ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ୱର ୧୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଏବଂ ରାଜ୍ୟରେ ଅନେକ ଗୁଡ଼ିଏ ସ୍କିମ୍ର ଉନ୍ମୋଚନ କରିବେ। ଅଫିସିଆଲି ସୂତ୍ରାନୁସାରେ, ପ୍ରଧାନମନ୍ତ୍ରୀ ମୋଦି ଝାରସୁଗୁଡ଼ା ବିମାନ ବନ୍ଦରରେ ଏକ ସ୍ୱତନ୍ତ୍ର ଏୟାରକ୍ରାଫ୍ଟରେ ଆସି ଅବତରଣ କରିବେ। ଏହାପରେ ରାଉରକେଲା ଅଭିମୂଖେ ଯିବେ, ଯେଉଁଠି ସେ ଆଦିବାସୀ ସ୍ୱାଧିନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବେ।
ଉକ୍ତ ଗସ୍ତରେ ପ୍ରଧାନମନ୍ତ୍ରୀ ଅନେକ ଗୁଡ଼ିଏ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ, ସେଗୁଡ଼ିକ ମଧ୍ୟରେ ରହିଛି -
-ଓଡ଼ିଆ ଅସ୍ମିତା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ।
-୪୫୦ଟି ପ୍ରାଥମିକ ସ୍କୁଲ ହଷ୍ଟେଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସହ ସହିଦ ମାଧୋସିଂ ହାତଖର୍ଚ୍ଚ ବୃତ୍ତି ଯୋଜନାର ଶୁଭାରମ୍ଭ।
-ଏକ ଲକ୍ଷ ଏସଟି ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ବୃତ୍ତି ଟଙ୍କା ଟ୍ରାନ୍ସଫର୍ କରାଯିବ।
-ଏଫ୍ଆଇଏ ପୋର୍ଟାଲର ଲଞ୍ଚ।
-୨୯ ଆଶ୍ରମ ସ୍କୁଲ୍ ଓ ହାଇସ୍କୁଲର ଅପଗ୍ରେଡ୍।