ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

‘ମୋର ବନ୍ଧୁ ନେତନ୍ୟାହୁ, ମୁଁ ଶାନ୍ତିର ପ୍ରାର୍ଥନା କରୁଛି’ : ଇସ୍ରାଏଲ ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

Published By : Harapriya Biswal | October 2, 2024 6:11 PM

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ଇହୁଦି ନବବର୍ଷ ’ରୋଶ ହଶାନା’ର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି। ଏହି ଅବସାରେ ନେତନ୍ୟାହୁ ଓ ଇସ୍ରାଏଲର ଜନତାଙ୍କୁ ମୋଦି ଶାନ୍ତି, ସମୃଦ୍ଧି ଓ ଭଲ ସ୍ବାସ୍ଥ୍ୟ କାମନା କରିଛନ୍ତି। ସୋସିଆଲ ମିଡିଆରେ ଶୁଭେଚ୍ଛା ଦେଇ ମୋଦି ଇହୁଦି ଧର୍ମର ପ୍ରାଚୀନ ଭାଷା ହିବ୍ରୁ ଓ ଇଂରାଜୀରେ ବାର୍ତ୍ତା ଲେଖିଛନ୍ତି। ମୋଦି ଲେଖିଛନ୍ତି ‘ଇହୁଦି ନବବର୍ଷ ‘ରୋଶ ହଶାନା’ ଅବସରରେ ମୋ ବନ୍ଧୁ ବେଞ୍ଜାମିନ ନେତନ୍ୟାହୁ ଓ ଇସ୍ରାଏଲର ଜନତାଙ୍କୁ ମୋର ହାର୍ଦ୍ଧିକ ଶୁଭେଚ୍ଛା। ମୁଁ ଇସ୍ରାଏଲର ସବୁ ଲୋକଙ୍କ ପାଇଁ ଶାନ୍ତି, ସମୃଦ୍ଧି ଓ ଭଲ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି। ’ଶନ୍‌ ଟୋଭା।’

‘ରୋଶ୍ ହଶାନା’ ଇହୁଦି ଧର୍ମର ନବବର୍ଶ ଓ ଏହା ଇହୁଦି କ୍ୟାଲେଣ୍ଡର ଅନୁସାରେ, ତୃତୀୟ ମାସର ପ୍ରଥମ ଦିନରୁ ଆରମ୍ଭ ହୋଇଥାଏ, ଯାହାକି ସାଧାରଣତଃ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ରହିଥାଏ। ଏହି ପର୍ବ ଇହୁଦୀଙ୍କ ପାଇଁ ଆତ୍ମଚିନ୍ତନ, ପ୍ରାର୍ଥନା ଓ ଭଲ ଭବିଷ୍ୟତର ଆରମ୍ଭର ପ୍ରତୀକ। ଏହାକୁ ‘ସୃଷ୍ଟିର ଦିନ’ ରୂପରେ ମନେକରାଯାଏ।କାରଣ ମନେକରାଯାଏ ଯେ, ଏହି ଦିନ ଭଗବାନ ଦୁନିଆର ରଚନା କରିଥିଲେ।

‘ରୋଶ ହଶନା’ ଦୁଇ ଦିନ ପର୍ଯ୍ୟନ୍ତ ପାଳନ କରାଯାଏ ଓ ଏହା ଧାର୍ମିକ ଏବଂ ଆଧ୍ୟାହତ୍ମକ ଅନୁଷ୍ଠାନ ଭରା ରହିଥାଏ। ଏହି ସମୟରେ ବିଶେଷ ପ୍ରାର୍ଥନା କରାଯାଇଥାଏ ଓ ଶଫ୍‌ର(ଏକ ପ୍ରକାର ସିଙ୍ଘ’) ଫୁଙ୍କା ଯାଇଥାଏ, ଯାହାକି ଆତ୍ମ ଜାଗୃତି ଓ ଆଧ୍ୟାତ୍ମିକ ଶୁଦ୍ଧିକରଣର ପ୍ରତୀକ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.