ନୂଆଦିଲ୍ଲୀ,୧୮/୦୪; ମହିଳା ସଂରକ୍ଷଣ ବିଲ୍ ଉପରେ ବିତର୍କ ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟା ୩୦ ମିନିଟରେ ଦେଶକୁ ସମ୍ବୋଧନ କରିବେ । ସୁତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ମହିଳା ସଂରକ୍ଷଣ ବିଲ୍ ଉପରେ କହିବା ଆଶା କରାଯାଉଛି । ନାରୀ ଶକ୍ତି ବନ୍ଦନ ବିଲ୍ ଶୁକ୍ରବାର ଲୋକସଭାରେ କାଟ୍ ଖାଇଥିଲା ଯାହା ୧୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମୋଦି ସରକାରଙ୍କ ଅଧୀନରେ ବିରୋଧୀ ଦଳ କୌଣସି ବିଲକୁ ପରାସ୍ତ କରିଛି । ତେବେ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କଣ କହିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ବିରୋଧୀଙ୍କ ମନୋଭାବରେ ପ୍ରଧାନମନ୍ତ୍ରୀ କ୍ଷୁବ୍ଧ -ଜାତୀୟ ଗଣମାଧ୍ୟମ ନେଇ ପ୍ରଧାନମନ୍ତ୍ରୀ ମୋଦି ଆଜି କ୍ୟାବିନେଟ ବୈଠକରେ ଭାବପ୍ରବଣ ଏବଂ କ୍ରୋଧିତ ଥିଲେ ଯେ ବିରୋଧୀ ଦଳ ଗତକାଲି ମହିଳା ଅଧିକାର ସପକ୍ଷରେ ବିଲକୁ ପରାସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଆଜି ରାତି ୮ଟା ୩୦ରେ ଦେଶକୁ ସମ୍ବୋଧିତ କରିବାର ସମ୍ଭାବନା ଅଧିକ, ଯେଉଁଥିରେ ସେ ନାରୀ ଶକ୍ତି ବନ୍ଦନ ଆଇନ ଉପରେ କହିପାରନ୍ତି । ସୂତ୍ର ଅନୁସାରେ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ବିରୋଧୀ ଦଳ ମହିଳା ସଂରକ୍ଷଣ ବିଲକୁ ସମର୍ଥନ ନ କରି ଭୁଲ କରିଛନ୍ତି । ଏବେ ସେମାନଙ୍କୁ ଦୁଃଖ ଭୋଗିବାକୁ ପଡିବ। ପ୍ରଧାନମନ୍ତ୍ରୀ ମୋଦି ଏହି ବାର୍ତ୍ତାକୁ ପ୍ରତ୍ୟେକ ଗାଁକୁ ନେବା ବିଷୟରେ କହିଥିଲେ । ବିରୋଧୀ ଦଳ ଦେଶର ମହିଳାମାନଙ୍କୁ ପରାସ୍ତ କରିଛି । ବିରୋଧୀ ଦଳକୁ ମହିଳାମାନଙ୍କୁ ଉତ୍ତର ଦେବାକୁ ପଡିବ । ଏହାକୁ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ଗାଁକୁ ନେବାକୁ ପଡିବ ।
ଏହା ବି ପଢନ୍ତୁ...ଅନିର୍ଦ୍ଦିଷ୍ଟ କାଳ ପାଇଁ ସଂସଦ ମୁଲତବୀ,ବଜେଟ୍ ଅଧିବେଶନରେ ଜାଣନ୍ତୁ ପାସ୍ ହୋଇଛି କେତୋଟି ବିଲ୍ ?
କହି ରଖୁଛି କି, ମହିଳା ସଂରକ୍ଷଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ (୧୩୧ ତମ) ବିଲ୍ ଶୁକ୍ରବାର ଲୋକସଭାରେ ଫେଲ୍ ହୋଇଥିଲା । ସରକାର ଏହାକୁ ପାସ୍ କରାଇବା ଲାଗି ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ପାଇବାରେ ବିଫଳ ହୋଇଥିଲେ । ବିଲ୍ ସପକ୍ଷରେ ୨୯୮ ଭୋଟ ପଡ଼ିଥିଲା ବେଳେ ବିପକ୍ଷରେ ୨୩୦ ଭୋଟ ପଡ଼ିଥିଲା । ବିଲ୍ରେ ଲୋକସଭା ସଦସ୍ୟ ସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି କରିବାର ପ୍ରାବଧାନ ରହିଥିଲା । ଦୀର୍ଘ ୧୨ ବର୍ଷ ଭିତରେ ପ୍ରଥମଥର ପାଇଁ କେନ୍ଦ୍ରର ମୋଦି ସରକାର ସଂସଦରେ କୌଣସି ବିଲ୍ ଗୃହୀତ କରାଇବାରେ ବିଫଳ ହୋଇଛନ୍ତି । ୧୨ ବର୍ଷର ଏନଡିଏ ସରକାରରେ ଏହା ପ୍ରଥମ ଘଟଣା । ବିଲ୍ ପାସ୍ ହୋଇଥିଲେ ଲୋକସଭା ସଦସ୍ୟ ସଂଖ୍ୟା ୮୫୦କୁ ବଢ଼ିଥାନ୍ତା । ଅନ୍ୟ ଦୁଇଟି ବିଲ୍ ବି ପ୍ରତ୍ୟାହାର କରିଛନ୍ତି ସରକାର । ବିରୋଧୀ ଏହାକୁ ବିଜୟ ବୋଲି କହୁଥିବା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଏହାକୁ ସମାଲୋଚନା କରିଛନ୍ତି ।