ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବାରଣାସୀ ଗସ୍ତ ସମୟରେ ପିଏମ୍ ମୋଦୀ ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ, ଜାଣନ୍ତୁ କାର୍ଯ୍ୟକ୍ରମ

Published By : Gurupada Nath | October 20, 2024 10:35 AM

ନୂଆଦିଲ୍ଲୀ, ୨୦/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜ ସଂସଦୀୟ ଅଞ୍ଚଳ ବାରଣାସୀରେ ବଡ଼ ଧରଣର କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ସେ ୬,୬୧୧କୋଟି ଟଙ୍କାର ୨୩ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିରେ ୯୦କୋଟି ଟଙ୍କା‌ରେ ନିର୍ମିତ ଆରଜେ ଶାଙ୍କର ନେତ୍ର ଚିକିତ୍ସାଳୟ ବି ସାମିଲ ରହିଛି।  ଏହା ମଧ୍ୟରେ ଏବେ ପିଏମ୍ ମୋଦୀ ବାରଣାସୀ ଗସ୍ତର କାର୍ଯ୍ୟକ୍ରମ ବି ସାମ୍ନାକୁ ଆସିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀର ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ଏୟାରପୋର୍ଟରେ ୧୨ଟା ୩୦ମିନିଟରେ ପହଞ୍ଚିବେ । ପରେ ସେଠାରୁ ରିଂ ରୋଡ଼ ସ୍ଥିତ ଶଙ୍କର ନେତ୍ରାଳୟରେ ପ୍ରାୟ ୨ଟା ୧୫ମିନିଟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଶଙ୍କର ନେତ୍ରାଳୟରୁ ସିଗରା ସ୍ଥିତ ବାରଣାସୀ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ୨ଟା ୩୦ ସୁଦ୍ଧା ଛାଡ଼ି ଦେବେ । ପରେ ସିଗରାରେ ଜନସଭା ଏବଂ ଷ୍ଟାଡିୟମ ନିରୀକ୍ଷଣର ପ୍ରାୟ ୨ଟା ୫୦ମିନିଟରେ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହେବ । ସେହିଭଳି ସିଗରା କାର୍ଯ୍ୟକ୍ରମ ଶେଷ ପରେ ରାସ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ଏୟାରପୋର୍ଟ ଲାଗି ଯିବେ । 

କୁହାଯାଉଛି କି ପ୍ରଧାନମନ୍ତ୍ରୀ ନିଜର ଏହି ଯାତ୍ରା ସମୟରେ ଶ୍ରୀ କାଶୀ ବିଶ୍ବନାଥ ମନ୍ଦିର ଟ୍ରଷ୍ଟ ତରଫରୁ ଆରମ୍ଭ କରାଯାଇଥିବା ମାଗଣା ଭୋଜନ କାର୍ଯ୍ୟକ୍ରମର ବି ଘୋଷଣା କରିପାରନ୍ତି । ଏହି ଯୋଜନାର ଉଦ୍ଦେଶ୍ୟ ୧୬ସଂସ୍କୃତ ବିଦ୍ୟାଳୟ ବିଦ୍ୟାର୍ଥୀ ଏବଂ ୩ହସ୍ପିଟାଲର ପରିଚାଳକଙ୍କୁ ଭୋଜନ ଉପଲବ୍ଧ କରିବା ।

ବାରଣାସୀର ଗୋଦ୍ୟାଳିୟା ଅଞ୍ଚଳରେ ‘ସାତ୍ବିକ ସନାତନ ରୋଷେଇ’ର ସଫଳତାପୂର୍ବକ ଆୟୋଜନ କରାଯାଇଥିଲା । ଏହାର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩ହଜାର ଲୋକଙ୍କୁ ଲାଭ ମିଳିଥିଲା । ଯାହାକୁ ବଢାଇ ୫ହଜାର ହିତାଧିକାରୀଙ୍କ ପର୍ଯ୍ୟନ୍ତ ପହଞ୍ଚିବାର ଯୋଜନା ଅଛି । ଶ୍ରୀ କାଶୀ ବିଶ୍ବନାଥ ମନ୍ଦିର ଟ୍ରଷ୍ଟର ସିଇଓ ବିଶ୍ବ ଭୂଷଣ ମିଶ୍ରା କହିଛନ୍ତି କି ପ୍ରଧାନମନ୍ତ୍ରୀ ନିଜ ଯାତ୍ରା ସମୟରେ ଏହାର ଘୋଷଣା କରିପାରନ୍ତି । ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେତେକ ଅନ୍ୟ ବରିଷ୍ଠ ନେତା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.