ପ୍ରମୂଖ ଖବର
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

କାଶ୍ମୀର ଘାଟିରେ ପୁଣି ହତ୍ୟା, ଘରେ ପଶି ଗୁଳି ମାରିଲେ ଆତଙ୍କବାଦୀ: ପହଲଗାମ୍ ହମଲା ପରେ ଆଉ ଏକ ଆକ୍ରମଣ

Published By : Harapriya Biswal | April 27, 2025 5:13 PM

ନୂଆଦିଲ୍ଲୀ,୨୭।୪: ପହଲଗାମ୍ ଆତଙ୍କବାଦ ବିରୋଧୀ ଅଭିଯାନ ପରେ ସୁରକ୍ଷା ବାହିନୀର ଜାରି ରହିଛି ଅପରେସନ୍। ଗତ ୨୪ ଘଣ୍ଟା ମଧ୍ୟରେ କାଶ୍ମୀର ଉପତ୍ୟକାରେ ସକ୍ରିୟ ଆତଙ୍କବାଦୀଙ୍କ ଆଉ ଚାରୋଟି ଘରକୁ ବିସ୍ଫୋରଣରେ ଉଡ଼ାଇ ଦେଇଛ।  ସେପଟେ ଜମ୍ମୁ ଏବଂ କାଶ୍ମୀରର କୁପୱାଡା ଜିଲ୍ଲାରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ଜଣେ ସାଧାରଣ ନାଗରିକର ମୃତ୍ୟୁ ହୋଇଛି। ହତ୍ୟା କରାଯାଇଥିବା ବ୍ୟକ୍ତି ଜଣେ ସାଧାରଣ ନାଗରିକ ଥିଲେ, ଯାହାଙ୍କ ଭାଇ କିଛି ବର୍ଷ ପୂର୍ବେ ପାକିସ୍ତାନ ଯାଇଥିଲେ ଏବଂ ଲସ୍କରରେ ସାମିଲ ଥିଲେ। 

ପୋଲିସ କହିଛି ଯେ ସନ୍ଦିଗ୍ଧ ବନ୍ଧୁକଧାରୀମାନେ ଶନିବାର ବିଳମ୍ବିତ ରାତିରେ ତାଙ୍କ କାଣ୍ଡି ଖାସ୍ ସ୍ଥିତ ବାସଭବନରେ ୪୫ ବର୍ଷୀୟ ଗୁଲାମ ରସୁଲ ମାଗ୍ରେଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ। ଅଧିକାରୀମାନେ କହିଛନ୍ତି "ମାଗ୍ରେଙ୍କୁ ତୁରନ୍ତ ଏକ ମେଡିକାଲକୁ ନିଆଯାଇଥିଲା, ସେଠାରୁ ତାଙ୍କୁ ଶ୍ରୀନଗରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଧିକାରୀମାନେ କହିଛନ୍ତି ମୃତଦେହର ପୋଷ୍ଟମର୍ଟମ କରାଯାଇଛି।

ଆକ୍ରମଣ ପରେ, ମିଳିତ ସୁରକ୍ଷା ବାହିନୀ ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ ଏକ ବଡ଼ ଧରଣର ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଜମ୍ମୁ କାଶ୍ମୀର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହତ୍ୟା ପଛର ଉଦ୍ଦେଶ୍ୟ ସ୍ପଷ୍ଟ ନଥିଲେ ମଧ୍ୟ ସୁରକ୍ଷା ସୂତ୍ର ଅନୁଯାୟୀ ମାଗ୍ରେଙ୍କ ଭାଇ ଗୁଲାମ ମୋହିଦିନ ମାଗ୍ରେ ନିୟନ୍ତ୍ରଣ ରେଖା ଆରପାରିରେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ରୁହନ୍ତି। ମୋହିଦିନ୍ ଲସ୍କର-ଇ-ତୋଇବା ଆତଙ୍କବାଦୀ ଗୋଷ୍ଠୀର ଜଣେ ସକ୍ରିୟ ସଦସ୍ୟ ।

କୁପୱାଡ଼ାରେ ଜଣେ ସାଧାରଣ ନାଗରିକଙ୍କ ହତ୍ୟା ଏପରି ଏକ ସମୟରେ ଘଟିଛି ଯେତେବେଳେ ଏହି ସପ୍ତାହର ଆରମ୍ଭରେ ପହଲଗାମ ଆକ୍ରମଣ ପରେ ସୁରକ୍ଷା ବାହିନୀ କାଶ୍ମୀରରେ ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକମାନଙ୍କ ବିରୁଦ୍ଧରେ ଅପରେସନ ଜୋରଦାର ବଢିଛି। ଚାଲିଥିବା ଅପରେସନରେ, ଅତି କମରେ ନଅ ଜଣ ଆତଙ୍କବାଦୀଙ୍କ ଘର "ବିସ୍ଫୋରକ ବ୍ୟବହାର କରି ଭାଙ୍ଗି ଦିଆଯାଇଛି" ଏବଂ ଶହ ଶହ ସନ୍ଦିଗ୍ଧ ଲୋକଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.