ନୂଆଦିଲ୍ଲୀ,୧୬/୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେହେରୁଙ୍କ ଚିଠି ଫେରାଇବାକୁ ଚିଠି ଲେଖିଛି ପ୍ରଧାନମନ୍ତ୍ରୀ ସଂଗ୍ରାହଳୟ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ବହୁ ଚିଠି ଏବେ କଂଗ୍ରେସ ପାଖରେ ରହିଛି । ଯାହା ଐତିହାସିକ ଗୁରୁତ୍ବ ବହନ କରୁଛି । ୧୬ ବର୍ଷ ହେବ କଂଗ୍ରେସ ଏହାକୁ ପେରାଇ ନାହିଁ । ଉକ୍ତ ଚିଠିକୁ ଫେରାଇବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଛି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପୁସ୍ତକାଳୟ (ପିଏମଏମଏଲ) ।
ଗଣମାଧ୍ୟମକୁ ସୂଚନା ଦେଇ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଜଣେ ସଦସ୍ୟ ରିଜୱାନ କାଦରୀ କହିଛନ୍ତି, ଗତ ସେପ୍ଟେମ୍ବରରେ ନେହେରୁଙ୍କ ଦସ୍ତାବିଜ ଫେରାଇବାକୁ ସୋନିଆ ଗାନ୍ଧୀଙ୍କୁ ଚିଠି ହୋଇଥିଲା । ଦେଶବାସୀଙ୍କ ପାଇଁ ଏହି ସବୁ ଚିଠି ଖୁବ ଗୁରୁତ୍ବ ବହନ କରୁଛି । ତେଣୁ ଏହାକୁ ସଂଗ୍ରହାଳୟକୁ ଫେରାଇ ଦେବାକୁ ପିଏମଏମଏଲ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଚିଠି ହୋଇଥିଲା ।
ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ ସଂଗ୍ରାହଳୟରୁ ୫୧ ଡବାରେ ଭର୍ତ୍ତି ହୋଇଥିବା ନେହେରୁଙ୍କ ଚିଠି ନେଇଥିଲା କଂଗ୍ରେସ । ଜବାହାରଲାଲ ନେହେରୁ ମେମୋରିଆଲ ୧୯୭୧ ମସିହାରେ ନେହେରୁ ମେମୋରିଆର ମ୍ୟୁଜିୟମ ଓ ଲାଇବ୍ରେରୀ ଅର୍ଥାତ ଏବେକାର ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ ଏହି ସବୁ ଚିଠି ପ୍ରଦାନ କରିଥିଲେ । ୨୦୦୮ ମସିହାରେ ୫୧ ଡବାରେ ଭର୍ତ୍ତି ହୋଇଥିବା ନେହେରୁଙ୍କ ଚିଠି ସୋନିଆ ଗାନ୍ଧୀଙ୍କୁ ଦିଆଯାଇଥିଲା । ଉକ୍ତ ଚିଠିଗୁଡିକ ନେହରୁ ଆଲବର୍ଟ ଆଇନଷ୍ଟାଇନ, ଜୟପ୍ରକାଶ ନାରାୟଣ, ପଦ୍ମଜା ନାୟୁଡୁ, ମାଉଣ୍ଟବେଣ୍ଟନ ଓ ବିଜୟ ଲକ୍ଷ୍ମୀ ପଣ୍ଡିତଙ୍କୁ ଲେଖିଥିଲେ । ଏହି ସବୁ ଚିଠି ଫେରାଇବାକୁ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି ପିଏମ ସଂଗ୍ରହାଳୟ । ଗତ ସେପ୍ଟେମ୍ବରରେ ଏ ବାବଦରେ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଚିଠି ଲେଖିଥିଲେ (ପିଏମଏମଏଲ) ।
ଘଟଣାକୁ ନେଇ ବିଜେପି ସାଂସଦ ସମ୍ବିତ ପାତ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପୁସ୍ତକାଳୟ ତଥା ପୂର୍ବରୁ ଥିବା ନେହେରୁ ସଂଗ୍ରାହଳୟରୁ ତତ୍କାଳୀନ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନେହେରୁଙ୍କ ଦ୍ବାରା ଆଲବର୍ଟ ଆଇନଷ୍ଟାଇନ,ମାଉଣ୍ଟବେଣ୍ଟନଙ୍କ ସହ ବରିଷ୍ଠ ବ୍ୟକ୍ତିଙ୍କୁ ଲେଖାଥିବା ୫୧ କାର୍ଟୁନ ଚିଠିକୁ ନେଇଛନ୍ତି । ପତ୍ରରେ କଣ ଥିବା ଆମେ ତାହାକୁ ଜାଣିବାକୁ ଚାହୁଁଛୁ । ମାଉଣ୍ଟବେଣ୍ଟନଙ୍କୁ ଏମିତି କଣ ଲେଖିଥିଲେ ଆମେ ଜାଣିବାକୁ ଚାହୁଁଛୁ ।
#WATCH | BJP MP Sambit Patra says, "...Earlier, the letters written by Nehru ji to all leadars across the world were kept here. Later, we came to know that 51 cartons of letters that were written by Nehru ji to Edwina Mountbatten, Jayaprakash Narayan and several others were taken… pic.twitter.com/5gbOvOYfjt
— ANI (@ANI) December 16, 2024