ନୂଆଦିଲ୍ଲୀ,୨୭/୦୭: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ରେ ବ୍ୟାଙ୍କ ଆକାଉଣ୍ଟ ଥିଲେ ଶୀଘ୍ର କେୱାଇସି ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଇନେବା ଉଚିତ୍ । ଏହା ନ କଲେ ବ୍ୟାଙ୍କ ଖାତାରୁ ନେଣଦେଣ କରିବାରେ ସମସ୍ୟା ଉପୁଜିପାରେ । ୮  ଅଗଷ୍ଟ ସୁଦ୍ଧା କେୱାଇସି ସମ୍ପୂର୍ଣ୍ଣ କରାଇବାକୁ ପିଏନ୍‌ବି ଏହାର ଗ୍ରାହକଙ୍କୁ ପରାମର୍ଶ ଦେଇଛି । 

୩୦ ଜୁନ୍ ସୁଦ୍ଧା ଯେଉଁ ଗ୍ରାହକ କେୱାଇସି ସମ୍ପୂର୍ଣ୍ଣ କରି ନାହାନ୍ତି, ସେମାନଙ୍କୁ କେୱାଇସି ଅପ୍‌ଡେଟ କରିବାକୁ ପଡ଼ିବ । ବ୍ୟାଙ୍କ୍ ଏହି  ଗ୍ରାହକଙ୍କୁ ପଞ୍ଜୀକୃତ ମୋବାଇଲ ନମ୍ବର ଜରିଆରେ ଏସ୍‌ଏମ୍‌ଏସ୍‌  ମାଧ୍ୟମରେ ଅବଗତ କରାଉଛି । ସେହିଭଳି ମାଇକ୍ରୋ ବ୍ଲଗିଂ ସାଇଟ ଏକ୍ସ ମାଧ୍ୟମରେ ମଧ୍ୟ ବ୍ୟାଙ୍କ୍ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛି । ଆକାଉଣ୍ଟରେ କେୱାଇସି ସମ୍ପୂର୍ଣ୍ଣ ହୋଇଛି କି ନାହିଁ ସେ ନେଇ ଗ୍ରାହକ ଟୋଲ୍‌ ଫ୍ରି' କଷ୍ଟମର କେୟାର ନମ୍ବରକୁ କଲ୍‌ କରି ଜାଣିପାରିବେ । ବ୍ୟାଙ୍କର ଶାଖାକୁ ଯାଇ କେୱାଇସି ଫର୍ମ ପୂରଣ କରି ଏହାକୁ ଅପ୍‌ଡେଟ୍‌ କରାଯାଇପାରିବ । ଏହାବାଦ ପିଏନ୍‌ବି ୱାନରେ ଇକେୱାଇସି କରାଇହେବ । 'ନୋ ୟୋର କଷ୍ଟମର' ବା 'କେୱାଇସି' ଆର୍‌ବିଆଇ ଦ୍ୱାରା ସଂଚାଳିତ ଏକ ପ୍ରକ୍ରିୟା । ଏହା  ଦ୍ୱାରା ବ୍ୟାଙ୍କ ଏବଂ ଅନ୍ୟ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ଗ୍ରାହକଙ୍କ  ସମ୍ପର୍କରେ ଠିକ୍‌ ଭାବେ ଜାଣିବାକୁ ସକ୍ଷମ ହୋଇଥାନ୍ତି ।