ନୂଆଦିଲ୍ଲୀ,୩୧/୧୦: ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଆଜି 149ତମ ଜନ୍ମ ଜୟନ୍ତୀ । ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅଂଶଗ୍ରହଣ କରି ଏକତା ଦିବସ ଶପଥ ପାଠ କରାଇଛନ୍ତି | ଏହା ପରେ ଏକତା ଦିବସ ପରେଡ୍ ସାମିଲ୍ ହୋଇଥିଲେ ପିଏମ୍ ମୋଦି । ଏହି ଅବସରରେ ୯ ରାଜ୍ୟ ଏବଂ ୧ କେନ୍ଦ୍ରଶାସିତ ଅଞ୍ଚଳର ୧୬ଟି ମାର୍ଚିଂ ଦଳ, ୪ଟି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, ଏନସିସି ସାମିଲ୍ ହୋଇଥିଲେ ।

କର୍ତ୍ତବ୍ୟକୁ ପୂରଣ କରିବା ସହିତ ଦେଶର ଅଖଣ୍ଡତା ଏବଂ ଆମର ପ୍ରତ୍ୟେକ ପ୍ରୟାସ ସର୍ଦ୍ଦାର ପଟେଲଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ୨୦୪୭ରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରାଯିବ । ସେହି ବିକଶିତ ରାଷ୍ଟ୍ରର ସ୍ବପ୍ନ ଦେଖିଥିବା ନେତାଙ୍କ ମଧ୍ୟରେ ଜଣେ ହେଉଛନ୍ତି ସର୍ଦ୍ଦାର ବଲ୍ଲଭଭାଇ ପଟେଲ । ସ୍ବାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକା ଥିଲା । ଆୟୋଜିତ ଏକତା ପରେଡରେ ରାଜ୍ୟ ପୋଲିସ ଓ କେନ୍ଦ୍ର ପୋଲିସ ଯିଏକି ଆମ ତ୍ରିରଙ୍ଗାର ବଳ ଅଂଶ ଗ୍ରହଣ କରିଛନ୍ତି । ସେହିପରି ୭୫ ହଜାର ସ୍ଥାନରେ 'ରନ ଫର ୟୁନିଟ' କାର୍ଯ୍ୟକ୍ରମ କରାଯାଉଛି । ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହ ପତକା ଦେଖାଇ 'ରନ ଫର ୟୁନିଟ' କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ନଏସଜିର ହେଲ୍ ମାର୍ଚ ଦଳ, ବିଏସଏଫ ଓ ସିଆରପିଏଫ ମହିଳା ଓ ପୁରୁଷ ବାଇକ୍ ଆରୋହୀଙ୍କ ଡେୟାରଡେଭିଲ୍ ସୋ, ବିଏସଏଫ ଦ୍ୱାରା ଭାରତୀୟ ମାର୍ଶାଲ ଆର୍ଟର ମିଶ୍ରଣ ଉପରେ ଏକ ଶୋ, ସ୍କୁଲ ପିଲାଙ୍କ ପାଇପ୍ ବ୍ୟାଣ୍ଡ୍ ଶୋ, ଭାରତୀୟ ବାୟୁସେନା ଦ୍ୱାରା 'ସୂର୍ଯ୍ୟ କିରଣ' ଫ୍ଲାଇପାଷ୍ଟ ଦେଖିବାକୁ ମିଳିଛି | ତେବେ ସର୍ଦ୍ଦାର ବଲ୍ଲଭଭାଇଙ୍କ ବାବଦରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ଭାରତ ରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ମୋର ହୃଦୟରୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ତାଙ୍କ ଜନ୍ମ ବାର୍ଷିକୀରେ ଜାତିର ଏକତା ଏବଂ ସାର୍ବଭମତ୍ୱ ରକ୍ଷା କରିବା ତାଙ୍କ ଜୀବନର ସର୍ବୋଚ୍ଚ ପ୍ରାଥମିକତା ଥିଲା। ତାଙ୍କର ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟ ଦେଶର ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଯୋଗାଇବ । ତାଙ୍କର ପାଇଁ ସାରା ଦେଶ ଆଜି ଏକତାର ସୂତ୍ରରେ ବାନ୍ଧି ହୋଇଛି । 

ଏହାଛଡ଼ା ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଗସ୍ତ କରି କେଓ୍ବଡିଆରେ ବିକାଶମୂଳକ ଯୋଜନାର ଶୁଭ ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଦୀପାବଳି ପୂର୍ବରୁ ଗୁଜରାଟବାସୀଙ୍କୁ ୨୮୪ କୋଟି ଟଙ୍କାର ଭେଟି ଦେଇଛନ୍ତି । ଏଥିରେ ଏରତା ନଗର ରହିଛି । ସ୍ୱାଧୀନତା ପରେ ଦେଶକୁ ଏକ ଜାତୀୟ ସୂତ୍ରରେ ବାନ୍ଧି ରଖିଥିଲେ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଥମେ ୨୦୧୪ରେ ଜାତୀୟ ଏକତା ଦିବସ ପାଳନ କରାଯାଇଥିଲା । ସ୍ୱାଧୀନତା ପରେ ସର୍ଦ୍ଦାର ପଟେଲ ଦେଶର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ମଧ୍ୟ ଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୩୧ ଅକ୍ଟୋବର ୧୮୭୫ରେ ଗୁଜୁରାଟର ନାଡିୟାଦରେ ଜନ୍ମଗ୍ରହଣ କରିଥିଲେ । ମହାତ୍ମା ଗାନ୍ଧୀ ସର୍ଦ୍ଦାର ପଟେଲଙ୍କୁ ଲୌହ ମାନବର ଆଖ୍ୟା ଦେଇଥିଲେ । ଗୁଜୁରାଟର ନର୍ମଦା ସ୍ଥିତ ସର୍ଦ୍ଦାର ସରୋବର ଡ୍ୟାମ ସମ୍ମୁଖରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ଏହା ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି । ୩୧ ଅକ୍ଟୋବର ୨୦୧୮ରେ ଦେଶ ପାଇଁ ଉତ୍ସର୍ଗ କରାଯାଇଥିଲା । ୧୯୯୧ରେ ତାଙ୍କୁ 'ଭାରତ ରତ୍ନ' ପ୍ରଦାନ କରାଯାଇଥିଲା । ଦେଶର ଆଧାର ଏହାର ଏକତା ଏବଂ ଅଖଣ୍ଡତା ଉପରେ ଥାଏ ଏବଂ ସର୍ଦ୍ଦାର ପଟେଲ ଦେଶର ଏକତାର ସ୍ଥାପତ୍ୟ କରିଥିଲେ । ସେଥିପାଇଁ ତାଙ୍କର ଜନ୍ମଦିନକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ । ୧୫ ଡିସେମ୍ବର ୧୯୫୦ରେ ମୁମ୍ବାଇରେ ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କର ଦେହାନ୍ତ ହୋଇଥିଲା ।