ପ୍ରମୂଖ ଖବର
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଗ୍ରାହକଙ୍କୁ ପିଏନ୍‌ବିର ପରାମର୍ଶ: ଅଗଷ୍ଟ ୮ ସୁଦ୍ଧା କେୱାଇସି ସମ୍ପୂର୍ଣ୍ଣ କର, ନଚେତ୍ ଟ୍ରାଞ୍ଜାକସନ୍‌ରେ ଦେଖାଦେବ ସମସ୍ୟା

Published By : Prameya | July 27, 2025 10:07 AM

ନୂଆଦିଲ୍ଲୀ,୨୭/୦୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ରେ ବ୍ୟାଙ୍କ ଆକାଉଣ୍ଟ ଥିଲେ ଶୀଘ୍ର କେୱାଇସି ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଇନେବା ଉଚିତ୍ । ଏହା ନ କଲେ ବ୍ୟାଙ୍କ ଖାତାରୁ ନେଣଦେଣ କରିବାରେ ସମସ୍ୟା ଉପୁଜିପାରେ । ୮  ଅଗଷ୍ଟ ସୁଦ୍ଧା କେୱାଇସି ସମ୍ପୂର୍ଣ୍ଣ କରାଇବାକୁ ପିଏନ୍‌ବି ଏହାର ଗ୍ରାହକଙ୍କୁ ପରାମର୍ଶ ଦେଇଛି । 

୩୦ ଜୁନ୍ ସୁଦ୍ଧା ଯେଉଁ ଗ୍ରାହକ କେୱାଇସି ସମ୍ପୂର୍ଣ୍ଣ କରି ନାହାନ୍ତି, ସେମାନଙ୍କୁ କେୱାଇସି ଅପ୍‌ଡେଟ କରିବାକୁ ପଡ଼ିବ । ବ୍ୟାଙ୍କ୍ ଏହି  ଗ୍ରାହକଙ୍କୁ ପଞ୍ଜୀକୃତ ମୋବାଇଲ ନମ୍ବର ଜରିଆରେ ଏସ୍‌ଏମ୍‌ଏସ୍‌  ମାଧ୍ୟମରେ ଅବଗତ କରାଉଛି । ସେହିଭଳି ମାଇକ୍ରୋ ବ୍ଲଗିଂ ସାଇଟ ଏକ୍ସ ମାଧ୍ୟମରେ ମଧ୍ୟ ବ୍ୟାଙ୍କ୍ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛି । ଆକାଉଣ୍ଟରେ କେୱାଇସି ସମ୍ପୂର୍ଣ୍ଣ ହୋଇଛି କି ନାହିଁ ସେ ନେଇ ଗ୍ରାହକ ଟୋଲ୍‌ ଫ୍ରି' କଷ୍ଟମର କେୟାର ନମ୍ବରକୁ କଲ୍‌ କରି ଜାଣିପାରିବେ । ବ୍ୟାଙ୍କର ଶାଖାକୁ ଯାଇ କେୱାଇସି ଫର୍ମ ପୂରଣ କରି ଏହାକୁ ଅପ୍‌ଡେଟ୍‌ କରାଯାଇପାରିବ । ଏହାବାଦ ପିଏନ୍‌ବି ୱାନରେ ଇକେୱାଇସି କରାଇହେବ । 'ନୋ ୟୋର କଷ୍ଟମର' ବା 'କେୱାଇସି' ଆର୍‌ବିଆଇ ଦ୍ୱାରା ସଂଚାଳିତ ଏକ ପ୍ରକ୍ରିୟା । ଏହା  ଦ୍ୱାରା ବ୍ୟାଙ୍କ ଏବଂ ଅନ୍ୟ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ଗ୍ରାହକଙ୍କ  ସମ୍ପର୍କରେ ଠିକ୍‌ ଭାବେ ଜାଣିବାକୁ ସକ୍ଷମ ହୋଇଥାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.