ରହିଛି। ଏହା ସହିତ, ପିଏମ ମୋଦୀ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ଚୀନରେ ଅନୁଷ୍ଠିତ ହେବାକୁ ଥିବା ଶାଙ୍ଘାଇ କୋଅପରେସନ ଅର୍ଗାନାଇଜେସନ (ଏସସିଓ) ଶିଖର ସମ୍ମିଳନୀରେ ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସହ ଆଲୋଚନା ପାଇଁ ଯିବାର ଯୋଜନା କରିଛନ୍ତି। ଯେଉଁଥିପାଇଁ ଆମେରିକା ଏହି ଶିଖର ସମ୍ମିଳନିକୁ ନେଇ ଚିନ୍ତା ବ୍ୟକ୍ତ କରିଛି। 

ଏହି ଆଲୋଚନା ଭାରତ ଓ ବ୍ରାଜିଲ ମଧ୍ୟରେ ସହଯୋଗୀ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ବିଶ୍ୱସ୍ତରୀୟ ଅର୍ଥନୈତିକ ଚାପ ମୁକାବିଲା ପାଇଁ ଏକ ରଣନୀତିକ ପଦକ୍ଷେପ ଭାବେ ଦେଖାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.