ନୂଆଦିଲ୍ଲୀ : ଆଉ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବେନି ମେଧାବୀ ଛାତ୍ରଛାତ୍ରୀ। ଏଥି ପାଇଁ ସହଯୋଗ କରିବେ ସରକାର। ଅନେକ ସମୟରେ, ଘରେ ଆର୍ଥିକ ପ୍ରତିବନ୍ଧକ ହେତୁ ବହୁତ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ବପ୍ନ ଚୁରମାର ହୋଇଯାଇଥାଏ, ମାନେ ସେମାନେ ସେମାନଙ୍କର ସ୍ୱପ୍ନ ପୂରଣ କରିପାରନ୍ତି ନାହିଁ। ତେଣୁ, ସେମାନଙ୍କ ପାଠପଢ଼ା ଜାରି ରଖିବା ପାଇଁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ପାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଉ ଏହାକୁ ଏବେ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ଯଶସ୍ୱୀ ଛାତ୍ରବୃତ୍ତି ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନା ବିଶେଷ ଭାବରେ OBC, EBC ଏବଂ DNT ସମ୍ପ୍ରଦାୟର ଗରିବ କିନ୍ତୁ ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦ୍ଧିଷ୍ଠ ରହିଛି । ଏହି ଛାତ୍ରବୃତ୍ତିର ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀ ମାନଙ୍କୁ କୌଣସି ଆର୍ଥିକ ଚାପ ବିନା ସେମାନଙ୍କର ପାଠପଢ଼ାରେ ସମ୍ପୂର୍ଣ୍ଣ ସାହାଯ୍ୟ କରିବା ।
ଉଚ୍ଚ ଶ୍ରେଣୀର ସ୍କୁଲରେ ପଢ଼ୁଥିବା ଏବଂ ବୋର୍ଡ ପରୀକ୍ଷାରେ ଲଗାତାର ୧୦୦% ଫଳ ହାସଲ କରୁଥିବା ଛାତ୍ରଛାତ୍ରୀ ମାନେ ସିଧାସଳଖ ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ହେବେ। ଛାତ୍ରବୃତ୍ତି ମାଧ୍ୟମରେ ସ୍କୁଲ ଫି, ପୁସ୍ତକ ଏବଂ ଅନ୍ୟାନ୍ୟ ସମସ୍ତ ଶିକ୍ଷାଗତ ଖର୍ଚ୍ଚକୁ କଭର କରାଯିବ । ଏହି ଯୋଜନା ଛାତ୍ରଛାତ୍ରୀ ମାନଙ୍କ ପାଇଁ ସେମାନଙ୍କର ପାଠପଢ଼ାକୁ ଆହୁରି ସହଜ କରିବ। ଏବେ ଆସନ୍ତୁ ଜାଣିବା ଏହି ଯୋଜନା ପାଇଁ କିଏ ଆବେଦନ କରିପାରିବେ ଆଉ କିପରି କରିବେ….
କିଏ ଆବେଦନ କରିପାରିବେ ?
ପ୍ରଧାନମନ୍ତ୍ରୀ ଯଶସ୍ୱୀ ଯୋଜନା ପାଇଁ ଆବେଦନ କରିବା ପାଇଁ କିଛି ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି । ପ୍ରଥମେ, ଛାତ୍ର କିମ୍ବା ଛାତ୍ରୀ ଜଣକ OBC, EBC କିମ୍ବା DNT ସମ୍ପ୍ରଦାୟର ହୋଇଥିବା ଆବଶ୍ୟକ। ଏହା ସହିତ, ପରିବାରର ବାର୍ଷିକ ଆୟ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ହେବା ଉଚିତ୍ ନୁହେଁ। ଛାତ୍ର/ଛାତ୍ରୀଟି ୯ ମ କିମ୍ବା ୧୧ ମ ଶ୍ରେଣୀରେ ପଡ଼ୁଥିବା ଆବଶ୍ୟକ, ଏବଂ ସେ ସ୍କୁଲ ବୋର୍ଡରେ ନିରନ୍ତର ୧୦୦% ଫଳାଫଳ ହାସଲ କରିବା ଆବଶ୍ୟକ। କେବଳ ଏହି ମାନଦଣ୍ଡ ପୂରଣ କରୁଥିବା ଛାତ୍ରଛାତ୍ରୀ ମାନେ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ…
ଏହି ଯୋଜନାର ଲାଭ ଉଠାଇ, ଛାତ୍ର/ଛାତ୍ରୀ ମାନେ ବିନା ଚାପରେ ପାଠ ପଢ଼ି ପାରିବେ ଏବଂ ସେମାନଙ୍କର ଶିକ୍ଷାଗତ ଆବଶ୍ୟକତା ପୂରଣ କରିପାରିବେ। ଛାତ୍ରବୃତ୍ତି ପାଣ୍ଠି ସିଧାସଳଖ ସେମାନଙ୍କର ଆଧାର-ସଂଲଗ୍ନ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । ଏହା ଛାତ୍ରଛାତ୍ରୀ ମାନଙ୍କୁ ସହଜରେ ଅନଲାଇନରେ ଫି, ପୁସ୍ତକ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବାକୁ ସାହାଯ୍ୟ କରିବ ।
କିପରି ଆବେଦନ କରିବେ ?
୯ ମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ୭୫ ହଜାର ଟଙ୍କା ସ୍କଲାରସିପ୍ ପାଆନ୍ତି, ଯେତେବେଳେ କି ୧୧ ମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ୧ ଲକ୍ଷ ୨୫ ହଜାର ଟଙ୍କା ସ୍କଲାରସିପ୍ ପାଆନ୍ତି। ଆବେଦନ କରିବାକୁ, ପ୍ରଥମେ NTA ର ଅଫିସିଆଲ୍ ୱେବସାଇଟକୁ ଯିବାକୁ ପଡିବ। ଏଠାରେ ପଞ୍ଜିକରଣ ବିକଳ୍ପ ବାଛିବାକୁ ପଡିବ । ନୂତନ ପୃଷ୍ଠାରେ ନାମ, ଇମେଲ୍ ଠିକଣା, ଜନ୍ମ ତାରିଖ ଏବଂ ପାସୱାର୍ଡ ଭଳି ଆପଣଙ୍କର ବ୍ୟକ୍ତିଗତ ସୂଚନା ଏଣ୍ଟ୍ରି କରି ଏକ ଆକାଉଣ୍ଟ ତିଆରି କରିବାକୁ ପଡିବ । ପଞ୍ଜିକରଣ ପରେ, PDF ଡାଉନଲୋଡ୍ କରନ୍ତୁ। ଏଥିରେ ଆପଣଙ୍କର ଆବେଦନ ନମ୍ବର ରହିବ। ଛାତ୍ରବୃତ୍ତି ସିଧାସଳଖ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ DBT ମାଧ୍ୟମରେ ଟ୍ରାନସଫର ହେବ । ଏହି ଅନଲାଇନ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସ୍ୱଚ୍ଛ।