ନୂଆଦିଲ୍ଲୀ,୨୪/୦୧: ନିଯୁକ୍ତିପତ୍ର ପାଇଲେ ନବନିଯୁକ୍ତ ଯୁବକ, ଯୁବତୀ । ୬୧ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ମିଳିଲା ଚାକିରି । ଆଜି (ଶନିବାର) ୧୮ତମ ରୋଜଗାର ମେଳା ଅନୁଷ୍ଠିତ ହୋଇଛି । ବିଭିନ୍ନ ସରକାରୀ ବିଭାଗରେ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନବନିଯୁକ୍ତଙ୍କୁ ଟିପ୍ପ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସମୟ ତୁମଙ୍କୁ ସମ୍ବିଧାନ ପ୍ରତି ଆପଣଙ୍କର ଦାୟିତ୍ୱର ନିକଟତର କରୁଛି । ୨୪ ଜାନୁଆରୀରେ, ଆମର ସମ୍ବିଧାନ ଜନ ଗଣ ମନକୁ ଜାତୀୟ ସଙ୍ଗୀତ ଭାବରେ ଏବଂ ବନ୍ଦେ ମାତରମକୁ ଜାତୀୟ ଗୀତ ଭାବରେ ଗ୍ରହଣ କରିଛି । ଏହି ନିଯୁକ୍ତି ପତ୍ର ଏକ ପ୍ରକାରେ, ରାଷ୍ଟ୍ର ନିର୍ମାଣ ପାଇଁ ଏକ ନିମନ୍ତ୍ରଣ ପତ୍ର । ଏହା ଏକ ବିକଶିତ ଭାରତ ଆଡ଼କୁ ଦିଗଦର୍ଶନ ଦେବା ପାଇଁ ଏକ 'ସଂକଳ୍ପ ପତ୍ର' ।
ନିଯୁକ୍ତିପତ୍ର ବାଣ୍ଟି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, '' ଗତ ୫-୭ ବର୍ଷ ମଧ୍ୟରେ ଯେତେବେଳେ ଆପଣ ସରକାରଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ, ତାହା ସରକାରୀ କାର୍ଯ୍ୟାଳୟ ହେଉ କିମ୍ବା ଅନ୍ୟ କୌଣସି ଉପାୟରେ କିଛି ଅସୁବିଧାର ସମ୍ମୁଖୀନ ହୋଇଥିଲେ କିମ୍ବା କିଛି ତ୍ରୁଟି ଲକ୍ଷ୍ୟ କରିଥିଲେ । ସେହି ସମୟ ବିଷୟରେ ଚିନ୍ତା କରନ୍ତୁ । ଏବେ ଏହା ଆପଣଙ୍କ ଉପରେ ନିର୍ଭର କରେ ଯେ ଆପଣଙ୍କ ସରକାରରେ କାର୍ଯ୍ୟକାଳ ମଧ୍ୟରେ ଆପଣଙ୍କୁ ଅସୁବିଧା ସୃଷ୍ଟି କରୁଥିବା ସମସ୍ତ ଜିନିଷ ଅନ୍ୟ କାହାକୁ କଷ୍ଟ ନ ଦେଉ । ସରକାରଙ୍କ ଅଂଶ ହୋଇଥିବାରୁ, ଆପଣଙ୍କୁ ଆପଣଙ୍କ ସ୍ତରରେ ଛୋଟ ଛୋଟ ସଂସ୍କାର ସୁନିଶ୍ଚିତ କରିବାକୁ ପଡିବ । "
#WATCH | PM Narendra Modi says, "... This time is also bringing you closer to your responsibilities towards the Constitution... On 24 January, our Constitution accepted Jana Gana Mana as the National Anthem and Vande Mataram as the National song... This appointment letter is, in… https://t.co/Le4fArsSlV pic.twitter.com/QTtZYeJojU
— ANI (@ANI) January 24, 2026
ଏହା ବି ପଢନ୍ତୁ...'ଜନ ଗଣ ମନ' ପରି 'ବନ୍ଦେ ମାତରମ୍' ଗାନ ସମୟରେ ବି ଛିଡ଼ା ହେବାକୁ ପଡ଼ିବ, ଖୁବଶୀଘ୍ର ଆସବ ନିୟମ
ସେହିପରି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ବଣ୍ଟା ହୋଇଥିବା ମୋଟ ନିଯୁକ୍ତି ପତ୍ର ମଧ୍ୟରୁ ୪୯,୨୦୦ ଗୃହ ମନ୍ତ୍ରଣାଳୟ ଏବଂ ଅର୍ଦ୍ଧସାମରିକ ବାହିନୀ ସହିତ ଜଡିତ । ମହିଳା କନଷ୍ଟେବଳଙ୍କୁ ବିପୁଳ ସଂଖ୍ୟାରେ ନିଯୁକ୍ତି ଦିଆଯାଇଛି । ଏହା ସମ୍ଭବ ହୋଇଛି କାରଣ ଗତ ୧୧ ବର୍ଷ ମଧ୍ୟରେ, ଆମ ସରକାର ବହୁ ସଂଖ୍ୟକ ସକ୍ଷମ ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ସୀମାରେ ଶୂନ୍ୟ ରେଖାରେ ବିଏସଏଫ ମହିଳା ସୈନିକଙ୍କୁ ନିୟୋଜିତ କରାଯାଇଛି । ୨୬ ଜାନୁଆରୀରେ କାର୍ତ୍ତବ୍ୟ ପଥରେ ସମସ୍ତ ପୁରୁଷ ସିଆରପିଏଫ ଦଳର ଜଣେ ମହିଳା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନେତୃତ୍ୱ ନେବେ । "
#WATCH | PM Narendra Modi to distribute 61000 appointment letters.
— ANI (@ANI) January 24, 2026
Union Minister Jitendra Singh says, "... Out of the total appointment letters to be distributed, 49,200 are associated with the Home Ministry and paramilitary forces... Women constables are being appointed in… pic.twitter.com/VX68dAM9w7
ଏହି ନିଯୁକ୍ତି ମେଳାଦେଶର ୪୫ଟି ସ୍ଥାନରେ ଅନୁଷ୍ଠିତ ହୋଇଛି । ଭାରତର ବିଭିନ୍ନ ସ୍ଥାନରୁ ମନୋନୀତ ନବନିଯୁକ୍ତ ପ୍ରାର୍ଥୀମାନେ ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଏବଂ ବିଭାଗରେ ଯୋଗଦେବେ । ନବନିଯୁକ୍ତ ଅଧିକାରୀମାନେ ଗୃହ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଇତ୍ୟାଦିରେ କାର୍ଯ୍ୟ କରିବେ ।