ଭୁବନେଶ୍ବର ୧୧/୦୬: ଓଡ଼ିଶା ଗସ୍ତରରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୦ ତାରିଖରେ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଅବସର କାର୍ଯ୍ୟକ୍ରମରେ ଯୋଗ ଦେବେ । ଏନେଇ ଭୁବନେଶ୍ବରର ଜନତା ମଇଦାନରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଛି ।
ସୂଚନା ଅନୁସାରେ ଅପରାହ୍ନ ୩ଟାରେ ଭୁବନେଶ୍ଵର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିବେ । ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ୨ ଘଣ୍ଟା ରହିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ବରରେ କାର୍ଯ୍ୟକ୍ରମ ସରିବା ପରେ ଆନ୍ଧ୍ର ପ୍ରଦେଶର ଭାଇଜାଗ ଗସ୍ତରେ ଯିବେ ମୋଦି । ଗତ ୭ ମାସରେ ପ୍ରଧାନମନ୍ତ୍ରୀ ୫ ଥର ଓଡ଼ିଶା ଆସି ସାରିଛନ୍ତି । ଏଥରକୁ ମିଶାଇ ଷଷ୍ଠ ଥର ଆସୁଛନ୍ତି ପ୍ରଧାନମନ୍ତ୍ରୀ । ନିର୍ବାଚନ ପୂର୍ବରୁ ୬ ଥର ଆସିଥିଲେ ପିଏମ୍ ମୋଦି । ନିର୍ବାଚନ ପ୍ରଚାର ବେଳେ ଓଡ଼ିଶା ଆସି ୩ଥର ରାତ୍ରି ଯାପନ କରିଥିଲେ । ନିର୍ବାଚନ ଘୋଷଣା ପୂର୍ବରୁ ସମ୍ବଲପୁର, ଚଣ୍ଡିଖୋଲ ଗସ୍ତରେ ଆସିଥିଲେ ରହିଥିଲେ ।